Posted inଜାତୀୟ

ଶାହଙ୍କ ଡିନର୍‌ ପାର୍ଟି

ନୂଆଦିଲ୍ଲୀ,୨୨ା୫: ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିବା ୧୪ ଏକ୍‌ଜିଟ୍‌ ପୋଲ ମଧ୍ୟରୁ ୧୨ଟି ଏନ୍‌ଡିଏ ସପକ୍ଷରେ ଜନମତ ରହିଥିବା କହିଛନ୍ତି। ଏଭଳି ସମୟରେ ସରକାର ଗଠନ ପାଇଁ ମେଣ୍ଟ ରଣନୀତି ସ୍ଥିର କରିବା ଲାଗି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ନୂଆଦିଲ୍ଲୀର ଏକ ହୋଟେଲରେ ନୈଶଭୋଜିର ଆୟୋଜନ କରିଥିଲେ। ଏଥିରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସାମୀଙ୍କ ସମେତ ୩୬ ସହଯୋଗୀ ଦଳର ନେତା ଯୋଗଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନକୁ ଦେଶ ପାଇଁ ଅତ୍ୟନ୍ତ ନିର୍ଣ୍ଣାୟକ ବୋଲି ଅଭିହିତ କରିବା ସହ ୨୦୨୨ ସୁଦ୍ଧା ଏକ ଶକ୍ତ, ବିକଶିତ ଓ ସମୃଦ୍ଧ ଭାରତ ଗଠନ ଲାଗି ସଂକଳ୍ପନାମା ଏଥିରେ ଗୃହୀତ ହୋଇଛି। ଏଲ୍‌ଜେପି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ଏହି ସଂକଳ୍ପନାମା ଆଗତ କରିଥିଲେ। ଇଭିଏମ୍‌କୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉଠାଯାଉଥିବା ପ୍ରଶ୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅନାବଶ୍ୟକ ବିବାଦ’ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ପରେ ମିଳିଲା ଚୋରି ହୋଇଥିବା କାର୍‌, ବ୍ୟବହାର କରୁଥିଲେ ପୋଲିସ ଅଫିସର

ଲକ୍ଷ୍ନୌ,୧।୧- ଦୁଇ ବର୍ଷ ତଳେ ଚୋରି ହୋଇଥିବା କାର୍‌ ମାଲିକଙ୍କୁ ହଠାତ୍‌ ଏକ ଅଟୋ ସର୍ଭିସିଂ ସେଣ୍ଟରରୁ କଲ୍‌ ଆସିଥିଲା। ଫିଡ୍‌ବ୍ୟାକ୍‌ ପାଇଁ କରାଯାଇଥିବା ଫୋନକଲରେ...

ଜୟପୁରରେ ଫିଲ୍ମ ‘ପାନିପତ’କୁ ବିରୋଧ

ଜୟପୁର,୯।୧୨: ବଡ଼ ପରଦାରେ ଫିଲ୍ମ ‘ପାନିପତ’ ରିଲିଜ୍‌ ହୋଇଛି। ରିଲିଜ୍‌ ପରେ ବି ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର...

ଡାକ୍ତରଙ୍କୁ ମାଡ଼ ଘଟଣାରେ ଦିଲ୍ଲୀର ୫ହସ୍ପିଟାଲରେ ଧର୍ମଘଟ

ନୂଆଦିଲ୍ଲୀ,୮।୭: ଦିଲ୍ଲୀର ମୌଲାନା ଆଜାଦ୍‌ ମେଡିକାଲ କଲେଜରେ ରବିବାର ଡାକ୍ତରଙ୍କ ସହ ହୋଇଥିବା ମାଡ଼ପିଟ୍‌ ଘଟଣାକୁ ବିରୋଧ କରି ଡାକ୍ତର ସଂଘ ଧର୍ମଘଟ ଡାକରା ଦେଇଛି।...

୨୦୨୧-୨୨ ପାଇଁ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ, ୨୦୨୨-୨୩ରେ ୮ ରୁ ୮.୫ ପ୍ରତିଶତ ଲକ୍ଷ୍ୟ…

ନୂଆଦିଲ୍ଲୀ, ୩୧।୧ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକ ସଭାରେ ଆର୍ଥିକ ସର୍ବେକ୍ଷଣ ୨୦୨୧-୨୦୨୨ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର...

ଜ୍ୟାକଲିନଙ୍କୁ ଦେଖାଇବା ପାଇଁ ଅମିତ ଶାହାଙ୍କ ଅଫିସକୁ ଫୋନ କରିଥିଲେ

ନୂଆଦିଲ୍ଲୀ,୧୪।୧୨: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ସହ ବନ୍ଧୁତା କରିବା ପାଇଁ ଅଭିଯୁକ୍ତ ଠକ ସୁକେଶ ଚନ୍ଦ୍ରଶେଖର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଫିସ...

୧୭ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ୪୧୫ ଓମିକ୍ରନ୍‌ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ...

ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ୯ ମେଡ଼ିକାଲ କଲେଜ ଉପହାର…

ଲକ୍ଷ୍ନୌ,୨୫।୧୦: ଉତ୍ତରପ୍ରଦେଶରେ ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ୯ଟି ମେଡ଼ିକାଲ କଲେଜ ଉପହାର ଦେଇଛନ୍ତି।...

ବିମାନ ବନ୍ଦର ପାଚେରି ଡେଇଁ ହେଲିକପ୍ଟରକୁ ପଥର ମାରିଲେ ଯୁବକ

ଭୋପାଳ,୩।୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରାଜା ଭୋଜ ବିମାନବନ୍ଦରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ରବିବାର ଏଠାରେ ବିମାନ ବନ୍ଦରର ପାଚେରି ଡେଇଁ ଜଣେ ଯୁବକ...

Advertisement
Archives

Model This Week