ଶାଖା ପରିଚାଳକଙ୍କ ନାମରେ ଗ୍ରାହକଙ୍କ ଅଭିଯୋଗ

ଫୁଲବାଣୀ ଅଫିସ, ୨୧ା୯-କନ୍ଧମାଳ ଜିଲା ୟୁନାଇଟେଡ ବ୍ୟାଙ୍କ ଶାଖା ପରିଚାଳକଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି ଗ୍ରାହକ ା ଚାଷୀଙ୍କୁ ଋଣ (କେସିସି) ଦେବାରେ ସେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଗ୍ରାହକମାନଙ୍କୁ ଋଣ କରାଇ ଦେବାପାଇଁ ବ୍ୟାପକ ପରିମାଣର ଟଙ୍କା ହରିଲୁଟ କରିଛନ୍ତି। ଋଣ ମଞ୍ଜୁର ହେବା ପୂର୍ବରୁ ବ୍ୟାଙ୍କ ପାସ୍‌ ବୁକ୍‌ ଏବଂ ଏଟିଏମ୍‌ ଆଗୁଆ ନେଇଯାଉଛନ୍ତି। ଋଣ ମଞ୍ଜୁର ହେବାପରେ କେତେଜଣଙ୍କ ଆକାଉଣ୍ଟରୁ ୫୦ ପ୍ରତିଶତ ଟଙ୍କା ଉଠାଇ ନେଉଥିବା ବେଳେ ଅନ୍ୟ କେତେଜଣଙ୍କ ୯୦ ପ୍ରତିଶତ ନେଇ ଯାଉଛନ୍ତି। ଏ ବିଷୟରେ ଗ୍ରାହକ ପଚାରିଲେ ଋଣ ନେଇଛ, ଏବେ ଶୁଝ ବୋଲି ଗ୍ରାହକଙ୍କୁ କହୁଛନ୍ତି। ଏଥିରେ ଅସନ୍ତୁଷ୍ଟ ହୋଇ ଗ୍ରାହକମାନେ ଶୁକ୍ରବାର ବ୍ୟାଙ୍କ ସମ୍ମୁଖରେ ଏକାଠି ହୋଇ ଶାଖା ପରିଚାଳକଙ୍କ ଏପରି କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି। ଏହାକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ବ୍ୟାଙ୍କ ପ୍ରତି ଗ୍ରାହକଙ୍କ ଆସ୍ଥା ତୁଟିବାରେ ଲାଗିଛି।
ମିଳିଥିବା ସୂଚନା ଅନୁସାରେ, ବ୍ୟାଙ୍କର ଶାଖା ପରିଚଳାକ ଚାଷୀ ଋଣ କରାଇବା ପାଇଁ ଗ୍ରାହକମାନଙ୍କୁ ଟଙ୍କା ମାଗନ୍ତି। ଯିଏ ଟଙ୍କା ଦେଲା ତାହାର ଋଣ ମଞ୍ଜୁର ହୁଏ। ହେଲେ ଗ୍ରାହକଙ୍କ ଚାହିଁବା ମୁତାବକ ନୁହେଁ ା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ମନୁଆବାଡିର ଜଣେ ଗ୍ରାହକ ପ୍ରଫୁଲ୍ଲ ଦେହୁରୀ କହିଛନ୍ତି ଯେ ସେ ଚାଷୀ (କେସିସି) ଋଣ ପାଇଁ ଶାଖା ପରିଚାଳକଙ୍କୁ ଦେଖା କରିଥିଲେ। ଋଣ ମିଳିପାରିବ ନାହିଁ ବୋଲି ତାଙ୍କୁ ପ୍ରଥମେ କୁହାଯାଇଥିଲା। ପରେ ୧୦ ହଜାର ଅଗ୍ରୀମ ଦେଲେ ୪ ଲକ୍ଷ ଟଙ୍କା ଋଣ ଦିଆଯିବ ବୋଲି କୁହାଗଲା। କହିବା ପ୍ରକାରେ ଟଙ୍କା ଦେବାରୁ ପ୍ରଥମେ ୩୦ ହଜାର ଟଙ୍କା ଆକାଉଣ୍ଟକୁ ଆସିଲା। ହେଲେ ଏଟିଏମ ମାଗି ନେଇ ସବୁ ଟଙ୍କା ନେଇଗଲେ ବୋଲି ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୯ ହଜାର ୫୦୦ ଟଙ୍କା ଛାଡିଲେ। ଏଥିରୁ ୧୦ ହଜାର ନେଇଗଲୋ। ମୋଟ ୫୦ ହଜାର ଟଙ୍କା ନେଇଗଲେ। ଋଣ ବାବଦକୁ ମାତ୍ର ୫ ହଜାର ଟଙ୍କା ଉଠାଇଥିବା ପ୍ରଫୁଲ୍ଲ କହିଛନ୍ତି।
ଖଜୁରିପଡା ବ୍ଲକ ପାତ୍ରପଡା ଜାମୁଝରିର ଉର୍ବାସୀ ପ୍ରଧାନ କହିଛନ୍ତି, ୩ ଲକ୍ଷ ଟଙ୍କା ଋଣ ଦେବେ ବୋଲି ଶାଖା ପରିଚାଳକ କହିଲେ। ଆକାଉଣ୍ଟକୁ ଟଙ୍କା ଛାଡିବା ପୂର୍ବରୁ ଏଟିଏମ୍‌ ମାଗିଲେ। ଦିନେ ଦୁଇଦିନ ପରେ ବ୍ୟାଙ୍କ ଖାତା ଦେଖିଲା ବେଳକୁ ୪୦ ହଜାର ଟଙ୍କା ଆସିଥିଲା ଏବଂ ସେ ଏହାକୁ ଉଠାଇ ନେଇଥିଲେ। କହିବାରୁ ବାକି ଟଙ୍କା କିଛି ଦିନ ପରେ ଦିଆଯିବ ବୋଲି କହିଲେ ା ୪ ମାସ ବିତିଲା ହେଲେ ଦେଲେନାହିଁ ା ଏବେ ଋଣ ଶୁଝିବାକୁ କୁହାଯାଉଛି ବୋଲି ଉର୍ବାସୀ କହିଛନ୍ତି। ସେହିପରି ଅନ୍ୟ ଜଣେ ଗ୍ରାହକ ଫୁଲବାଣୀ କେନ୍ଦୁପଦରର ଯଶୋଦା ମଲ୍ଲିକ କହିଛନ୍ତି, ୪ ଲକ୍ଷ ଋଣ କରିଦେବେ କହି ପ୍ରଥମେ ୫୦ ହଜାର ଟଙ୍କା ଆକାଉଣ୍ଟକୁ ଛାଡିଲେ। ସେଥିରୁ ୪୫ ହଜାର ନେଇ ଗଲେ ା ସେ ମାତ୍ର ୫ ହଜାର ପାଇଥିବା କହିଛନ୍ତି। ବାରିକୂମ୍ପାର ରାଜେନ୍ଦ୍ର ଗଣ୍ଡା ମଧ୍ୟ ଅନୁରୁପ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ୟାଙ୍କ ଶାଖା ପରିଚାଳକ ସାଗରିକା ନାୟକଙ୍କୁ ପଚାରିବାରୁ ସେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଉପରିସ୍ଥ ଅଧିକାରୀ ଏ ବିଷୟରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟାର ପ୍ରକାଶ କରିଛନ୍ତି। ଗ୍ରାହକ କାହିଁକି ତାଙ୍କୁ ଏଟିଏମ ଦେବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଯେଉଁ ଗ୍ରାହକଙ୍କ ଏଟିଏମରୁ ଟଙ୍କା ଯାଇଛି, ତାହା କେଉଁଠାରୁ ଉଠିଛି ଏବଂ କିଏ ଉଠାଇଛନ୍ତି ତାହା ସିସି ଟିଭି ଫୁଟେଜ ଯାଞ୍ଚ କଲେ ଜଣାପଡିବ ବୋଲି ଗ୍ରାହକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ରାସ୍ତା: ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୨୭।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ରାଇକିଆ ପୂର୍ତ୍ତ ବିଭାଗର ଗଦଡ଼ିପୋଲ ଧୋଇ ହୋଇଯିବାରୁ ଗର୍ତ୍ତ ସୃଷ୍ଟିହୋଇଛି। ଏ ନେଇ ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ...

