ଶାଶୁ ବୋହୂ ଧାରାବାହିକ ଯୁଗରେ ସାହିତ୍ୟ ତିଷ୍ଠିବା ଅସମ୍ଭବ

ବିଶିଷ୍ଟ ଲେଖକ ତଥା ପ୍ରଶାସକ ଡ. ପ୍ରଦୀପ ଦାଶ। ନିକଟରେ ସେ ନିଜ ରଚିତ ପୁସ୍ତକ ‘ଚରୁ ଚିବର ଓ ଚର୍ଯ୍ୟା’ ନିମନ୍ତେ ୪୦ତମ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସାହିତ୍ୟ ସୃଷ୍ଟି ମାଧ୍ୟମରେ ସାମାଜିକ ସମସ୍ୟାର ପ୍ରତିଫଳନ କରୁଥିବା ଡ. ଦାଶ ଏକାଧିକ ଓଡ଼ିଆ ପୁସ୍ତକର ରଚୟିତା। ନିଜ ପ୍ରଶାସନିକ ଅଭିଜ୍ଞତାକୁ ସାହିତ୍ୟରେ ପ୍ରତିଫଳନ କରାଉଥିବା ଏହି ସାହିତି୍ୟକଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର।

ଶାରଳା ପୁରସ୍କାର ପାଇବେ ବୋଲି ଆଶା କରିଥିଲେ? କାହାକୁ ଶ୍ରେୟ ଦେବେ?
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଶ୍ରେୟ ଦେବି। ଜଣେ ନୀରବ ସାଧକ କେବେ ପୁରସ୍କାରକୁ ଆଶା କରେନା। ମୋର କେବେଳ ପୁରସ୍କାର ପାଇଁ ଆଶା ନଥିଲା କି ନାହିଁ। ସାହିତ୍ୟ ମୋ ପାଇଁ ସାଧନା, ଏଥିରେ ପ୍ରତ୍ୟାଶାର ସ୍ଥାନ ନାହିଁ।
ଆପଣ ଭାବୁଛନ୍ତି କି ସାହିତ୍ୟ ମାଧ୍ୟମରେ ପରିବର୍ତ୍ତନ ଆଣିହେବ?
ପାଠାଗାର ଭିତରେ ବସି ୫, ୧୦ଟା ବହି ପଢି ସେଥିରୁ କିଛି ଭାଷା, ଭାବ, ଶୈଳୀ ଚୋରିକରି ଲେଖିବା ସାହିତ୍ୟ ନୁହେଁ। ସାହିତ୍ୟ ହେଉଛି ନିଜ ଅନୁଭବ ଓ ନିଜ ଅନୁଭୂତିକୁ ସାମାଜିକ ପରିବର୍ତ୍ତନ ପାଇଁ ଏକ ରୂପ ଦେଇ ତାହାକୁ ଲୋକଙ୍କ ସାମ୍ନାକୁ ଆଣିବା। ଆସାମ, ପଶ୍ଚିମବଙ୍ଗର ସାହିତି୍ୟକମାନେ ସେଭଳି କରନ୍ତି। ଲୋକଙ୍କ ସହ ମିଶି ସେମାନଙ୍କ ଠାରୁ କାହାଣୀ ଆଣନ୍ତି। ହେଲେ ଆମେ ବହୁ ସାହିତ୍ୟ ସୃଷ୍ଟିକଲେ ବି ତାହାର ଗୁରୁତ୍ୱ ରୁହେନା। କାରଣ କିଛି ନଥିଲେ ଆମେ ପ୍ରେମର ତ୍ରିଭୁଜକୁ ସାହିତ୍ୟ କହୁ। ସେଭଳି ସାହିତ୍ୟରେ କେବେ ପରିବର୍ତ୍ତନ ସମ୍ଭବ ନୁହେଁ।
ଧୀରେ ଧୀରେ ଓଡ଼ିଆ ପାଠକଙ୍କ ସଂଖ୍ୟା କମିଯାଉଛି। ଏହାର କାରଣ କ’ଣ ବୋଲି ଭାବୁଛନ୍ତି?
