ଶିକ୍ଷା ବ୍ୟବସାୟ

ବିଚିତ୍ର ବିଶ୍ୱାଳ
ଜନସାଧାରଣଙ୍କ ପାଇଁ ଉଚ୍ଚମାନର ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇବା ଜନକଲ୍ୟାଣକାରୀ ସରକାରଙ୍କ ମୁଖ୍ୟ ଦାୟିତ୍ୱ। କିନ୍ତୁ ଆମ ଦେଶର ସରକାର ଧୀରେ ଧୀରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରୁ ହାତ କାଢ଼ି ନେଉଥିବାର ଦେଖାଯାଉଛି। ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରକୁ ଘରୋଇକରଣ କରିବା ଦିଗରେ ସରକାର ଖୁବ୍‌ ଜୋର୍‌ସୋର୍‌ରେ ଲାଗି ପଡ଼ିଛନ୍ତି। ସମ୍ପ୍ରତି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଯେପରି ଭାବେ ଆର୍ଥିକ ଅନୁଦାନ ବନ୍ଦ କରି ଘରୋଇ ନିୟନ୍ତ୍ରଣକୁ ଟେକିଦେବା ପାଇଁ ଯୋଜନା ଚାଲୁଛି, ଏଥିରୁ ଏହା ସ୍ପଷ୍ଟ ବୁଝାପଡ଼ୁଛି। ତଥ୍ୟ ଅନୁସାରେ ଆମ ଦେଶର ପ୍ରାୟ ୬୦% ଉଚ୍ଚଶିକ୍ଷାନୁଷ୍ଠାନ ଏବେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଘରୋଇ ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିୟନ୍ତ୍ରିତ।
ସରକାର ଉଚ୍ଚଶିକ୍ଷା ଅନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆର୍ଥିକ ଅନୁଦାନ ଦେବା ବନ୍ଦ କରିଦେଉଛନ୍ତି ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଜେ ନିଜର ଆର୍ଥିକ ଚାହିଦା ପୂରଣ କରିବା ପାଇଁ କୁହାଯାଉଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ବିଶ୍ୱବିଦ୍ୟାଳୟ କ’ଣ ମଲ୍‌ ନା ମଲ୍ଟିପ୍ଲେକ୍ସ, ଯିଏ କି ନିଜର ଆର୍ଥିକ ଚାହିଦାକୁ ନିଜେ ପୂରଣ କରିବ! ବିଶ୍ୱବିଦ୍ୟାଳୟ ତ ପିଲାମାନଙ୍କ ପଢ଼ିବା ପାଇଁ ତିଆରି ହୋଇଛି। ସେମାନେ ପୁଣି ନିଜର ଆର୍ଥିକ ଚାହିଦା କିପରି ପୂରଣ କରିବେ! ଯଦି ସରକାର ବିଶ୍ୱବିଦ୍ୟାଳୟଗୁଡ଼ିକୁୁ ଆର୍ଥିକ ପ୍ରୋତ୍ସାହନ ନ ଦେଇ ତାହାକୁ ଅର୍ଥ ରୋଜଗାରର ମାଧ୍ୟମ କରିବାକୁ ଚାହଁୁଛନ୍ତି, ତା’ହେଲେ ସେଠାରେ ବିଶ୍ୱବିଦ୍ୟାଳୟ ବନ୍ଦକରି ସିନେମା ହଲ୍‌ ଖୋଲନ୍ତୁ। ଟଙ୍କା ରୋଜଗାର ହେବ। ବିଶ୍ୱବିଦ୍ୟାଳୟ ମାନେ କ’ଣ ଲାବୋରଟୋରି ବା ଖେଳପଡ଼ିଆ ବନ୍ଦ କରି କ୍ୟାମ୍ପସ୍‌ ଭିତରେ ବ୍ୟବସାୟ କେନ୍ଦ୍ର ଖୋଲିବେ! ସରକାରଙ୍କ ଏପରି ଭାବନା ସତରେ ହାସ୍ୟାସ୍ପଦ। ଏପରିକି ବିଜ୍‌ନେସ୍‌ ହାଉସ୍‌ମାନେ ବି ନିଜ ପିଲାଙ୍କୁ ପଢ଼ିବା ସମୟରେ ରୋଜଗାର କରିବା ପାଇଁ କୁହନ୍ତି ନାହଁି।
ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରମାନଙ୍କୁ ଉନ୍ନତ ମାନର ଶିକ୍ଷା ଦାନ ପାଇଁ ତିଆରି ହୋଇଛି। ଅର୍ଥର ବ୍ୟବସ୍ଥା କରିବା ସେମାନଙ୍କର କାମ ନୁହେଁ। ସେହିପରି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ଆର୍ଥିକ ଅନୁଦାନ ଦେଇ ଛାତ୍ରମାନଙ୍କୁ ପାଠ ପଢ଼ିବା ପାଇଁ ଭିତ୍ତିଭୂମି ଯୋଗାଇବା ସରକାରଙ୍କ ଦାୟିତ୍ୱ। କାରଣ ଲୋକମାନେ ହଁି ଟିକସ ଦେଇ ସରକାରଙ୍କ ରାଜସ୍ବକୁ ଭରୁଛନ୍ତି। ଯଦି ସବୁ କିଛି ଘରୋଇ କମ୍ପାନୀ କରିବେ, ତେବେ ସବୁ କଥାରେ ଲୋକଙ୍କଠାରୁ ଟିକସ ନେଉଥିବା ସରକାରଙ୍କ କାମ କ’ଣ ହେବ?
ସରକାରଙ୍କ ନିର୍ଦ୍ଦେଶ ମାନି ନିଜ ଖର୍ଚ୍ଚ ନିଜେ ଉଠାଇବା ପାଇଁ ସମ୍ପ୍ରତି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ ବିଭିନ୍ନ ପ୍ରକାର ନୂଆ ବ୍ୟବସାୟିକ ପାଠ୍ୟକ୍ରମ ଆରମ୍ଭ କରାଯାଉଛି ଓ ତାହା ବିନିମୟରେ ଛାତ୍ରମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଛି। ଏହା ସ୍ପଷ୍ଟ ଯେ, ଯେଉଁମାନଙ୍କ ପାଖରେ ଟଙ୍କା ଥିବ ଅର୍ଥାତ୍‌ ଧନୀ ଛାତ୍ରମାନେ ହଁି ସେହିସବୁ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ ଓ ଅନ୍ୟମାନେ ନିରାଶ ହେବେ। ପରିସ୍ଥିତି ଏପରି ହେବ ଯେ, ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଲକ୍ଷ୍ୟ ଧୀରେ ଧୀରେ କେବଳ ପଇସା ରୋଜଗାର କରିବା ହଁି ହେବ। ସେମାନେ ଶିକ୍ଷାଦାନ ପରି ମହାନ୍‌ ଆଦର୍ଶରୁ ବିଚ୍ୟୁତ ହେବେ। ଏହି କ୍ରମରେ ଏବେ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ଓ ମ୍ୟାନେଜ୍‌ମେଣ୍ଟ ପରି ବ୍ୟବସାୟିକ ପାଠ୍ୟକ୍ରମ ଆରମ୍ଭ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ରୋଜଗାର କରିବା। ଯଦି ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟର ଏପରି ସ୍ଥିତି ତେବେ ଅନ୍ୟ ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଅବସ୍ଥା କ’ଣ ହେଉଥିବ ତାହା ଅନୁମେୟ।
