ଶାହରୁଖଙ୍କ ଶାଶୁଙ୍କ ଫାର୍ମ ହାଉସ୍‌ ଉପରେ ଲାଗିଲା ୩କୋଟି ଟଙ୍କାର ଜରିମାନା

ମୁମ୍ବାଇ,୨୮।୨: ବଲିଉଡ୍‌ ବାଦଶାହ ଶାହରୁଖ ଖାଁଙ୍କ ଶାଶୁ ସବିତା ଛିବାଙ୍କ ଫାର୍ମ ହାଉସ୍‌ ଉପରେ ୩କୋଟି ଟଙ୍କାର ଜରିମାନା ଲାଗିଥିବା ଜଣାପଡ଼ିଛି। ଡେଜା ବୁ ଫାମର୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ହେଉଛନ୍ତି ଶାହରୁଖଙ୍କ ଶାଶୁ ସବିତା ଓ ଶାଳୀ ନମିତା ଛିବା। ମୁମ୍ବାଇ ଅଲିବାଗର ଥାଲରେ ଏକ ବିଳାସପୁର୍ଣ୍ଣ ବଙ୍ଗଳା ସହ ଫାର୍ମ ହାଉସ୍‌ ରହିଛି। ସୂଚନା ମୁତାବକ ୨୦୧୮ରେ ୧.୩ ହେକ୍ଟରରେ ତିଆରି ହୋଇଥିବା ଏହି ଫାର୍ମ ହାଉସ୍‌ରେ ଏକ ସୁଇମିଂ ପୁଲ୍‌ ଓ ହ୍ୟାଲିପ୍ୟାଡ ରହିଛି। ଏଠାରେ ବଲିଉଡ୍‌ର କେତେକ ହାଇ ପ୍ରୋଫାଇଲ୍‌ ପାର୍ଟି ଆୟୋଜିତ ହୋଇଥାଏ। ଏଥିରେ ଶାହରୁଖଙ୍କ ୫୨ତମ ବାର୍ଥ ଡେ’ ପାର୍ଟି ମଧ୍ୟ ସାମିଲ ଅଛି। ୨୦୧୮ ଜାନୁଆରୀ ୨୯ରେ ଡେଜା ବୁ କମ୍ପାନୀ ଆରମ୍ଭ ହୋଇଥିଲା। ସେତେବେଳେ ଜିଲାପାଳ ବିଜୟ ସୂର୍ଯ୍ୟବଂଶୀ ଉକ୍ତ କମ୍ପାନୀକୁ ଏକ ନୋଟିସ୍‌ ପଠାଇଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଜମି କିଣିବା ପରେ ସେଠାରେ ୨୦୦୫ ମେ’ ୧୩ରେ ତତ୍କାଳୀନ ଅତିରିକ୍ତ ଜିଲାପାଳ ଚାଷ ପାଇଁ ଅନୁମତି ଦେଇଥିଲେ। ହେଲେ ଚାଷ ପରିବର୍ତ୍ତେ ଉକ୍ତ ଜମିରେ ସମୟକ୍ରମେ ଫାର୍ମ ହାଉସ୍‌ ଓ ବିଳାସମୟ କୋଠା ଗଢ଼ି ଉଠିଥିଲା। ଯାହା ବମ୍ବେ ଟେନେନ୍ସୀ ଆକ୍ଟ ସେକ୍ସନ୍‌ ୬୩କୁ ଉଲ୍ଲଂଘନ କରୁଛି। ତେବେ ୨୦୨୦ ଜାନୁଆରୀ ୨୦ରେ ଏହି ମାମଲାରେ ପୁଣି ଥରେ ଜିଲାପାଳ ନୋଟିସ୍‌ ଜାରି କରି ଏହି ଜରିମାନା ଲଗାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଗୋଟିଏ ଦିନରେ ସର୍ବାଧିକ ୧୪ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୨୦।୬: କରୋନା ସଂକ୍ରମଣ ଏବେ ସରକାର ତଥା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି। ଦେଶରେ ହୁ ହୁ ହୋଇ ବଢି ଚାଲିଥିବା...