ଓଡ଼ିଆ ପାଠକଙ୍କ ସଂଖ୍ୟା କମିବା ପାଇଁ ଆମେ ନିଜେ ଦାୟୀ। କାରଣ ଆମେ ଆମ ପିଲାଙ୍କୁ ଓଡ଼ିଆ ପଢାଇବାକୁ କୁଣ୍ଠାବୋଧ କରୁଛୁ। ୬ବର୍ଷ ହେଲାବେଳକୁ ଷ୍ଟୁଆର୍ଟ, କେମ୍ବ୍ରିଜ୍‌ ସ୍କୁଲ୍‌ ଖୋଜୁଛୁ। ଏମିତି ହେଲେ ସେମାନେ ଓଡ଼ିଆ ସାହିତ୍ୟ ବିଷୟରେ ଜାଣିବା ତ ଦୂରର କଥା ସାହିତ୍ୟ ବଞ୍ଚତ୍ବା ଅସମ୍ଭବ ହୋଇଯିବ। ଓଡ଼ିଆ ସାହିତ୍ୟର ଐଶର୍ଯ୍ୟ ଅଛି ବୋଲି ଆମେ କେବଳ କଥାରେ କହୁ, ପ୍ରକୃତରେ କିନ୍ତୁ ବୁଝୁନା। ପ୍ରକୃତରେ ବୁଝୁଥିଲେ ଆମେ ଓଡ଼ିଆରେ କଥାହେବାକୁ କେବେ କୁଣ୍ଠାବୋଧ କରନ୍ତୁନି କି ନିଜ ପିଲାଙ୍କୁ ଓଡ଼ିଆ ପଢାଇବାକୁ ଲାଜ କରନ୍ତୁନି।
ଆପଣଙ୍କର ଆଗାମୀ ଲେଖା କାହାଉପରେ ରହିବ?
ସମୟ କହିବ କାହା ଉପରେ ଲେଖିବି। ଆବଶ୍ୟକତାରୁ ସାହିତ୍ୟର ସୃଷ୍ଟି। ପ୍ରଶାସନିକ ସେବାରେ ପଶିବା ପରେ ଦୁଃଖ କେଉଁଠି, ଅଭାବ କେଉଁଠି, ଦୈନ୍ୟ କେଉଁଠି ଜାଣିଲି। ଲୋକେ କିଭଳି ନିର୍ଯାତିତ, ନିଷ୍ପେଷିତ ହେଉଛନ୍ତି, ତା’ର ପ୍ରକୃତ ଚିତ୍ର ମୁଁ ଦେଖିସାରିଲା ପରେ ମୋ ମନକୁ ସାହିତ୍ୟ ଆସୁଛି। ଯେଉଁଠାରେ ଦେଖେ ସରକାରୀ ସ୍ତରରେ ଏକ ସମସ୍ୟାର ସମାଧାନ କରିହେବନି ସେଠାରେ ମୁଁ ସାହିତ୍ୟର ସାହାରା ନିଏ। ଲୋକଙ୍କ ଦୁଃଖ ଓ ଯନ୍ତ୍ରଣାକୁ ସାହିତ୍ୟର ସ୍ବର କରେ। ଯେତେବେଳେ ମନେହୁଏ ଆମର କିଛି କରିବାର କ୍ଷମତା ନାହିଁ ସେତେବେଳେ ଏ ସାହିତ୍ୟ କାମରେ ଆସେ।
ଜଣେ ପ୍ରଶାସକ ଏବଂ ଜଣେ ଲେଖକ। କେମିତି ବାଲାନ୍ସ କରନ୍ତି?
