ଶାରଳା ପୀଠରେ ଅବ୍ୟବସ୍ଥା: ଖୋଲାଖୋଲି ଚାଲିଛି ଶୋଷଣ, ଶ୍ରଦ୍ଧାଳୁ ଅସନ୍ତୁଷ୍ଟ

ଜଗତ୍‌ସିଂହପୁର ଅଫିସ,୭।୭: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା। ମା’ଙ୍କ ମନ୍ଦିର କେବଳ ଜିଲାରେ ନୁହେଁ, ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛି। ତେଣୁ ପ୍ରତ୍ୟହ ଏଠାକୁ ସହସ୍ରାଧିକ ଶ୍ରଦ୍ଧାଳୁ ଆସନ୍ତି। କିନ୍ତୁ ଏଠାରେ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଯେଭଳି ଖେଳାଯାଉଛି ତାହା ପୀଠର ପ୍ରସିଦ୍ଧି ପ୍ରତି ଆଞ୍ଚ ଆଣୁଛି। ଗାଡି ପାର୍କିଂଠାରୁ ଆରମ୍ଭ କରି ଜୋତା ଷ୍ଟାଣ୍ଡ, ଭୋଗ ଓ ଦୀପ ଦୋକାନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଖୋଲାଖୋଲି ଶୋଷଣ ଚାଲିଛି। ଲାଗୁଛି ଯେମିତି ଏହା ଉପରେ କାହାର ନିୟନ୍ତ୍ରଣ ନାହିଁ। ବାହାରେ ୨ ଚକିଆ ଯାନ ରଖିଲେ ପାର୍କିଂ ଫି ଆଦାୟ ପାଇଁ ମନା ଥିଲେ ସୁଦ୍ଧା ଆଦାୟ ଚାଲିଛି। ୪ ଚକିଆ ଓ ୧୦ ଚକିଆ ଯାନ ପିଛା ଯାହା ପାର୍କିଂ ଫି ସ୍ଥିର ହୋଇଛି, ତା’ଠାରୁ ଯଥେଷ୍ଟ ଅଧିକ ଆଦାୟ କରାଯାଉଛି। ସେହିପରି ଭୋଗ ଦୋକାନୀଙ୍କ ଦୌରାତ୍ମ୍ୟ ମଧ୍ୟ କମ୍‌ ନୁହେଁ। ଭୋଗର ମୂଲ୍ୟ ତାଲିକା ମରାଯିବା କଥା। କିନ୍ତୁ ତାହା କରାଯାଉ ନ ଥିବାରୁ ଚଢା ଦରରେ ବିକ୍ରି କରାଯାଉଛି। ମନ୍ଦିର ପରିସରରେ କେହି ଏ ସମ୍ପର୍କରେ ଅଭିଯୋଗ କରିବାକୁ ଚାହିଁଲେ କେଉଁଠିକୁ ଯିବେ ଜାଣିପାରୁନାହାନ୍ତି। କାରଣ ଅଧିକାଂଶ ଦିନ ମନ୍ଦିର ପରିସର ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ତାଲା ଝୁଲୁଛି। ପୂର୍ବରୁ ମନ୍ଦିର ପରିଚାଳନା ବୋର୍ଡ ସଭାପତି ଥିଲେ ଜିଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଉଥିଲେ ଉପଜିଲାପାଳ। ୨ ମାସ ତଳେ ଏହି ଭାର ଦେବୋତ୍ତର ବିଭାଗ ଅଧୀନକୁ ଯାଇଛି। ବିଭାଗ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଶାରଳା ମନ୍ଦିର ସହ ଗୋରେଖନାଥ ପୀଠ ଦାୟିତ୍ୱ ବୁଝୁଛନ୍ତି। ହେଲେ ଅଧିକାଂଶ ସମୟ ଶାରଳା ମନ୍ଦିରରେ ଅନୁପସ୍ଥିତ ରହୁଛନ୍ତି। କେବଳ ଏତିକି ନୁହେଁ ୨୦୧୮ରେ ଭୋଗ ଦୋକାନ ଉପରେ ୧୨,୩୧,୪୯୮ ଟଙ୍କା ବାକି ଅଛି। ଦୀପ ଦୋକାନୀ ଉପରେ ୪,୩୧,୧୫୧, ଗାଡି ପାର୍କିଂ ଓ ଜୋତାଷ୍ଟାଣ୍ଡ କରିଥିବା ଲୋକଙ୍କ ଉପରେ ୫,୪୬,୫୮୫ ଟଙ୍କା ବକେୟା ରହିଛି। ଏହି ରାଶି ଆଦାୟ କରିବା ନଁା ଧରୁନି ମନ୍ଦିର ପ୍ରଶାସନ। ୨୦୧୯ରେ ମଧ୍ୟ ସେମାନଙ୍କୁ କାରବାର ପାଇଁ ଦାୟିତ୍ୱ ଦିଆଯାଇଛି। ଏନେଇ କୌଣସି ରାଜିନାମା ମଧ୍ୟ କରାଯାଇନାହିଁ। ନିୟମ ଅନୁସାରେ ସେମାନେ ଅଗ୍ରିମ ୬ଟି ଚେକ୍‌ ଦେବା କଥା। କିନ୍ତୁ ତାହା ଦେଇନାହାନ୍ତି। ଏଥିସହ ପ୍ରଥମ କିସ୍ତି ଚେକ୍‌ ଖିଲାପ କରିଛନ୍ତି। ପ୍ରଶାସନ ଓ ଦେବୋତ୍ତର ବିଭାଗ ଏଥିପ୍ରତି ଆଖିବୁଜି ଦେଇଛନ୍ତି। ଏଥିପାଇଁ ମନ୍ଦିର ରାଜସ୍ବକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ମା’ଙ୍କର ୫୪୭ ଏକର ଜମି ରହିଛି। ହେଲେ ଅଧିକାଂଶ ଜବରଦଖଲରେ ଥିବାରୁ ଚାଉଳ କିଣାଯାଇ ନୀତି ହେଉଛି। ଅର୍ଥାଭାବରୁ ବେଳେବେଳେ ନୀତିକାନ୍ତିରେ ବାଧା ଉପୁଜୁଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଶ୍ରାମାଗାର ଆବଶ୍ୟକତା ଥିଲେ ସୁଦ୍ଧା ତାହା କରାଯାଉନାହିଁ। ପରିବେଶ କଥା ନ କହିଲେ ଭଲ। ମା’ଙ୍କ ଦର୍ଶନ ପୂର୍ବରୁ ଶ୍ରଦ୍ଧାଳୁମାନେ ଏଠାରେ ଥିବା ଚନ୍ଦନ ପୋଖରୀରେ ଗୋଡ଼ହାତ ଧୋଇଥାନ୍ତି। କିନ୍ତୁ ଏବେ ପୋଖରୀ ଏତେ ଅପରିଷ୍କାର ହୋଇପଡ଼ିଛି ଯେ ଶ୍ରଦ୍ଧାଳୁ ନାକ ଟେକୁଛନ୍ତି। ପଦ ପ୍ରକ୍ଷାଳନ ବ୍ୟବସ୍ଥା ମଧ୍ୟ ଅଚଳ। ମନ୍ଦିର ଛାତରେ ବର୍ଷାଧିକ କାଳ ହେବ ଅଳିଆ ଗଦା ହୋଇରହିଛି। ତେଣୁ ଛାତ କ୍ଷତିଗ୍ରସ୍ତ ହେଉଛି। ଗତବର୍ଷ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଫାଟ ସୃଷ୍ଟି ହେବାରୁ ବର୍ଷାଦିନେ ପାଣି ଗଳିଥିଲା। ଇତିମଧ୍ୟରେ ତାହା ମରାମତି ହୋଇଛି। ଆଉ କେତେକ ସ୍ଥାନରେ ମରାମତି ଆବଶ୍ୟକ ଥିଲେ ସୁଦ୍ଧା କରାଯାଉନାହିଁ। ବିଭିନ୍ନ ପର୍ବପର୍ବାଣିର ଆୟବ୍ୟୟ ଖର୍ଚ୍ଚ ନୋଟିସ ବୋର୍ଡରେ ମାରିବାକୁ ନିୟମ ଥିଲେ ମଧ୍ୟ ତାହା କରାଯାଉନି। ମନ୍ଦିର ପରିସରରେ ପାଖାପାଖି ୧ ବର୍ଷ ପୂର୍ବରୁ ନିର୍ମିତ ଓଟିଡିସି ବଙ୍ଗଳା ଉଦ୍‌ଘାଟନରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏସବୁ ଦିଗ ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପଚାରିବାରେ ସେ କହିଲେ ଯେ, ପ୍ରସଙ୍ଗର ଗମ୍ଭୀତା ଦୃଷ୍ଟିରୁ ସେ ତୁରନ୍ତ ଏହା ଉପରେ ସମୀକ୍ଷା କରିବେ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୧ା୧୦: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ନିନୀଗାଁରେ ୨୦୧୯ରେ ଏକ ବଧୂହତ୍ୟା ହୋଇଥିଲା। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ହରପ୍ରିୟା ଖଟୁଆଙ୍କୁ...

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଗାଡ଼ି ଧକ୍କାରେ ୬ଜଣଙ୍କୁ କଲେ ଆହତ

ବାଲିକୁଦା,୨୨ା୧୨(ସ୍ବ.ପ୍ର.): ବାଲିକୁଦା ଥାନା ଅଧୀନ ବୋରିକିନା ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଉକ୍ତ ଯୁବକ କାହାକୁ ଟଙ୍କା ମାଗି ଧମକ ଦେଇଛନ୍ତି...

ଗୋଚର ଜମି, ନାଳ ବନ୍ଧ ତଡ଼ା ଚାଲିଛି: ଚାଷୀ ଅସନ୍ତୁଷ୍ଟ

ନାଉଗାଁ,୧୪।୫(ସ୍ବ.ପ୍ର.): ନାଉଗାଁ ତହସିଲ ଅନ୍ତର୍ଗତ ନାଉଗାଁ-ଡାବର, ବାଲିକୁଦା-ଗଙ୍ଗଦାହାଟ, ଇଚ୍ଛାପୁର-ଗୋଠଦାକୁ ସଂଯୋଗୀକରଣ ରାସ୍ତା ରହିଛି। ଏହି ରାସ୍ତାଗୁଡ଼ିକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ  ରହିଛି। ଉକ୍ତ ରାସ୍ତାକୁ...

ନଦୀ ପଠାଜମିକୁ ବେଆଇନ ଲିଜ୍‌

କୁଜଙ୍ଗ, ୨।୧୦(ଡି.ଏନ୍‌.ଏ.): କୁଜଙ୍ଗ ତହସିଲ ଦେଇ ପ୍ରବାହିତ ସାହାରାପେଣ୍ଠ ମତ୍ସ୍ୟଦିଆ ସଇରାତର ଶାମୁକାତିମୁଣ୍ଡା ନଦୀ ପଠା ଜମିକୁ ବେଆଇନଭାବେ ଲିଜ୍‌ ଆକାରରେ ଦିଆଯାଇଛି। ଏନେଇ କୈର୍ବତ୍ତ୍ୟମାନଙ୍କ...

ମହିଳାଙ୍କ ପାଇଁ ୫୦%ରୁ ଊର୍ଦ୍ଧ୍ୱ ଆସନ ସଂରକ୍ଷିତ

ପାରାଦୀପ, ୧୦।୧୧(ସ୍ବ.ପ୍ର.): ପାରାଦୀପ ପୌର ନିର୍ବାଚନ ପାଇଁ ମଙ୍ଗଳବାର ଚିଠା ସଂରକ୍ଷଣ ତାଲିକା ଘୋଷଣା କରାଯାଇଛି। ଜିଲାପାଳ ପାରୁଲ ପଟଓ୍ବାରିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସମସ୍ତ...

ଜନଶୁଣାଣିକୁ ଲୋକଙ୍କ ବିରୋଧ

ପାରାଦୀପ,୬ା୧(ସ୍ବ.ପ୍ର.): ପାରାଦୀପ ମଧୁବନ ପୌର କଲ୍ୟାଣମଣ୍ଡପଠାରେ ବୁଧବାର ଏସାର୍‌ ମିନ୍‌ମେଟ୍‌ ଲିମିଟେଡ କମ୍ପାନୀର ବାର୍ଷିକ ୧୪ ମିଲିୟନ ମେଟ୍ରିକ ଟନ୍‌ ଉତ୍ପାଦନ କ୍ଷମତାବିଶିଷ୍ଟ ପେଲେଟ ପ୍ଲାଣ୍ଟ...

ଜଗତ୍‌ସିଂହପୁର ପୌର ପରିଷଦ: ୨ନଂ. ୱାର୍ଡରେ ହେବ ଜୋରଦାର ଲଢ଼େଇ

ଜଗତ୍‌ସିଂହପୁର ଅଫିସ, ୧୪ା୩: ଜଗତ୍‌ସିଂହପୁର ପୌର ପରିଷଦ ୨ନଂ. ୱାର୍ଡ ଉପରେ ଲୋକଙ୍କ ନଜର। କାରଣ ଏହି ୱାର୍ଡଟି କଂଗ୍ରେସର ଦୁର୍ଗ ଥିଲା। ଜଗତ୍‌ସିଂହପୁର ଏନ୍‌ଏସିରୁ...

ପାଇକା ନଦୀପଠାରୁ ୪ ମଣିଷ ଖପୁରୀ ଜବତ: ତନ୍ତ୍ର ସାଧନା ସନ୍ଦେହ, ପୋଲିସର ତଦନ୍ତ ଆରମ୍ଭ

ତିର୍ତ୍ତୋଲ,୨୯ା୫(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ ପାଇକା ନଦୀପଠାରେ କୃଷ୍ଣାନନ୍ଦପୁର ଫାଣ୍ଡିର ଅନତି ଦୂରରୁ ପୋଲିସ ୪ଟି ମଣିଷ ଖପୁରୀ ଜବତ କରିଛି। ଏଥି...

Advertisement
Archives

Model This Week