ଶାଳପତ୍ର ଚଉତିରେ ପରଷା ହେବ ଟିଫିନ

କେନ୍ଦୁଝର, ୧୩ା୯(ସ୍ବ.ପ୍ର.)-ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁହେବା ପରେ ଜିଲା ପ୍ରଶାସନ ଏଣିକି ସମସ୍ତ ସରକାରୀ ବୈଠକରେ ପ୍ଲାଷ୍ଟିକ, ସିନ୍ଥେଟିକ ବା ଫାଇବର ସାମଗ୍ରୀ ବଦଳରେ ଶାଳପତ୍ରରେ ତିଆରି ପାତ୍ର (ଚଉତି) ଓ ଅନ୍ୟ ପ୍ରକୃତି ଉପଯୋଗୀ ପାତ୍ର ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଅନେକ ସ୍ବାଗତ କରୁଛନ୍ତି। ଏହି ସାମଗ୍ରୀ ଆଇଟିଡିଏ ସ୍କିମ୍‌ରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଫଳରେ ଏହା ଦ୍ୱାରା ଖଲିପତ୍ର ଚଉତି ପ୍ରସ୍ତୁତ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ତଥା ବନବାସୀମାନେ ବହୁ ପରିମାଣରେ ଉପକୃତ ହୋଇ ପାରିବେ ବୋଲି ମତପ୍ରକାଶ ପାଉଛି।
ଗ୍ରାମାଞ୍ଚଳରେ ଏହି ଶାଳପତ୍ରରେ ପ୍ରେସ ଖଲି ଓ ଚଉତି ପ୍ରସ୍ତୁତ ପାଇଁ ଆଇଟିଡିଏ ପକ୍ଷରୁ ସହାୟତା ଓ ପ୍ରୋତ୍ସାହନ କରିବାକୁ ଦାବି ହେଉଛି। ଏହା ଦ୍ୱାରା ବନବାସୀମାନେ ଉପକୃତ ହୋଇ ପାରିବେ ଏବଂ ଜାଳକାଠ ବିକି ଚଳୁଥିବା ମହିଳାପୁରୁଷମାନେ ଆଉ ଜଙ୍ଗଲ ନ କାଟି ସେହି କାମରେ ଲାଗିପାରିବେ। ଏହା ଦ୍ୱାରା ଜଙ୍ଗଲର ସୁରକ୍ଷା କରିହେବ ବୋଲି କୁହାଯାଉଛି। ଏଭଳି ସମସ୍ତ ସରକାରୀ ଓ ବେସରକାରୀ ସଭାସମିତି ବୈଠକରେ ପ୍ଲାଷ୍ଟିକ ବର୍ଜନ କରି ପିଇବା ପାଇଁ ଶୀଘ୍ର କ୍ଷୟ ହୋଇଯାଉଥିବା ପେପରରେ ନିର୍ମିତ ସାମଗ୍ରୀର ବ୍ୟବହାର ତଥା ପତ୍ରରେ ନିର୍ମିତ ଖଲି, ଚଉତି ଆଦି ବ୍ୟବହାର କରାଗଲେ ପରିବେଶର ସୁରକ୍ଷା ମଧ୍ୟ ହୋଇପାରିବ। ସେହିପରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରୋତ୍ସାହିତ କରାଗଲେ କାଗଜରେ ପ୍ରସ୍ତୁତ ଠୁଙ୍ଗା ତଥା ଅନ୍ୟ ସାମଗ୍ରୀ ବୋହିବା ପାଇଁ ବିଭିନ୍ନ ପ୍ରକାରର ପ୍ରକୃତି ଉପଯୋଗୀ ପାତ୍ର, ବ୍ୟାଗ ଆଦି ପ୍ରସ୍ତୁତ ହୋଇପାରିବ। ଏହା ଦ୍ୱାରା ବଜାରରେ ଦେଖାଦେଉଥିବା ଅଭାବ ଦୂର ହେବା ସହ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇପାରିବ ଏବଂ ଲୋକମାନେ ମଧ୍ୟ ପ୍ଲାଷ୍ଟିକକୁ ନା କହିପାରିବେ ବୋଲି ମତ ପ୍ରକାଶ ପାଉଛି ା ଏଠାରେ ସୂଚନାଯୋଗ୍ୟ ଯେ ବହୁ ଆଗରୁ ଏହି ପତ୍ର ଖଲ,ଚଉତି, ପେପର ଠୁଙ୍ଗା, କନା, ଝୋଟରେ ପ୍ରସ୍ତୁତ ବ୍ୟାଗ, ଅଖା ଆଦିର ବହୁଳ ବ୍ୟବହାର ଥିଲା ା ଏବେ ମଧ୍ୟ ଏସବୁର ବ୍ୟବହାର ରହିଛି। କିନ୍ତୁ ଚାହିଦା ନ ଥିବାରୁ ଏହାକୁ ପ୍ରସ୍ତୁତ କରି ଗୁଜୁରାଣ ମେଣ୍ଟାଉଥିବା ବହୁ ପରିବାର ଅଭାବ ଅନଟନରେ ରହିଆସୁଥିବା ବେଳେ ଏବେ ପୁଣି ସେସବୁର ବ୍ୟବହାର ହେବା ସେମାନଙ୍କ ମଧ୍ୟରେ ଆଶା ଉଜ୍ଜୀବିତ ହେଉଛି। ପ୍ରକାଶ ଯେ ପ୍ଲାଷ୍ଟିକ ଉପରେ ସରକାର କଟକଣା ଲଗାଇଥିଲେ ହେଁ କେନ୍ଦୁଝର ଜିଲାରେ ଚାଲିଛି ଅବାଧ ପ୍ଲାଷ୍ଟିକ ଜରି, ବୋତଲ ଆଦିର ବ୍ୟବହାର। କେତେକ ପ୍ରଭାବଶାଳୀ ବ୍ୟକ୍ତି ଏହି କାରବାର ପଛରେ ଥିବାରୁ ପ୍ରଶାସନ ଧରପଗଡ କରୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ପ୍ଲାଷ୍ଟିକର ବିକଳ୍ପ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଅନ୍ୟ ବଡି, ପାମ୍ପଡ, ଖଲିପତ୍ର ପ୍ରସ୍ତୁତ କରିବା ଭଳି ରୋଜଗାରକ୍ଷମ ପାଇଁ ତାଲିମ ଦେବା ନେଇ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?