ଦୁଇଜଣ ବ୍ୟକ୍ତିତ୍ୱ ମୋତେ ଏଥିପ୍ରତି ଉତ୍ସାହିତ କରିଛନ୍ତି। ସେମାନେ ହେଲେ ଫକୀରମୋହନ ସେନାପତି ଓ ଗୋପୀନାଥ ମହାନ୍ତି। ଜଣେ ଦଓ୍ବୋନ୍‌ ହେଲେ ଆଉଜଣେ ଡେପୁଟି କଲେକ୍ଟର। ତେବେ ଦୁଇଜଣଙ୍କର ସାହିତ୍ୟ ଏତେ ଉର୍ବର, ବ୍ୟାପକ ଓ ବ୍ୟାପ୍ତ ତାହା ଜଣେ ପଢିଲେ ହିଁ ଜାଣିପାରିବ। ମୋ ମତରେ ଏସବୁ ସାହିତ୍ୟ ସୃଷ୍ଟି ପଛରେ ପ୍ରଶାସନିକ ଅଭିଜ୍ଞତା ରହିଛି। ମୋତେ ଲାଗିଥିଲା ଭଲ ସାହିତି୍ୟକ ହେବାକୁ ହେଲେ ପ୍ରଥମେ ଜଣେ ପ୍ରଶାସକ ହେବାକୁ ପଡ଼ିବ।
ସର୍ବଭାରତୀୟ ସ୍ତରରେ ଓଡ଼ିଆ ସାହିତ୍ୟର ସ୍ଥିତି କିଭଳି ରହିଛି?
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଆମେ ଶାସ୍ତ୍ରୀୟ ପରମ୍ପରାକୁ ଭିତ୍ତିକରି ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିବା ଉଚିତ। ତାମିଲ୍‌, ବଙ୍ଗଳା ଓ ଆସାମୀମାନେ କବି, କବିତା, ସାହିତ୍ୟ ଓ ସାହିତି୍ୟକ ପ୍ରତି ଯେଉଁଭଳି ଅନୁରାଗ ପୋଷଣ କରୁଛନ୍ତି ସେଭଳି ଅନୁରାଗ ଆମର ନାହିଁ। ସେଥିପାଇଁ ତାଙ୍କ ସାହିତ୍ୟ କୃତି ବହୁତ ଆଗକୁ ଯାଉଛି। ଆମର ଯେତେ ଭଲ ହେଲେ ବି ଆମେ ପଛରେ ରହିଯାଉଛେ। ଯେଉଁ ସାରଳା ଆମ ସାହିତ୍ୟର ଭିତ୍ତି ସୃଷ୍ଟି କରିଥିଲେ ୪ କୋଟିରୁ ୧ କୋଟି ବି ସେଭଳି ମହାକବିଙ୍କୁ ମନେରଖିନାହାନ୍ତି। ମନେ ରଖିବା ତ ଦୂରର କଥା ସାରଳା ଦାଶ ଓ ସାରଳା ମହାଭାରତ ବିଷୟରେ ଓଡ଼ିଆମାନେ ଜାଣିନାହାନ୍ତି।
ଓଡ଼ିଆ ସାହିତ୍ୟ ପ୍ରତି ଯୁବପିଢିମାନେ ଆକୃଷ୍ଟ ହେଉଛନ୍ତି ବୋଲି ଭାବୁଛନ୍ତି କି?
ସୁନାମ, ଖ୍ୟାତି ଓ ଗରିମା ପାଇଁ ଆଜିକାଲି ଲୋକେ ସାହିତ୍ୟ ଆଡ଼କୁ ମୁହାଁଉଛନ୍ତି। ଆଗପିଢିର ସାହିତି୍ୟକମାନେ ନିଜ ଲେଖା ମାଧ୍ୟରେ ଯେଭଳି ସାମାଜିକ ପରିବର୍ତ୍ତନର ବାର୍ତ୍ତା ଦେଉଥିଲେ ଏବେକାର ସାହିତି୍ୟକମାନଙ୍କ ମଧ୍ୟରେ ଆଉ ସେଭଳି ମାନସିକତା ନାହିଁ। ସାହିତ୍ୟ ଯଦି ସାମାଜିକ ପ୍ରତିବଦ୍ଧତା ଦେଇ ଗତିକରେ ତାହେଲେ ସେ ସାହିତ୍ୟ ଦୀର୍ଘସ୍ଥାୟୀ ହେବ। ସମାଜ ପ୍ରତି, ମଣିଷ ପ୍ରତି, ମାଟିର ସ୍ବପ୍ନ ପ୍ରତି, ଭୂମିର ଆତ୍ମାପ୍ରତି ଥିବା ଆନ୍ତରିକତା ସାହିତ୍ୟରେ ପ୍ରତିଫଳନ ହେବା ଆବଶ୍ୟକ।
ଜଣେ ଚାହିଁଲେ ସାହିତି୍ୟକ ହୋଇ ତିଷ୍ଠିପାରିବ କି?
ଶାଶୁ ବୋହୂ ଧାରାବାହିକ ଯୁଗରେ ସାହିତ୍ୟକୁ ନେଇ ତିଷ୍ଠିବା କାଠିକର ପାଠ। ବିଶେଷକରି ଓଡ଼ିଶାରେ ଏହା ଅସମ୍ଭବ। ଆମ ମାନସିକତାରେ ଯେପର୍ଯ୍ୟନ୍ତ ପରିବର୍ତ୍ତନ ନ ହୋଇଛି ସେପର୍ଯ୍ୟନ୍ତ ଆମେ ସାହିତ୍ୟକୁ ପୁଞ୍ଜି କରି ବଞ୍ଚତ୍ପାରିବା ନାହିଁ। ଆଜି ମୁଁ ଯେଉଁଠାରେ ପହଞ୍ଚତ୍ଛି ତାହାର ଭିତ୍ତିଭୂମି ‘ଧରିତ୍ରୀ’ରେ ସୃଷ୍ଟିହୋଇଛି। ସ୍ବର୍ଗତ ଦେବେନ୍ଦ୍ର ଶତପଥୀ ଏବଂ ନନ୍ଦିନୀ ଶତପଥୀ ଆଜି ଯଦି ଜୀବିତ ଥା’ନ୍ତେ ତାଙ୍କୁ ମୁଁ ପ୍ରଥମେ କୃତଜ୍ଞତା ଜଣାଇଥାନ୍ତି। ଜଣେ ସାହିତ୍ୟ ଛାତ୍ରଭାବେ ସେମାନେ ମୋତେ ଆଗକୁ ବଢିବାର ସୁଯୋଗ ଦେଇଥିଲେ। କିନ୍ତୁ ଏବେ ଓଡ଼ିଆ ଭାଷା ଯେଉଁମାନେ ପଢୁଛନ୍ତି ସେମାନଙ୍କୁ ଲୋକେ ମୂର୍ଖ ଭାବନ୍ତି। ଆମ ଲୋକଙ୍କ ମାନସିକତା ଏମିତି ଯେ ସାହିତ୍ୟ ଛାତ୍ରକୁ ସମସ୍ତେ ପଛ ବେଞ୍ଚରେ ବସିଥିବା ପିଲା ଭାବନ୍ତି।
ଆଗାମୀ ପିଢି ସାହିତି୍ୟକଙ୍କୁ କ’ଣ ବାର୍ତ୍ତାଦେବେ?
ଅଧିକ ପଢ଼। ଲୋକଙ୍କ ସହ ମିଶ ଓ ସେମାନଙ୍କ କଥାକୁ କାହାଣୀ କର। ଦୁର୍ଭାଗ୍ୟର ବିଷୟ, ୯୮ରୁ ୯୯ ପ୍ରତିଶତ ଓଡ଼ିଆ ଛାତ୍ରୀଛାତ୍ର ନିଜର ଶିଖିବାର ପରିସୀମାକୁ ବ୍ୟାପ୍ତ କରୁନାହାନ୍ତି। ସାମୁଏଲ୍‌ ବେକେଟ୍‌ସଙ୍କ ବହି ନ ପଢିଲେ ଆବ୍‌ସର୍ଡ ଡ୍ରାମା ବିଷୟରେ ଜାଣିପାରିବେ ନାହିଁ ବୋଲି ସେମାନେ ଭୁଲିଯାଉଛନ୍ତି। ଯଦି ଜଣେ ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ, ଇଂଲିଶ ପଢି ନିଜକୁ ପ୍ରତିଷ୍ଠିତ କରିପାରୁଛି ତାହେଲେ ଓଡ଼ିଆ ପଢି କ’ଣ ପାଇଁ ଆମେ କରିପାରିବା ନାହିଁର ମାନସିକତା ରଖି ଆଗକୁ ବଢିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?