ନାଳ, ଚୁଆ ପାଣି ପିଉଛନ୍ତି ଅଙ୍ଗନୱାଡି ଶିଶୁ

ଫିରିଙ୍ଗିଆ,୯ା୧୨-ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗଁ। ପଞ୍ଚାୟତର ଗୁଖୋଲ ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଫଳରେ ନିକଟସ୍ଥ ନାଳ ଓ ଚୂଆ ଉପରେ...

ଭୁସ୍ଖଳନ ଆଶଙ୍କାରେ ପାହାଡ଼ ରାସ୍ତା ସିଲ୍‌

ଦାରିଙ୍ଗବାଡ଼ି,୨୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ଗ୍ରାମରେ ପୁଣି ଭୂସ୍ଖଳନ ହେବା ଆଶଙ୍କା କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାଁଠାରୁ...

ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ ମାନ ଯାଞ୍ଚ

କୋଟଗଡ,୧୭ା୯(ଡି.ଏନ.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଗୁରୁବାର କୋଟଗଡ଼ ଗସ୍ତ କରି ବ୍ଲକରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। କୋଟଗଡ଼ ବ୍ଲକର...

ଛୁଟିରେ ଗଲେ ଶିକ୍ଷକ

ରାଇକିଆ,୧୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।...

ବୁଡାଗୁଡାରେ ଆଉ ୯ ଝାଡାବାନ୍ତିରେ ଆକ୍ରାନ୍ତ

ଦାରିଙ୍ଗବାଡ଼ି,୨୮।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡ଼ା ପଞ୍ଚାୟତ ଅଞ୍ଚଳର କଡ଼ଗାବାଲି ଏବଂ ପଡ଼ିକିଆରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ଆଉ ୨ଜଣଙ୍କୁ...

ଛତୁ ଖାଇ ୭ ଅସୁସ୍ଥ

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ୭ନଂ ଓ୍ବାର୍ଡ ନୂଆସାହିର ହରିଜନ ବସ୍ତିର ମଳିକ ନାୟକଙ୍କ ପରିବାର ଜଙ୍ଗଲୀ ଛତୁ ଖାଇ ୭...

ବ୍ଲକ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ଦାରିଙ୍ଗବାଡ଼ି,୨୯ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟପଦକୁ କୋର୍ଟ ରଦ୍ଦ କରିବା ପରେ ବୁଧବାର ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ବ୍ଲକ...

Advertisement
Archives

Model This Week