ଶିକ୍ଷା ହେଉ ଜୀବନର ମୂଳଦୁଆ

ଆଶିଷ ଧାଓ୍ବନ
ଉଚ୍ଚମାନର ଶିକ୍ଷା ଜଣେ ବ୍ୟକ୍ତିଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିଥାଏ। ଏହା କେବଳ ଶିକ୍ଷାର୍ଥୀ ମନରେ ମହତ୍ତ୍ୱାକାଂକ୍ଷା ସୃଷ୍ଟି କରେ ନାହିଁ, ବରଂ ତାକୁ ଚରିତାର୍ଥ କରିବା ପାଇଁ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। ତେଣୁ ଭାରତ ଭଳି ଏକ ଯୁବ ରାଷ୍ଟ୍ର ଯେଉଁଠାରେ ୬ରୁ ୧୪ ବର୍ଷ ବୟସ୍କ ସ୍କୁଲ ଯାଉଥିବା ପିଲାଙ୍କ ସଂଖ୍ୟା ୨୬ କୋଟିରୁ ଅଧିକ, ସେଠାରେ ଉଚ୍ଚମାନର ଶିକ୍ଷା କେତେ ଶକ୍ତିଶାଳୀ ହୋଇପାରେ, ତାହା ସହଜରେ ଅନୁମେୟ।
ତେବେ କେବଳ ସ୍କୁଲ ପାଠ୍ୟକ୍ରମରୁ ନୁହେଁ, ଭଲ କଥା ଶିଖିବା ଦ୍ୱାରା ପିଲାଟିର ଯେଉଁ ବୌଦ୍ଧିକ ବିକାଶ ହୁଏ, ତାହାକୁ ବୁଝିବା ମଧ୍ୟ ସମାନ ଭାବେ ଜରୁରୀ। ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍କୁଲରେ ପିଲାଙ୍କୁ ‘ଶିଖେଇବା’ର ଏହି ପ୍ରକ୍ରିୟାଟି ଠିକ୍‌ ଭାବେ ହୋଇପାରୁ ନ ଥିବାରୁ ଭାରତର ମାନବ ସମ୍ବଳର ସମୁଚିତ ବିକାଶ ହୋଇପାରୁ ନାହିଁ। ସ୍କୁଲ ଯାଉଥିବା ୬ରୁ ୮ ବର୍ଷର ପିଲାମାନେ ସ୍କୁଲରେ ପ୍ରକୃତରେ କ’ଣ ଶିଖୁଛନ୍ତି, ତାକୁ ନେଇ ଶିକ୍ଷାବିତ୍‌ମାନେ ଏକ ରିସର୍ଚ୍ଚ କରିଥିଲେ। ଏଥିରୁ ଜଣାପଡ଼ିଲା, ପାଖାପାଖି ପଚାଶ ପ୍ରତିଶତ ପିଲା ସ୍କୁଲ ଯାଆନ୍ତି ସିନା, ହେଲେ ସେଠାରେ କିଛି ଶିଖନ୍ତି ନାହିଁ। ଏହାର କାରଣ ହେଲା, ପିଲାମାନେ ବହିରେ ଲେଖା ହୋଇଥିବା ପାଠ ପଢ଼ି ସେଥିରୁ ବ୍ୟାବହାରିକ ଅର୍ଥ ବାହାର କରିପାରନ୍ତିନି। ବହିରେ ଲେଖାଯାଇଥିବା ପାଠକୁ ପଢ଼ି ସେଥିରୁ ଠିକ୍‌ ଅର୍ଥ ବୁଝିବାର ଦକ୍ଷତା ହେଉଛି ବ୍ୟକ୍ତି ଜୀବନର ଗୋଟିଏ ମୌଳିକ ଆବଶ୍ୟକତା। ଆଠବର୍ଷର ପିଲାଟିଏ ଯେମିତି ଗୋଟିଏ ସାଧାରଣ ବାକ୍ୟ ପଢ଼ି ତାହାର ଅର୍ଥ ବାହାର କରିପାରିବ, ଏ କଥାକୁ ସୁନିଶ୍ଚିତ କରିବା ନିହାତି ଜରୁରୀ।
୨୦୧୬ରେ ପ୍ରକାଶ ପାଇଥିବା ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍‌ଇଆର ୨୦୧୬) ଅନୁଯାୟୀ ତୃତୀୟ ଶ୍ରେଣୀରେ ପଢୁଥିବା ମାତ୍ର ଏକ ଚତୁର୍ଥାଂଶ ଛାତ୍ରୀଛାତ୍ର ସରଳ ବାକ୍ୟରେ ଲେଖା ହୋଇଥିବା କ୍ଷୁଦ୍ରଗଳ୍ପ ପଢ଼ିପାରନ୍ତି ଏବଂ ବୁଝିପାରନ୍ତି କିମ୍ବା ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ନେଇ ଫେଡାଣ କରିପାରନ୍ତି। ଭାରତ ସରକାରଙ୍କ ନ୍ୟାଶ୍‌ନାଲ ଆଚିଭ୍‌ମେଣ୍ଟ ସର୍ଭେ (ଏନ୍‌ଏଏସ୍‌) ମଧ୍ୟ ସୂଚାଇ ଦେଇଛି ଯେ, ଅନେକ ଛାତ୍ରୀଛାତ୍ର କୌଣସି ଲେଖା ପଢ଼ି ଏହାର ଅର୍ଥ ବୁଝିବାକୁ ସମର୍ଥ ନୁହନ୍ତି। ଆଜିର ଦୁନିଆରେ ଯେଉଁଠି ଶିଖିବା କହିଲେ ପାଠ ପଢ଼ିବାକୁ ବୁଝାଏ, ସେଠି ପଢ଼ି ପାରୁ ନ ଥିବା ପିଲାଟି ଶିକ୍ଷାଲାଭ କରିବ କେମିତି? ଏହା ଚାଲି ଜାଣି ନ ଥିବା ପିଲାଟିକୁ ଦୌଡ଼ିବାକୁ କହିଲା ଭଳି କଥା ହେବ।
ଅନ୍ତତଃ ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ର କୌଣସି ଲେଖାକୁ ପଢ଼ି ଅର୍ଥ ବୁଝିପାରିବା ଓ ସରଳ ଗାଣିତିକ ପ୍ରଶ୍ନର ସମାଧାନ କରିପାରିବାର ମୌଳିକ ଦକ୍ଷତା ହାସଲ କରିଥିବା ଦରକାର। ଆମ ଶିକ୍ଷା ବ୍ୟବସ୍ଥାର ଜଟିଳତାକୁ ଦେଖିଲେ ଏହାର ବିଶେଷ ଆବଶ୍ୟକତା ଥିବା ମନେ ହୁଏ। କାରଣ ଦେଶରେ ଶିକ୍ଷାର୍ଥୀମାନଙ୍କ ଭିତରୁ ଅନେକେ ଏଭଳି ପରିବାରରୁ ଆସିଥାନ୍ତି, ଯାହାଙ୍କର ମାତାପିତା ଅଳ୍ପଶିକ୍ଷିତ ବା ନିରକ୍ଷର। ଆର୍ଥତ୍ତ୍କ ଅଭାବ କାରଣରୁ ମଧ୍ୟ ଅନେକ ପରିବାର ପିଲାମାନଙ୍କ ପାଇଁ ନିଜ ଘରେ ଶିକ୍ଷା ହାସଲର ଉପଯୁକ୍ତ ପରିବେଶ ଦେଇପାରନ୍ତି ନାହିଁ। ଏଭଳି ସ୍ଥିତିରେ ଯଦି ସ୍କୁଲଗୁଡ଼ିକରେ ଉପଯୁକ୍ତ ପରିବେଶ ନ ରୁହେ, ତା’ହେଲେ ପିଲାଟି ଅଶିକ୍ଷାର ଅନ୍ଧକାରରେ ପଡ଼ିରହିବା ସ୍ବାଭାବିକ।
ଏହି ସମସ୍ୟା ସମାଧାନର ବାଟ ବାହାର କରିବା ଦରକାର। ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସଂସ୍କାର ସମାଜରେ ମୁକ୍ତ ଚିନ୍ତାଧାରା ବିକାଶରେ ସହାୟକ ହେବା ସହିତ ନୂଆ ଆବିଷ୍କାର ଓ ଉନ୍ନତି ପାଇଁ ବାଟ ଫିଟାଇବ। ଏଥିପାଇଁ ପ୍ରଥମେ ଆମକୁ ବ୍ୟାବହାରିକ ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ। ତୃତୀୟ ଶ୍ରେଣୀର ପିଲାଟିଏ କେମିତି ଠିକ୍‌ ଭାବରେ ବର୍ଣ୍ଣ ଚିହ୍ନିପାରିବ, ଅର୍ଥ ବୁଝିପାରିବ ଓ ଅଙ୍କ କଷିପାରିବ, ସେଥିରେ ତାକୁ ସହାୟତା କରିବାକୁ ପଡ଼ିବ। ଏହି ସମୟରେ ସେ କେତେ ପାଠ ବୁଝୁଛି, ତାକୁ ଠିକ୍‌ ଭାବେ ଅନୁଧ୍ୟାନ କରିବାକୁ ପଡ଼ିବ। କେବଳ ସରକାର ଓ ପ୍ରଶାସନ ନୁହେଁ, ଶିକ୍ଷକ, ଅଭିଭାବକ ଓ ଶିକ୍ଷା ବ୍ୟବସ୍ଥାରେ ସମ୍ପୃକ୍ତ ସମସ୍ତଙ୍କର ମିଳିତ ଉଦ୍ୟମରେ ହିଁ ଏହା ସମ୍ଭବ ହୋଇପାରିବ।
