Posted inଜାତୀୟ

ଶାହାଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ନୂଆଦିଲ୍ଲୀ/ବେଜିଂ,୨୧।୨ (ପି.ଟି./ଆଇଏଏନ୍‌ଏସ୍‌):କରୋନା ଭାଇରସ୍‌ ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଅରୁଣାଚଳ ଗସ୍ତକୁ ବିରୋଧ କରିଛି। ଗୁରୁବାର ଅରୁଣାଚଳ ପ୍ରଦେଶର ପ୍ରତିଷ୍ଠା ଦିବସରେ ଶାହା ଇଟାନଗର ଯାଇଥିବାବେଳେ ବେଜିଂ ଏହାକୁ ଦୃଢ଼ ବିରୋଧ କରିଛି। ଭାରତୀୟ ନେତାଙ୍କ ଏଭଳି ଗସ୍ତ ଯୋଗୁ ସୀମା ବିବାଦ ଅଧିକ ଜଟିଳ ହେଉଛି ବୋଲି ଚାଇନା ଚେତାବନୀ ଦେଇଛି। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ସେଠାକୁ କେହି ଗସ୍ତକଲେ ଚାଇନାର ମୁଣ୍ଡବ୍ୟଥା ହେବା ଅନୁଚିତ ବୋଲି ନୂଆଦିଲ୍ଲୀ କଡ଼ା ଜବାବ ଦେଇଛି।
ପୂର୍ବରୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଥିବା ଅରୁଣାଚଳ ପ୍ରଦେଶ ୩୪ ବର୍ଷ ତଳେ ଫେବୃୟାରୀ ୨୦ରେ ସମ୍ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଥିଲା। ୧୯୧୩-୧୪ରେ ଏହି ଅଞ୍ଚଳ ବ୍ରିଟିଶ ଇଣ୍ଡିଆର ଅଂଶ ଥିଲା। ୧୯୩୮ରେ ଭାରତ ଓ ତିବ୍ବତ ମଧ୍ୟରେ ମ୍ୟାକ୍‌ମାହୋନ ଲାଇନ ଟଣାଯିବା ପରେ ଏହାକୁ ଭାରତରେ ସାମିଲ କରାଯାଇଥିଲା। ହେଲେ ୧୯୫୧ରେ ଚାଇନା ତିବ୍ବତର ଦକ୍ଷିଣାଞ୍ଚଳକୁ ଦଖଲ କରିବା ପରଠୁ ଅରୁଣାଚଳ ପ୍ରଦେଶକୁ ଏହାର ଏକ ଅଂଶ ବୋଲି ବିବେଚନା କରିଆସୁଛି। ତେଣୁ ଅରୁଣାଚଳକୁ କୌଣସି ଭାରତୀୟ ନେତା ଗଲେ ଚାଇନା ବିରୋଧ କରିଥାଏ। ଏହିକ୍ରମରେ ଚାଇନାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ୍‌ ଶୁଆଙ୍ଗ୍‌ କହିଛନ୍ତି, ଅରୁଣାଚଳ ପ୍ରଦେଶ ଭାରତର ଏକ ରାଜ୍ୟ ବୋଲି ବେଜିଂ କେବେ ସ୍ବୀକୃତି ଦେଇନାହିଁ। ଭାରତ-ଚାଇନାର ପୂର୍ବାଞ୍ଚଳ କ୍ଷେତ୍ରକୁ ନେଇ ବେଜିଂର ସ୍ପଷ୍ଟ ଆଭିମୁଖ୍ୟ ରହିଥିବାରୁ ଶାହାଙ୍କ ଗସ୍ତକୁ ଆମେ ବିରୋଧ କରୁଛୁ। ଏହି ଗସ୍ତ ସୀମାନ୍ତରେ ସ୍ଥିରତାକୁ ଅଣଦେଖା କରି ଚାଇନାର କ୍ଷେତ୍ରୀୟ ସାର୍ବଭୌମତ୍ୱକୁ କ୍ଷୁଣ୍ଣ କରିଛି। କେବଳ ଏତିକି ନୁହେଁ, ଶାହାଙ୍କ ଗସ୍ତ ଫଳରେ ପାରସ୍ପରିକ ରାଜନୈତିକ ଆସ୍ଥା ପ୍ରତି କୁଠାରାଘାତ ହେବା ସହ ଦ୍ୱିପାକ୍ଷିକ ବୁଝାମଣାର ଉଲ୍ଲଂଘନ ହୋଇଛି। ତେଣୁ ନୂଆଦିଲ୍ଲୀ ଆଗକୁ ସୀମା ବିବାଦକୁ ଅଧିକ ଜଟିଳ ହେବା ଭଳି କୌଣସି ପଦକ୍ଷେପ ନ ନେଉ। ସୀମାରେ ଶାନ୍ତି ବଜାୟ ରଖିବା ଲାଗି ଭାରତୀୟ ପକ୍ଷ ପ୍ରୟାସ କରନ୍ତୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଅରୁଣାଚଳକୁ ନେଇ ଆମ ଆଭିମୁଖ୍ୟ ସ୍ପଷ୍ଟ। ଏହି ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭାରତୀୟ ନେତାମାନେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଭଳି ଅରୁଣାଚଳ ପ୍ରଦେଶକୁ ମଧ୍ୟ ନିୟମିତ ଭାବେ ଯାତ୍ରା କରିଥାନ୍ତି। ଭାରତର ଏକ ରାଜ୍ୟକୁ ଭାରତୀୟ ନେତାଙ୍କ ଗସ୍ତକୁ ବିରୋଧ କରିବାର କୌଣସି କାରଣ ନାହିଁ। ଚାଇନା କାହିଁକି ଏପରି କରୁଛି ଭାରତୀୟମାନେ ତାହା ବୁଝିପାରୁନାହାନ୍ତି ବୋଲି ଏକ ଖବରଦାତା ସମ୍ମିଳନୀରେ ରବୀଶ ଜବାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri