Posted inଜାତୀୟ

ଶିବକୁମାରଙ୍କ ଇଡି ରିମାଣ୍ଡ ବଢ଼ିଲା

ନୂଆଦିଲ୍ଲୀ,୧୪ା୯(ପି.ଟି.): କର୍ନାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କ ଇଡି ରିମାଣ୍ଡ ଅବଧିକୁ ଦିଲ୍ଲୀର ଏକ ଅଦାଲତ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହାଜତରେ ଅଧିକ ଜେରାର ଆବଶ୍ୟକତା ଥିବା ଦର୍ଶାଇ ରିମାଣ୍ଡ ଅବଧି ୫ ଦିନ ବଢ଼ାଇବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆବେଦନ କରାଯାଇଥିଲା। ୩ ତାରିଖରେ ଗିରଫ ହୋଇଥିବା ଶିବକୁମାରଙ୍କୁ ଇଡି ପ୍ରଥମେ ୯ ଦିନ ରିମାଣ୍ଡରେ ନେଇଥିଲା। ଅବଧି ପୂରଣ ହେବା ପରେ ତାଙ୍କୁ ଆଜି ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହରଙ୍କ କୋର୍ଟରେ ହାଜର କରାଯାଇଥିଲା।
୨୦୧୭ରେ ଆୟକର ବିଭାଗ ଶିବକୁମାରଙ୍କ ୪୨୯ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଠାବ କରିଥିଲେ। ତେବେ ଇଡି ତଦନ୍ତରୁ ତାଙ୍କ ସମ୍ପତ୍ତି ପରିମାଣ ୧୦୦୦ କୋଟି ଟଙ୍କା ବୋଲି ଜଣାପଡିଛି। ୩୧୭ ବ୍ୟାଙ୍କ ଆକାଉଣ୍ଟରେ ଶିବକୁମାରଙ୍କର ୨୦୦ କୋଟି ଟଙ୍କା ରହିଥିବା ବେଳେ ୮୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ରହିଥିବା ଇଡି ଜାଣିବାକୁ ପାଇଛି। ଗୁରୁବାର ତାଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ମଧ୍ୟ ଇଡି ଅଧିକାରୀମାନେ ୭ ଘଣ୍ଟା ଜେରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ୍‌ ଗଙ୍ଗା, ପୁଣି ଏୟାର ଲିଫ୍ଟ ହେଲେ ୨୫୦ ଭାରତୀୟ…

ନୂଆଦିଲ୍ଲୀ,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବା ଲାଗି...

ବଜେଟ ଦିନ ଚାଷୀଙ୍କ ସଂସଦ ଭବନ ପଦଯାତ୍ରା

ନୂଅ।ଦିଲ୍ଲୀ, ୨୬।୧ (ପି.ଟି.): ସାଧାରଣତନ୍ତ୍ର ଦିବସରେ ଅ।ନ୍ଦୋଳନରତ ହଜାର ହଜାର ଚାଷୀ ଦିଲ୍ଲୀରେ ଟ୍ରାର ରାଲି କରିବାକୁ ଯାଉଥତ୍ବାବେଳେ ଫେବୃୟାରୀ ୧ ବଜେଟ ଉପସ୍ଥାପନ ଦିନ...

ଆଇଭିଏଫ୍‌ ଶିଶୁ ଉପରେ କେବଳ ମା’ଙ୍କର ଅଧିକାର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

କୋଚି,୧୮।୮: କେରଳ ହାଇକୋର୍ଟରେ ଆଇଭିଏଫ୍‌ ଦ୍ୱାରା ଜନ୍ମ ହୋଇଥିବା ଶିଶୁ ମାମଲାର ଶୁଣାଣି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ହାଇକୋର୍ଟ କହିଛନ୍ତି ଯେ...

‘ଜାହାଜ ବୁଡ଼ିଯିବାର ଭୟକରି ଡେଇଁପଡ଼ିଥିଲେ ରାହୁଲ’

ଥିରୁଭାନନ୍ତପୁରମ,୧୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅସ୍ଥିର। ତେଣୁ ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସଭାର ପୂର୍ବତନ ଉପାଧ୍ୟକ୍ଷ ତଥା...

ମୋଦିଙ୍କ ମନ୍ତ୍ରିମଣ୍ଡଳର ଏହି ମନ୍ତ୍ରୀ ଶପଥ ନେବାକୁ ଆସିବା ମାତ୍ରେ ତାଳିରେ କମ୍ପିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଜଣେ ପରେ ଜଣେ ଶପଥ ନେଇଥିଲେ।...

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜଧାନୀରେ ମେଟ୍ରୋ ଟ୍ରେନ୍‌ ସେବା ବନ୍ଦ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ସହ ଲଢିବାକୁ ଏବେ ସମସ୍ତେ ପ୍ରସ୍ତୁତ। ଏହାର ଭୟାବହତା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାକୁ ନେଇ ସାରା...

ବିହାର ବିଧାନସଭା ନିର୍ବାଚନ ଫଳାଫଳ: କରୋନା ପାଇଁ ବଢିଛି ଇଭିଏମ୍ ସଂଖ୍ୟା, ବିଳମ୍ବରେ ଆସିବ ଚୁଡାନ୍ତ ଫଳାଫଳ

ପାଟନା,୧୦ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ଏନ୍‌ଡିଏ ବିଜୟୀ ହେବ ବୋଲି ଅନୁମାନ ଲଗାଯାଇଛି ।...

ଉଠିଲା ଲକ୍‌ଡାଉନ୍‌: ଅପରାହ୍ନ ୫ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ପାଟନା,୮।୬:ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ କମିବା ପରେ ବିଭିନ୍ନ ରାଜ୍ୟରେ କଟକଣା ସାମାନ୍ୟ କୋହଳ କରାଯାଇଛି। ମଙ୍ଗଳବାର ବିହାରରେ ଲକଡାଉନ୍‌ କଟକଣା ଉଠାଇ ଦିଆଯାଇଛି।...

Advertisement
Archives

Model This Week