ବିବାହ ବାର୍ଷିକିରେ ଦୀପିକାଙ୍କୁ ସରପ୍ରାଇଜ ଦେଲେ ରଣବୀର

ମୁମ୍ବାଇ: ରଣବୀର ସିଂ ଓ ଦୀପିକା ପାଦୁକୋନ ବଲିଉଡର ସବୁଠାରୁ ପ୍ୟାରା ରିୟଲ ଲାଇଫ କପୁଲ ବୋଲି କୁହାଯାଏ । ତେବେ କିଛିଦିନ ପୂର୍ବରୁ ଏମାନଙ୍କ...

ଜାତୀୟ ପତାକା ନୁହେଁ ଧାର୍ମିକ ପତାକା

ନୂଆଦିଲ୍ଲୀ, ୨୭।୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଜାନୁଆରୀ ୨୬ ଦିନ  ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଥିଲା। କେତେକ ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ...

ଟ୍ରମ୍ପ୍‌ଙ୍କ ସୁରକ୍ଷା ବ୍ୟବସ୍ଥା: ଏକ ବର୍ଷର ଶିଶୁପୁତ୍ରକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି ମହିଳା କନେଷ୍ଟବଳ

ଅହମଦାବାଦ୍‌,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ୨୫ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ସେମାନେ ଦିନରାତି ସୁରକ୍ଷା ବ୍ୟବସ୍ଥାରେ ରହିଛନ୍ତି। ସ୍ଥାନୀୟ...

ଅତିରିକ୍ତ ବ୍ୟବବରାଦ: ଅଯୋଧ୍ୟା ମନ୍ଦିର ରକ୍ଷାଣବେକ୍ଷଣ ଖର୍ଚ୍ଚ ୨୦ କୋଟି ୪୦ ଲକ୍ଷ; ଲଦାଖ ପାଇଁ ୮,୮୨୦ କୋଟି ଏବଂ ମହାକାଶ ବିଭାଗ ଲାଗି ୬୬୬ କୋଟି

ନୂଆଦିଲ୍ଲୀ,୨୮।୧୧: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ପକ୍ଷରୁ ୨୧,୨୪୬ କୋଟି ୧୬ ଲକ୍ଷ ଟଙ୍କାର ଅତିରିକ୍ତ ବ୍ୟବବରାଦ ଲୋକସଭାରେ ଉପସ୍ଥାପନ କରାଯାଇଛିି।...

ଡେପୁଟି କମିଶନରଙ୍କ ମୁହଁକୁ ବାଲି ପକାଇଲେ ମହିଳା ଅଫିସର

ହାଇଦ୍ରାବାଦ୍‌,୬।୮: ଆନ୍ଧ୍ର ପ୍ରଦେଶର ଭାଇଜାଗ ସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅନୁଦାନ ବିଭାଗରେ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟ କରୁଥିବା...

ନେହାଙ୍କୁ ଗେଡ଼ି କହି ବ୍ୟଙ୍ଗ କରିବାକୁ ନେଇ କ୍ଷମା ମାଗିଲେ ଗୌରବ

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କଡ଼ଙ୍କୁ ଗେଡ଼ି କହି କମେଡି କରି ଫସିଛନ୍ତି ଗୌରବ ଗେରା। ଘଟଣାକୁ ନେଇ ନେହା କ୍ଷୋଭ ପ୍ରକାଶ କରିବା...

ଆଇଆଇଟିରେ ଛାତ୍ରଙ୍କ ଆଡମିଶନ ପାଇଁ ସ୍ବତନ୍ତ୍ର ଅଧିକାରର ପ୍ରୟୋଗ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧୧: ଆଇଆଇଟି ବମ୍ବେରେ ଜଣେ ଏସ୍‌ସି ଛାତ୍ରଙ୍କ ଆଡମିଶନ ନେଇ ସୁପ୍ରିମକୋର୍ଟ ନିଜର ସ୍ବତନ୍ତ୍ର ଅଧିକାର ପ୍ରୟୋଗ କରିଛନ୍ତି। ଛାତ୍ରଙ୍କୁ ୪୮ ଘଣ୍ଟା ମଧ୍ୟରେ ଆଡମିଶନ...

Advertisement
Archives

Model This Week