ଦ୍ୱିତୀୟ କଥା ହେଲା, ଶିକ୍ଷକ ଓ ସ୍କୁଲ ଉଭୟେ ପିଲାମାନଙ୍କୁ ଉଚ୍ଚମାନର ଶିକ୍ଷା ଦେବା ପାଇଁ ତାଲିମ ପ୍ରାପ୍ତ ହେବା ଉଚିତ। କେବଳ ଶିକ୍ଷାର୍ଥୀ ନୁହେଁ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପ୍ରଯତ୍ନ କରିବାକୁ ପଡ଼ିବ, ସମୟୋପଯୋଗୀ ଜ୍ଞାନ ବାଣ୍ଟିବା ସହ କୋମଳମତି ଶିକ୍ଷାର୍ଥୀମାନଙ୍କ ମନକୁ ବୁଝି ତାଙ୍କୁ ବୁଝେଇବା ପାଇଁ ଯେଉଁ ସ୍ବତନ୍ତ୍ର କଳା ଆବଶ୍ୟକ, ଶିକ୍ଷକମାନଙ୍କ ଭିତରେ ତାହାର ବିକାଶ ଲାଗି ବ୍ୟବସ୍ଥିତ ଦକ୍ଷତା ବିକାଶ ପ୍ରଣାଳୀ ପ୍ରୟୋଜନ। ପ୍ରାଥମିକ ଶିକ୍ଷା ସ୍ତରରେ ପାଠ ବହି କେମିତି ଶିଶୁ ମନସ୍ତତ୍ତ୍ୱକୁ ଆଖି ଆଗରେ ରଖି ତିଆରି ହେବ ଓ କେମିତି ମଜାଳିଆ ଢଙ୍ଗରେ ଶିକ୍ଷାଦାନ ହେବ, ସେ ବିଷୟରେ ଗଠନମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ଶେଷରେ ସବୁସ୍ତରରେ କିପରି ସଂସ୍କାର ପ୍ରକ୍ରିୟା ଉପରେ ନଜର ରଖାଯିବ, ସେକଥା ସୁନିଶ୍ଚିତ କରିବାକୁ ହେବ। ପଛୁଆ ରହିଯାଇଥିବା ନିର୍ଦ୍ଦିଷ୍ଟ ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରି ସେଥିରେ ସୁଧାର ଆଣିବାର ପ୍ରକ୍ରିୟା ଜିଲା ସ୍ତରରେ ହେବା ଉଚିତ। ସେଠାରେ ଆବଶ୍ୟକ ପାଠ୍ୟପୁସ୍ତକ, ତାଲିମ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯେପରି ଜିଲା ସ୍ତରରୁ ପହଞ୍ଚି ପାରିବ, ସେନେଇ ଚିନ୍ତା କରାଯିବା ଉଚିତ।
ଭାରତରେ ବର୍ତ୍ତମାନ ମହଜୁଦ ଥିବା ସମ୍ବଳକୁ ଦେଖିଲେ ମାତ୍ର ୫ ବର୍ଷ ଭିତରେ ସମ୍ପୂର୍ଣ୍ଣ ଦେଶରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ସମ୍ଭବ ମନେ ହୁଏ। ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ସହ ଆବଶ୍ୟକ ଢାଞ୍ଚାଗତ ସୁଧାର ଆଣିପାରିଲେ ଦେଶର ବିକାଶରେ ଏହା ଏକ ନିର୍ଣ୍ଣାୟକ ପ୍ରଗତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri