ଶିକ୍ଷକଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୦ା୨-ଏକ ସ୍କୁଲ ଘର ନିର୍ମାଣ କାମରେ ଅର୍ଥ ତୋଷାରପାତ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ସତ୍ୟପୀର ମିଶ୍ର ଅଭିଯୁକ୍ତ ଶିକ୍ଷକଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୫ ହଜାର ଟଙ୍କା ଜରିମାନା କରାଯାଇଛି । ଏହା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବା ପାଇଁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ଶିକ୍ଷକ ଜଣକ ହେଲେ ମନୋଜ ବେହେରା ।
୨୦୧୨-୧୩ ଆର୍ଥିକ ବର୍ଷରେ ଫୁଲବାଣୀ ବ୍ଲକ ବେଲପଦର ନୂତନ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ନିର୍ମାଣ ପାଇଁ ୧୦ ଲକ୍ଷ ୨୭ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୭ ଲକ୍ଷ ୫୦ ହଜାର ଟଙ୍କା ବିଦ୍ୟାଳୟ ଆକାଉଣ୍ଟକୁ ଆସିଥିଲା । ମନୋଜ ଏହି ଟଙ୍କା ଉଠାଇ କାମ କରିଥିଲେ । ହେଲେ ସେ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଡିଏସ୍‌ପି ହରେକୃଷ୍ଣ ବେହେରା ଘଟଣା ସମ୍ପର୍କରେ ଏତଲା କରିବା ପରେ ନଂ.୪୨/୧୫ରେ ମାମଲା ରୁଜୁ ହୋଇଥିଲା । ଇନ୍ସପେକ୍ଟର ପୁଲସ୍ତି ଛତ୍ରିଆଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ତଦନ୍ତ ବେଳେ ୩ ଲକ୍ଷ ୫୨ ହଜାର ୪୬୦ ଟଙ୍କା ଆତ୍ମସାତ ହୋଇଥିବା ଜଣାପଡିଥିଲା । ଏହାପରେ ମନୋଜ ଆତ୍ମସାତ କରିଥିବା ଅର୍ଥକୁ ମିଶାଇ ଅଧିକ ଟଙ୍କାର କାମ କରି ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଦାରିଙ୍ଗବାଡିରେ ଭୋଟ ପରିଚୟପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ: ବିଭିନ୍ନ ବୁଥ୍ ବୁଲି ସମୀକ୍ଷା କଲେ ବିଡ଼ିଓ

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଠାରୁ ଭୋଟ ପରିଚୟ ପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଜିଲା ପ୍ରଶାସନର ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ…

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି। ଏହି ସଙ୍କଟ ଆଗକୁ…

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

ସରକାରୀ ଆଇଟିଆଇରେ ସିଟ ସଂଖ୍ୟା ସୀମିତ:ବହୁ ଛାତ୍ରୀଛାତ୍ର ହେଉଛନ୍ତି ଶିକ୍ଷାରୁ ବଞ୍ଚିତ

ଦାରିଙ୍ଗବାଡି, ୨୯।୫ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଶିଳ୍ପ ନ ଥିଲେ ମଧ୍ୟ ବହୁ ଛାତ୍ରୀଛାତ୍ର ଏବେ ନିଜ ଦକ୍ଷତା ବୃଦ୍ଧି ଓ ସ୍ବରୋଜଗାର ପାଇଁ ସରକାରୀ ଆଇଟିଆଇରେ…

ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରୋଗୀ: ସେବା ପାଇଁ ଆଗେଇ ଆସିଲେ ୩ ଯୁବକ, ସାଉଁଟୁଛନ୍ତି ପ୍ରଶଂସା

ଦାରିଙ୍ଗବାଡି,୨୯।୫(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏବେ ପ୍ରଚଣ୍ଡ ଖରା ସାଙ୍ଗକୁ ଗରମ ଗୁଳୁଗୁଳି ଜାରି ରହିଛି। ଗତ ୨ ଦିନ ହେଲା କାଳ ବୈଶାଖୀର…

ଦାରିଙ୍ଗବାଡ଼ିରେ ଫେଲ୍‌ ମାରୁଛି ଶିଶୁ ସୁରକ୍ଷା ଅଭିଯାନ, ଟାଣଖରାରେ ଖଟୁଛନ୍ତି ଶିଶୁଶ୍ରମିକ

ଦାରିଙ୍ଗବାଡ଼ି,୨୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶିଶୁଶ୍ରମିକ ନିରୋଧ ଯୋଜନା ଫେଲ୍‌ ମାରୁଛି। ପ୍ରତି ମାସରେ ଏନେଇ ଟାସ୍କ ଫୋର୍ସର ଘନଘନ ବୈଠକ ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri