ଶାରଦୀୟ ଦୁର୍ଗୋତ୍ସବ ଓ ବଳିପ୍ରଥା

ଡ. ପ୍ରଫୁଲ୍ଲ କୁମାର ସାହୁ

ଭାରତର ପ୍ରାଚୀନ ଋଷିମାନଙ୍କ ଉଦ୍ଭାବନ ସହିତ ବିଜ୍ଞାନର ସମନ୍ବୟ ହିଁ ଆଧୁନିକ କାଳର ସବୁଠାରୁ ଅଭିନବ ଓ ରହସ୍ୟପୂର୍ଣ୍ଣ ଯୁଗଳବନ୍ଦୀ। ବିଜ୍ଞାନ ଓ ଆଧ୍ୟାମତ୍ିକତା ସମନ୍ବୟରେ ସମାଜରେ ଯେଉଁ ସବୁ ସତ୍ୟ ପ୍ରତିଷ୍ଠା ଲାଭ କରିଛି, ତା’ ମଧ୍ୟରେ ଏକ ମହାସତ୍ୟ ହେଉଛି ଶକ୍ତି ଉପାସନା। ଆଧ୍ୟାମତ୍ିକ ଚିନ୍ତନରେ ଏହି ଶକ୍ତି ହିଁ ସକଳ ବସ୍ତୁର କେନ୍ଦ୍ରବିନ୍ଦୁ। ବିଜ୍ଞାନ ବି ସେହି କଥାକୁ ସମର୍ଥନ କରେ ଦୃଢ଼ ଭାବରେ। ଆଇନଷ୍ଟାଇନ୍‌ କହନ୍ତି ପଦାର୍ଥ କିଛି ନୁହେଁ, କେବଳ ଶକ୍ତି ହିଁ ସବୁକିଛି। ସେହି ଶକ୍ତି ବା ଏନର୍ଜି ବିନା ସବୁ ଅଚଳ। ବୈଦିକ ମାନ୍ୟତାରେ ଶକ୍ତିର ପ୍ରତୀକ ହେଉଛି ନାରୀ। ଏହି ମାତୃଶକ୍ତି ବା ମହାଶକ୍ତି ଆକାଶ ପରି ବିସ୍ତୃତ। ମଣିଷ ତା’ର କ୍ଷୁଦ୍ର ଦେହରେ ଏହି ମହାଶକ୍ତିକୁ ଧାରଣ କରିବାର ବ୍ୟଗ୍ରତା ନେଇ ଅନୁଭବ କଲା ତାଙ୍କୁ ଆକାର ଭିତରକୁ ଆଣିବାର ଆବଶ୍ୟକତା। ତେଣୁ ମହାଶକ୍ତିକୁ ସେ ଆବାହନ କଲା ସାକାର ରୂପରେ। ଫଳରେ ଧରାପୃଷ୍ଠରେ ମହାଶକ୍ତି ବା ମାତୃଶକ୍ତିର ଆବିର୍ଭାବ ଘଟିଲା ଭିନ୍ନ ଭିନ୍ନ ସମୟରେ ଓ ଭିନ୍ନ ଭିନ୍ନ ରୂପରେ। ତାଙ୍କର ଲୀଳାତତ୍ତ୍ୱ ଓ ମାହାମତ୍‌ୟ ପର୍ଯ୍ୟାପ୍ତ ଭାବେ ପ୍ରକାଶ ପାଇଲା ବେଦ, ଉପନିଷଦ, ସଂହିତା, ପୁରାଣ ଓ ଶାକ୍ତ ସାହିତ୍ୟରେ। ଅର୍ଥାତ୍‌ ଶକ୍ତି ଉପାସନା ପରମ୍ପରା ଆମ ଦେଶରେ କେଉଁ ସ୍ମରଣାତୀତ କାଳରୁ ଚଳି ଆସିଛି, ଯାହା ଆମ ସଭ୍ୟତା ପରି ପ୍ରାଚୀନ। ଉକତ୍ଳୀୟ ଆଧ୍ୟାମତ୍ିକ ପରମ୍ପରାରେ ସାଧାରଣତଃ ଶକ୍ତି ଉପାସନା ସ୍ଥଳୀ ଦୁଇ ଭାଗରେ ବିଭକ୍ତ। ଗୋଟିଏ ହେଲା ଦେବୀ ମଣ୍ଡପ, ଯେଉଁଠି ମା’ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ କରାଯାଇ ପୂଜା କରାଯାଏ ବର୍ଷର କେତେକ ନିର୍ଦ୍ଦିଷ୍ଟ ସମୟରେ। ଅନ୍ୟଟି ହେଲା ଶକ୍ତିପୀଠ, ଯେଉଁଠି ମା’ ବର୍ଷ ତମାମ୍‌ ପୂଜା ପାଆନ୍ତି ପାରମ୍ପରିକ ରୀତିରେ। ଶକ୍ତିପୀଠଗୁଡ଼ିକରେ ବର୍ଷକୁ ଦୁଇଥର ଦୁର୍ଗତିନାଶିନୀ ଦେବୀ ଦୁର୍ଗାଙ୍କର ପୂଜୋତ୍ସବ ଅନୁଷ୍ଠିତ ହୁଏ ଏବଂ ତନ୍ମଧ୍ୟରୁ ଆଶ୍ୱିନ ମାସ କୃଷ୍ଣପକ୍ଷରେ ଆୟୋଜିତ ପୂଜାକୁ କୁହାଯାଏ ଶାରଦୀୟ ଦୁର୍ଗାପୂଜା। ଏହି ଶାରଦୀୟ ପୂଜାର ଏକ ପ୍ରମୁଖ ଅଂଶ ହେଉଛି ବଳିପ୍ରଥା। ଭାରତୀୟ ସଂସ୍କୃତିରେ ଏହା ଏକ ପୁରାତନ ପରମ୍ପରା। କାରଣ ତା’ର ପର୍ଯ୍ୟାପ୍ତ ପ୍ରମାଣ ରହିଛି ବେଦ, ଉପନିଷଦ ଓ ପୁରାଣ ଶାସ୍ତ୍ରରେ। ବିଦ୍ୱାନମାନଙ୍କ ମତରେ ଆମ ପଶୁତ୍ୱ ଭାବକୁ ଦେବୀଙ୍କ ନିକଟରେ ଉତ୍ସର୍ଗ କରିବାର ଅର୍ଥ ବଳି। ତେଣୁ ବେଦ ଉପନିଷଦରେ ଯେଉଁ ମେଷ, ଛାଗ ଓ କୁକ୍କୁଟ ବଳି କଥା ରହିଛି ତାହା ପଶୁବଳି ନୁହେଁ, ବରଂ ତାହା ଯଥାକ୍ରମେ କୁପ୍ରବୃତ୍ତି, ଅଜ୍ଞାନତା ଓ କୂଟକପଟତାର ପ୍ରତୀକ। ଶକ୍ତି ଆରାଧନା ଅବସରରେ ମଣିଷ ଏସବୁକୁ ବଳିଦେବା ବା ତ୍ୟାଗ କରିବା କଥା କୁହାଯାଇଥିଲେ ହେଁ ଏହାର ଅର୍ଥକୁ କଦର୍ଥ କରି ପଶୁବଳିକୁ ଗୁରୁତ୍ୱ ଦିଆଗଲା ପୁରାଣ ଯୁଗରେ। ବୁଦ୍ଧଙ୍କ ଅହିଂସା ନୀତି ପ୍ରବର୍ତ୍ତନ ପରେ ବୌଦ୍ଧ ସନ୍ନ୍ୟାସୀମାନଙ୍କ ଦ୍ୱାରା ପଶୁବଳି ବହୁ ପରିମାଣରେ ହ୍ରାସ ପାଇଥିଲା ସତ, ମାତ୍ର ଏହା ପୁଣି ଥରେ ଜୀବନ୍ୟାସ ପାଇଲା ତନ୍ତ୍ରର ପ୍ରଚାର ଓ ପ୍ରସାର କାରଣରୁ। ତାନ୍ତ୍ରିକମାନଙ୍କ ମତରେ ବଳି ନ ପାଇଲେ କାଳେ ଆଦୌ ସନ୍ତୁଷ୍ଟ ହୁଅନ୍ତିନି ଦେବୀ ଜଗନ୍ମାତା। ବିଶେଷକରି କ୍ଷତ୍ରିୟମାନେ ବଳି ନ ଦେଲେ ତାଙ୍କ ଭିତରେ ଜାଗ୍ରତ ହୁଏନି ବୀରତ୍ୱର ଉନ୍ମାଦନା। ତାନ୍ତ୍ରିକମାନଙ୍କର ଏଭଳି ମିଥ୍ୟାଚାରରେ ପ୍ରଭାବିତ ହୋଇ ରାଜ୍ୟର ମଙ୍ଗଳ ତଥା ନିଜ ସୈନ୍ୟମାନଙ୍କ ଭିତରେ ବୀରତ୍ୱକୁ ସଂଜୀବିତ କରିବା ପାଇଁ ବଳି ପ୍ରଥାକୁ ପ୍ରୋତ୍ସାହିତ କଲେ ରାଜା ମହାରାଜାମାନେ। ରାଜାନୁଗ୍ରହ ଲାଭ କରି ଶାରଦୀୟ ଦୁର୍ଗାପୂଜାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଗଲା ପଶୁବଳି, ଯାହା ଏକ ଅମାନବୀୟ ପରମ୍ପରା।
ଏଭଳି ପରମ୍ପରା କେବେ ଆମ ବୈଦିକ ଋଷିମାନଙ୍କ ଦ୍ୱାରା ତିଆରି ହୋଇନି ବରଂ ସ୍ବାର୍ଥାନ୍ଧମାନଙ୍କର ଏହା ଏକ ଫିସାଦ। କଥିତଅଛି- ଋଷି ଚାର୍ବାକ୍‌ ଜଣେ ପୁରୋହିତଙ୍କୁ ପଚାରିଲେ- ପଶୁବଳିର ଉଦ୍ଦେଶ୍ୟ କ’ଣ? ପୁରୋହିତ ଉତ୍ତର ଦେଲେ ଯଜମାନର ମଙ୍ଗଳ। ଚାର୍ବାକ୍‌ ପୁଣି ପଚାରିଲେ ଯେଉଁ ପଶୁଟିକୁ ବଳି ଦିଆଗଲା ସେ ବିଚରାର ଦୋଷ କ’ଣ? ପୁରୋହିତ କହିଲେ- ଏହାଦ୍ୱାରା ସେ ପଶୁ ଜନ୍ମରୁ ମୁକ୍ତି ପାଇଲା ବା ମୋକ୍ଷପ୍ରାପ୍ତି ହେଲା, ଯାହା ସ୍ବର୍ଗପ୍ରାପ୍ତିଠାରୁ ବି ଅଧିକ। ଚାର୍ବାକ୍‌ କହିଲେ ବଢ଼ିଆ ଉପାୟ। ଯଦି ଯଜମାନ ପଶୁକୁ ସ୍ବର୍ଗ ପଠାଇ ପାରୁଛି ତେବେ ନିଜେ କିମ୍ବା ନିଜ ପରିବାର ଲୋକଙ୍କୁ ବଳି ପକାଇ ସ୍ବର୍ଗକୁ ପଠଉନି କାହିଁକି?
ଇତିହାସ କହେ ଯେତେବେଳେ ବଳିପ୍ରଥା ଆରମ୍ଭ ହେଲା ସେତେବେଳେ ସମ୍ପୂର୍ଣ୍ଣ ଅଲଗା ଥିଲା ଆମ ଜୀବନଯାପନ ପ୍ରଣାଳୀ। ଆଦିମ ମଣିଷ ଗୋଷ୍ଠୀବଦ୍ଧ ଜୀବନ ଯାପନ କରୁଥିଲା ଏବଂ ଜଙ୍ଗଲରୁ ପଶୁ ଶିକାର ଥିଲା ତା’ର ପେଟ ପୋଷିବାର ପ୍ରଧାନ ଅବଲମ୍ବନ। ମାତ୍ର ପଶୁପାଳନ ଶିଖିଲା ପରେ ଶିକାର ଅନ୍ବେଷଣରେ ତାକୁ ଦିନଦିନ ଧରି ବୁଲିବାକୁ ପଡ଼ିଲାନି ଦୁର୍ଗମ ଅରଣ୍ୟରେ। ଗୋରୁ, ଛେଳି, ମେଣ୍ଢା, ମଇଁଷି ଆଦି ପଶୁ ବହୁ ସଂଖ୍ୟାରେ ପାଳନ କରିବା ହେତୁ ଉପଲବ୍ଧ ହେଲା ପ୍ରଚୁର ମାଂସ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ। ପାଖରେ ପ୍ରଚୁର ପଶୁସଂପଦ ଥିବାରୁ ଶିଶୁ ଓ ମାଈ ପଶୁଙ୍କୁ ବାଦ୍‌ ଦେଇ କେବଳ ଅଣ୍ଡିରା ପଶୁଙ୍କୁ ହତ୍ୟା କରାଗଲା ଜନବସତିଠାରୁ ଅନତିଦୂରରେ, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ। ହତ୍ୟା ସମୟରେ ପଶୁଟିର ଆର୍ତ୍ତଚିକତ୍ାର ଯେପରି ଅନ୍ୟାନ୍ୟ ପାଳିତ ପଶୁ, ଜନବସତିର ଶିଶୁ ଏବଂ ଗର୍ଭବତୀ ମହିଳାମାନେ ଶୁଣି ନ ପାରିବେ, ତାକୁ ଦୃଷ୍ଟିରେ ରଖି ଖଞ୍ଜାଗଲା ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଜା ବଜେଇବା ବ୍ୟବସ୍ଥା। ଏହି ସମୟରୁ ଆରମ୍ଭ ହେଲା ଧରିତ୍ରୀ ଉପାସନା। ମଣିଷ ପାଇଁ ଉପଯୁକ୍ତ ବାସସ୍ଥାନ ଓ ପଶୁସଂପଦର ପରିପୁଷ୍ଟି ନିମନ୍ତେ ତୃଣଭୂମି ଯୋଗାଇ ଦେଇଥିବା ଧରିତ୍ରୀ ମାତାଙ୍କୁ କୃତଜ୍ଞତା ଜଣାଇ ଆଦିମ ମଣିଷ ସମର୍ପଣ କଲା ମୃତ ପଶୁଟିର ରକ୍ତ।
କୃଷିର ବିକାଶ ପରେ ମାଂସ ବଦଳରେ ଶସ୍ୟ ହେଲା ମଣିଷର ପ୍ରଧାନ ଖାଦ୍ୟ। ଏହା ଦ୍ୱାରା କ୍ରମଶଃ ହ୍ରାସ ପାଇଲା ପଶୁହତ୍ୟା। ତଥାପି କେତେକ ଆଦିବାସୀ ଗୋଷ୍ଠୀ ରହିଗଲେ, ଯେଉଁମାନେ ମାଂସକୁ ପ୍ରଧାନ ଖାଦ୍ୟ ଭାବରେ ଗ୍ରହଣ କରି ବସବାସ କଲେ ବଣ ଜଙ୍ଗଲରେ। ଯାଯାବରୀ ଜୀବନଯାପନ କରୁଥିବା ଏହି ଆଦିବାସୀମାନେ ଋତୁ ପରିବର୍ତ୍ତନ ସହିତ ବାସସ୍ଥାନ ପରିବର୍ତ୍ତନ କରୁଥିଲେ ବାରମ୍ବାର। ଶିକାର ହେଉ କି ପାଳିତ ପଶୁ ହେଉ, ତାକୁ ଭକ୍ଷଣ ପୂର୍ବରୁ ଏମାନେ ସମର୍ପଣ କରୁଥିଲେ ଧରତୀ ମା’ ଉଦ୍ଦେଶ୍ୟରେ। ଅନ୍ୟ ପକ୍ଷରେ ଗାଁ ଗଣ୍ଡାରେ ରହୁଥିବା କୃଷକ ଓ ଶ୍ରମଜୀବୀମାନେ ନୂଆଖାଇ ଓ ମାଣବସା ଆଦି ଉତ୍ସବ ଅବସରରେ ମାଟି ମା’ ଉଦ୍ଦେଶ୍ୟରେ ଅର୍ପଣ କରୁଥିଲେ ଉପତ୍ାଦିତ ଶସ୍ୟସଂପଦ। ଏଇମାନେ ଥିଲେ ସମୁଦାୟ ଜନସଂଖ୍ୟାର ଏକ ବିରାଟ ଅଂଶ। ସ୍ଥାୟୀ ବାସିନ୍ଦା ଭାବରେ ଏମାନେ ଗୋଟିଏ ସ୍ଥାନରେ ବର୍ଷବର୍ଷ ଧରି ରହିବା ଫଳରେ ସେଠାକାର ଜଳଉତ୍ସ ଦୂଷିତ ହୋଇ ବ୍ୟାପୁଥିଲା ହଇଜା, ବସନ୍ତ ଆଦି ସଂକ୍ରାମକ ରୋଗ। ବେଳେବେଳେ ମହାମାରୀ ରୂପ ନେଉଥିବା ଏହି ରୋଗରେ ଆକ୍ରାନ୍ତ ହୋଇ ପୋକମାଛି ପରି ମରୁଥିଲେ ହଜାର ହଜାର ଲୋକ। ଏହାକୁ ନେଇ ସେତେବେଳେ ଗ୍ରାମାଞ୍ଚଳ ଲୋକଙ୍କ ଭିତରେ ପ୍ରବେଶ କଲା ଅନ୍ଧବିଶ୍ୱାସ। ଜଳପ୍ରଦୂଷଣଜନିତ ଏହି ରୋଗକୁ ସେମାନେ ଠାକୁରାଣୀଙ୍କ କୋପ ବୋଲି ଭାବିନେଲେ ଅଜ୍ଞତାବଶତଃ। ତା’ପରେ ଚାଲିଲା ଠାକୁରାଣୀଙ୍କ କୋପର କାରଣ ସମ୍ପର୍କରେ ତର୍ଜ୍ଜମା। ସେମାନେ ଅନୁଭବ କଲେ ଯେ ଆଦିବାସୀମାନେ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ପଶୁ ରକ୍ତ ସମର୍ପଣ କରି ନୀରୋଗ ରହୁଥିବା ବେଳେ ଶସ୍ୟ ସମ୍ପଦ ସମର୍ପଣ କରୁଥିବା କାରଣରୁ ସେମାନଙ୍କୁ ବାରମ୍ବାର ଗ୍ରାସୁଛି ମଡ଼କ। ଏହି ବଦ୍ଧମୂଳ ବିଶ୍ୱାସ ନେଇ ତନ୍ତ୍ର ଉପଚାର ସ୍ବରୂପ ଗାଁଗଣ୍ଡାରେ ଚାଲିଲା ପଶୁବଳିର ବ୍ୟାପକ ଆୟୋଜନ। ଏହା କ୍ରମଶଃ ଅଧିକ ପ୍ରସାରଲାଭ କଲା ଏବଂ ଦଶହରା ଓ ପଣାସଂକ୍ରାନ୍ତି ଆଦି ପର୍ବରେ ରକ୍ତରଞ୍ଜିତ ହେଲା ଦେବୀପୀଠ।
ବିଜ୍ଞାନର ଅଭୂତପୂର୍ବ ବିକାଶ ଫଳରେ ଅତିକ୍ରାନ୍ତ ହେଲା ହଇଜା ଓ ବସନ୍ତକୁ ଠାକୁରାଣୀ କହି ଲୋକଙ୍କୁ ଭୁଆଁ ବୁଲେଇବାର ବେଳ। ତଥାପି ଲୋପ ହେଲାନି ଆମ କୁସଂସ୍କାର ଲାଳିତ ଭ୍ରମଧାରଣା। ସ୍ବାମୀ ବିବେକାନନ୍ଦ କହୁଥିଲେ ମଣିଷର ବଡ଼ ଶତ୍ରୁ ହେଉଛି ତା’ର ଅନ୍ଧବିଶ୍ୱାସ। ଏହା ଲୋପ କରିଦିଏ ମଣିଷର ହିତାହିତ ଜ୍ଞାନ। ସେହି କାରଣରୁ ଏବେସୁଦ୍ଧା ଜାରି ରହିଛି ଠାକୁରାଣୀଙ୍କ ପାଖରେ ପଶୁବଳି ଦେଇ ରୋଗମୁକ୍ତ ହେବାର ଅପଚେଷ୍ଟା।
ସାଧାରଣତଃ ଆଧ୍ୟାମତ୍ିକ ପରିବେଶ ସୃଷ୍ଟି କରିବା ହେଉଛି ଆମ ପର୍ବପର୍ବାଣି ପାଳନର ମୂଳକଥା। ସେହି ଆଧ୍ୟାମତ୍ିକ ପରିବେଶରେ ଭକ୍ତିଭାବ ସାଙ୍ଗକୁ ପ୍ରାଣକୁ ଆହ୍ଲାଦିତ କରେ ଶ୍ରଦ୍ଧା ଓ ସହୃଦୟତା। ମାତ୍ର ଜୀବହତ୍ୟା କ’ଣ ସେହି ଶ୍ରଦ୍ଧା ଓ ସହୃଦୟତାର ନିଦର୍ଶନ? ବଳିପ୍ରଥାର ପକ୍ଷଧରମାନେ ବିବେକକୁ ଅଗ୍ରାଧିକାର ଦେଇ ଏକଥା ନିଜକୁ ପଚାରିବା ଉଚିତ। ଭାଗବତରେ ଅମୂଲ୍ୟବାଣୀ ଅନୁସାରେ ଜୀବ ବଧର ଶାସ୍ତି ହେଉଛି ନର୍କବାସ। ‘ଜୀବ ମାରଣେ କର୍ମ କରେ, ନରକେ ପଡ଼େ ଅନ୍ତକାଳେ’। ଅର୍ଥାତ୍‌ ଆମେ ସ୍ବର୍ଗକୁ ଯିବା କି ନର୍କକୁ ଯିବା ତାହା ନିର୍ଭର କରେ ନିଜ ଉପରେ। ମା’ଦୁର୍ଗତିନାଶିନୀ ଦୁର୍ଗା ଏ ସମ୍ପର୍କରେ ଆମକୁ ସଦ୍‌ବୁଦ୍ଧି ଦିଅନ୍ତୁ, ଶାରଦୀୟ ଦୁର୍ଗୋତ୍ସବ ଅବସରରେ ଏହା ହିଁ କାମନା।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ୍‌ ମହାବିଦ୍ୟାଳୟ
ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱତାପନ ଓ ମଶାବଂଶ ବୃଦ୍ଧି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ବିଷୟରେ ଲୋକେ କ’ଣ ବାସ୍ତବରେ ବୁଝିଛନ୍ତି? ଅଳ୍ପ କିଛିଦିନ ଯଦି ଅଦିନେ ଥଣ୍ଡାପାଗ ଦେଖାଦେଲା,...

ଏଇ ଭାରତରେ

ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଯାଉଥିବା ବେଳେ ବିହାର ନାଳନ୍ଦା ଜିଲାର ମାଢି ଗ୍ରାମବାସୀଙ୍କ ମୁକ୍ତ ଚିନ୍ତାଧାରା ଓ ଉଦାର ମନୋଭାବ ଦେଶକୁ ଏକ ବାର୍ତ୍ତା ଦେଇଛି...

କହିଲେ କହିବ କହିଲା

ଦେବେନ୍ଦ୍ର କର କରୋନା ଲାଗି ଚାରିଆଡେ ଲକ୍‌ଡାଉନ । ଗଁ। ସହର ସବୁଆଡ ଗୋଟିଏ ଚିତ୍ର। ଅମାନିଆଙ୍କୁ ସାବାଡ କରିବାକୁ ପୋଲିସ୍‌ ଭାଇମାନେ ଏଠିସେଠି ପଇଁତରା...

ଏଇ ଭାରତରେ

ଭୀମା ଚାଲଓ୍ବାଡିଙ୍କ ସାହସର ଗାଥା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। ଗୋଆର ଭାସ୍କୋ ନିବାସୀ ସମ୍ପୃକ୍ତା ମହିଳାଙ୍କୁ ୧୫ ବର୍ଷ ବୟସରେ ଜଣେ ଦେହଜୀବୀ ହେବାକୁ ବାଧ୍ୟ...

ଋଣ ଏକ ଧାରୁଆ ଅସ୍ତ୍ର

ନଟବର ଖୁଣ୍ଟିଆ ଋଣକରି ବିକାଶକୁ ତ୍ୱରାନ୍ବିତ କରିବା ପ୍ରକ୍ରିୟା ଆଜିର ନୁହେଁ- ମଣିଷ ସଭ୍ୟତା ଆରମ୍ଭରୁ ଏହା ରହିଆସିଛି। ପ୍ରାଚୀନ ଗ୍ରୀସ୍‌ ଓ ରୋମ୍‌ ସଭ୍ୟତା...

ଟଙ୍କା ଆସୁଛି

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦୁଇ ମାସରୁ କମ୍‌ ସମୟ ମଧ୍ୟରେ ସୁଧହାର କମାଇଛି। ଏଥିସହିତ ଋଣ ପରିଶୋଧ କିସ୍ତିକୁ ଆଉ ୩ ମାସ...

କରୋନା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏର ଭୂମିକା

ବିଚିତ୍ର ବିଶ୍ୱାଳ କରୋନା ମହାମାରୀ ଓ ତଜ୍ଜନିତ ସୁଦୀର୍ଘ ଲକ୍‌ଡାଉନ୍‌ ଯୋଗୁ ଦେଶରେ ବେକାରି ସମସ୍ୟା ଭୟଙ୍କର ଭାବେ ବଢ଼ିଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ରସାତଳଗାମୀ...

ଆମର କ’ଣ ଯାଉଥିଲା

ତଥାଗତ ସତପଥୀ ଆମେରିକାର ୪୬ତମ ନବନିର୍ବାଚିତ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ୍‌। ସେହି ଦେଶର ବ୍ୟବସ୍ଥା ଅନୁଯାୟୀ ପ୍ରତି ୪ ବର୍ଷରେ ନିର୍ବାଚନ ହୋଇଥାଏ। ସେଥିରେ...

Play 250+ Trending Games
Archives

Model This Week

Why Dharitri