Posted inଜାତୀୟ

ଶାହାଙ୍କୁ ଭେଟିଲେ ସିନ୍ଧିଆ: ଭୋପାଳରେ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ/ଭୋପାଳ,୧୩।୩(ପି.ଟି.): ଭାଜପାରେ ଯୋଗଦେବାର ଦିନକ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ। ତାଙ୍କର ଯୋଗଦାନ ମଧ୍ୟପ୍ରଦେଶ ଜନସାଧାରଣଙ୍କ ସେବା କରିବା ଲାଗି ଭାଜପାର ସଂକଳ୍ପକୁ ଅଧିକ ସୁଦୃଢ଼ କରିବ ବୋଲି ଶାହା କହିଛନ୍ତି। ଏହା ପୂର୍ବରୁ ସିନ୍ଧିଆ ସକାଳେ ରାଜନାଥଙ୍କ ବାସଭବନକୁ ଯାଇ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଭାଜପାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଥିବା ସିନ୍ଧିଆ ଭୋପାଳରେ ପହଞ୍ଚତ୍ବା ପରେ ସେଠାରେ ଭାଜପା ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କୁ ସ୍ବାଗତ ଜଣାଇବା ପାଇଁ ସ୍ଥାନୀୟ ଭାଜପା ନେତା ଓ କର୍ମୀମାନେ ବହୁସଂଖ୍ୟାରେ ବିମାନବନ୍ଦରକୁ ଧାଇଁଆସିଥିଲେ। ସେ ବିମାନବନ୍ଦରରେ ପହଞ୍ଚତ୍ବା ପୂର୍ବରୁ ଭୋପାଳର ବିଭିନ୍ନ ସ୍ଥାନରେ ତାଙ୍କ ଫଟୋ ଥାଇ ଲଗାଯାଇଥିବା ପୋଷ୍ଟରରେ କେହି କଳା ବୋଳିଦେଇଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସିସୋଡିଆ

ନୂଆଦିଲ୍ଲୀ,୩।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ଜାମିନ ପାଇଁ ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ...

ଭୋଟିଂ ସମୟରେ ମୁହାଁମୁହିଁ ହେଲେ ଭାଜପା-କଂଗ୍ରେସ କର୍ମୀ: ଟେକା ପଥର ମାଡ଼

ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଭୋଟିଂ ସମୟରେ ଭାଜପା-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୬ ଜଣ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନାର ଦିଆଯାଇଛି।...

ଚାଇନା କମ୍ପାନୀ ଟେଣ୍ଡରକୁ ବାତିଲ କଲା ବିହାର

ନୂଆଦିଲ୍ଲୀ,୨୯ା୬: ବିହାର ରାଜଧାନୀ ପାଟନାର ମହାତ୍ମା ଗାନ୍ଧୀ ସେତୁ ସହ ସମାନ୍ତରାଳରେ ଅନ୍ୟ ଏକ ମେଗା ବ୍ରିଜ୍‌ ନିର୍ମାଣ ଲାଗି ଚାଇନା କମ୍ପାନୀର ଟେଣ୍ଡରକୁ ରାଜ୍ୟ...

ଆଫଗାନିସ୍ତାନରୁ ଭାରତୀୟଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ଜାରି: ଅଭିଯାନର ନାମ ରଖାଗଲା ଅପରେଶନ ‘ଦେବୀ ଶକ୍ତି’

ନୂଆଦିଲ୍ଲୀ,୨୪ ।୮: ଆଫଗାନିସ୍ତାନରେ ତାଲିବାନର ନାଲିଆଖି ପରେ ଏବେ ସେଠାରେ ଥିବା ଭାରତୀୟଙ୍କୁ ସ୍ୱେଦେଶ ଫେରାଇ ଆଣିବାର କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ...

କାଦୁଅରେ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଦମ୍ପତି

ବିବାହକୁ ସ୍ମରଣୀୟ କରି ରଖିବାକୁ ସମସ୍ତେ ଚାହିଁ ଥାଆନ୍ତି। ଏବେ କିନ୍ତୁ ବିବାହ ପୂର୍ବର ମୂହୁର୍ତ୍ତକୁ ମନେ ରଖିବା ପାଇଁ ଯୁବପିଢୀ ବେଶୀ ଗୁରୁତ୍ୱ ଦେଉଛନ୍ତି।...

୬ରୁ ୮ ସପ୍ତାହ ଲକ୍‌ଡାଉନ କର

ନୂଆଦିଲ୍ଲୀ,୧୩ା୫: କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକିବାକୁ ହେଲେ ଭାରତର ଅଧିକାଂଶ ଭାଗ ୬ରୁ ୮ ସପ୍ତାହ ପାଇଁ ଲକ୍‌ଡାଉନ୍‌ରେ ରହିବା ଉଚିତ। ଇଣ୍ଡିଆନ୍‌ କାଉନ୍‌ସିଲ୍‌...

କଣ୍ଟାକ୍ଟ ଲେନ୍ସ ବିକ୍ରି ପାଇଁ ଦରକାର ହେବ ଲାଇସେନ୍ସ

ନୂଆଦିଲ୍ଲୀ,୧୪ ।୧୦: ଏବେ ଆଉ କଣ୍ଟାକ୍ଟ ଲେନ୍ସ ସବୁ ଚଷମା ଦୋକାନରେ ଦେଖିବାକୁ ମିଳିବ ନାହିଁ । କେନ୍ଦ୍ର ସରକର କଣ୍ଟାକ୍ଟ ଲେନ୍ସ ବିକ୍ରେତାଙ୍କୁ ଲାଇସେନ୍ସ...

ଆସାମ ଗାମୋଚାକୁ ଜିଆଇ ଟ୍ୟାଗ୍‌

ଗୁଆହାଟି,୧୫।୧୨: ଆସାମର ଗାମୋଚାକୁ ଭୌଗୋଳିକ ସାଙ୍କେତିକ (ଜିଆଇ) ମାନ୍ୟତା ମିଳିଛି। ଆସାମର ସଂସ୍କୃତିକୁ ଦର୍ଶାଉଥିବା ଗାମୋଚାକୁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି।...

Advertisement
Archives

Model This Week