ଏତଦ୍‌ବ୍ୟତୀତ ଆବଶ୍ୟକ କ୍ଷେତ୍ରରେ ସରକାର ଏକ ସତୁରି-ତିରିଶ ସୂତ୍ର ମଧ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ୭୦ ପ୍ରତିଶତ ଆର୍ଥିକ ଅନୁଦାନ ଦିଆଯିବ ଓ ବାକି ୩୦ ପ୍ରତିଶତ ଅର୍ଥ ବିଶ୍ୱବିଦ୍ୟାଳୟକୁ ନିଜେ ଉଠାଇବାକୁ ପଡ଼ିବ। କିନ୍ତୁ ପ୍ରଶ୍ନ ଉଠୁଛି ବିଶ୍ୱବିଦ୍ୟାଳୟଗୁଡ଼ିକ ଏହା ଉଠାଇବେ କିପରି? ସେମାନେ କ’ଣ ପାଠପଢ଼ା ଛାଡ଼ି ଟଙ୍କା ରୋଜଗାରରେ ରହିବେ? ତା’ହେଲେ ଘରୋଇ ଶିକ୍ଷାନୁଷ୍ଠାନ ଓ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ କ’ଣ ତଫାତ୍‌ ରହିଲା? ଯେଉଁ ବିଶ୍ୱବିଦ୍ୟାଳୟ ନିଜ ଖର୍ଚ୍ଚ ନିଜେ ଉଠାଇବାକୁ ସକ୍ଷମ ହୋଇପାରୁନାହାନ୍ତି, ସେମାନଙ୍କୁ ସରକାରୀ-ଘରୋଇ ଭାଗୀଦାରିତା ଭିତ୍ତିରେ ଯିବା ପାଇଁ କୁହାଯାଉଛି। ଅର୍ଥାତ୍‌ ପରୋକ୍ଷ ଭାବେ ସରକାରୀ ଶିକ୍ଷାନୁଷ୍ଠାନକୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରାଯାଉଛି ଓ ସରକାର ସବୁଦିନ ପାଇଁ ଶିକ୍ଷା କ୍ଷେତ୍ରରୁ ଛୁଟି ନେବା ପାଇଁ ଚାହଁୁଛନ୍ତି।
ଯଦି ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଜ ଆର୍ଥିକ ବ୍ୟବସ୍ଥା କରିବାକୁ କୁହାଯିବ ବା ଘରୋଇକରଣ କରିଦିଆଯିବ, ତେବେ ଆମ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବଜାର ନିୟନ୍ତ୍ରିତ ହୋଇପଡ଼ିବ। ବଜାରର ଚାହିଦା ଅନୁସାରେ ପାଠ୍ୟକ୍ରମ ପଢ଼ାଯିବ। ସାମାଜିକ ବିଜ୍ଞାନ, ଇତିହାସ, ଦର୍ଶନ ଆଦି ମଣିଷର ଆଭ୍ୟନ୍ତରୀଣ ବିକାଶ କରୁଥିବା ପାଠ୍ୟକ୍ରମଗୁଡ଼ିକ ଧୀରେ ଧୀରେ ବିଶ୍ୱବିଦ୍ୟାଳୟରୁ ହଜିଯିବ। ଶିକ୍ଷା କେବଳ ଛାତ୍ରମାନଙ୍କୁ ଚାକିରି ଯୋଗେଇବାର ଏକ ସାଧନ ହୋଇଯିବ। ଏହାଦ୍ୱାରା ଛାତ୍ରମାନଙ୍କର ସାମଗ୍ରିକ ବିକାଶ ବାଧାପ୍ରାପ୍ତ ହେବ। ଆମ ଦେଶର ଭବିଷ୍ୟତ ପିଢ଼ି ମଣିଷ ନ ହୋଇ କେବଳ ମେଶିନ୍‌ରେ ପରିଣତ ହୋଇଯିବେ। ଆମ ଉତ୍ତର ପିଢ଼ି ଯଦି ଇତିହାସ, ସାମାଜିକ ବିଜ୍ଞାନ ଓ ଦର୍ଶନ ପରି ମାନବୀୟ ଗୁଣକୁ ବିକାଶ କରୁଥିବା ପାଠ ପଢ଼ିବେ ନାହଁି, ତେବେ ଆମ ସମାଜର ଅବସ୍ଥା କ’ଣ ହେବ!
ଉଚ୍ଚଶିକ୍ଷାନୁଷ୍ଠାନ ହେଉଛି ପ୍ରତ୍ୟେକ ଦେଶର ବିକାଶର ଦର୍ପଣ। ସେଗୁଡ଼ିକୁ ଉଚ୍ଚମାନର କରି ଛାତ୍ରବତ୍ସଳ ଭାବେ ଗଢ଼ିତୋଳିବା ସରକାରଙ୍କ ଦାୟିତ୍ୱ ହେବା ଉଚିତ। କିନ୍ତୁ ସରକାର ସେମିତି ନ କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଜ ଅର୍ଥ ନିଜେ ବ୍ୟବସ୍ଥା କରିବା ପାଇଁ କହିବା ଅତ୍ୟନ୍ତ ଅଦୂରଦର୍ଶିତାର ପରିଚୟ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri