ଶହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲିଗୁଡା,୯ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରର ଜଣେ ବିଏସ୍‌ଏଫ୍‌ ଯବାନ ପଶ୍ଚିମବଙ୍ଗର ଶାନ୍ତିନଗର ବାଲାଂଦେଶ ବର୍ଡରରେ କର୍ତ୍ତବ୍ୟରତ ସମୟରେ ସହୀଦ ହୋଇଛନ୍ତି। ସେ ହେଲେ ନୂଆସାହିର ବିଜୟ କୁମାର ପାତ୍ରଙ୍କ ପୁଅ ଦୀନେଶ କୁମାର ପାତ୍ର। ଦିନେଶ ବିଏସ୍‌ଏଫ୍‌ ୧୪୬ନଂ ବାଟାଲିୟନରେ କାର୍ଯ୍ୟ କରୁଥିଲେ। ସୀମାରେ ଡ୍ୟୁଟିରେ ଥିବାବେଳେ ୩ଦିନ ତଳେ ବିଳମ୍ବିତ ରାତିରେ ସେ ସହୀଦ ହୋଇଥିଲେ। ଗୁରୁବାର ତାଙ୍କ ମରଶରୀର ବାଲିଗୁଡା ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବାଲିଗୁଡା ସହରଠାରୁ ନୂଆସାହିକୁ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା। ନୂଆସାହି ଶ୍ମଶାନରେ ରାଷ୍ଟ୍ରୀୟ ସଲାମି ଜଣାଇବା ସହ ତୋପ ସଲାମି ଦିଆଯାଇଥିଲା। ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଏସ୍‌ଡିପିଓ ବିନୀତ ଅଗ୍ରୱାଲଙ୍କ ବହୁ ସ୍ଥାନୀୟ ନେତା ଓ ଜନସାଧାରଣ ଶୋଭାଯାତ୍ରାରେ ଶ୍ମଶାନକୁ ଯାଇ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ଉପଜିଲାପାଳ ଭାଉସାହେବ କହିଛନ୍ତି। ପ୍ରକାଶ ଯେ, ୨୦୦୭ରେ ଦିନେଶ ବିଏସ୍‌ଏଫ୍‌ରେ ଭର୍ତ୍ତି ହୋଇଥିଲେ। ୨ବର୍ଷ ତଳେ ତାଙ୍କର ବିବାହ ହୋଇଥିବାବେଳେ ବର୍ଷକର ଶିଶୁକନ୍ୟା ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ହେବ ଦେଶର ପ୍ରଥମ ପାଇଲଟ ପ୍ରୋଜେକ୍ଟ

ଭୋଗରାଇ, ୧୧ା୬(ଡ଼ି. ଏନ. ଏ. )-ମତ୍ସ୍ୟଚାଷ ଓ ମତ୍ସ୍ୟଜୀବୀଙ୍କ ସକାଶେ ଭାରତର ପ୍ରଥମ ପାଇଲଟ ପ୍ରୋଜେକ୍ଟ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ବାଲେଶ୍ୱରରେ ଖୁବ୍‌ଶୀଘ୍ର ହେବାକୁ...

ଆନନ୍ଦପୁର ନିର୍ବାଚନମଣ୍ଡଳୀ ବିଜେଡି ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ

ହାଟଡ଼ିହୀ,୧୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟଠାରେ ହାଟଡିହୀ ବ୍ଲକ ବିଜେଡି ତରଫରୁ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’...

ସହରାଞ୍ଚଳରେ କଡ଼ାକଡ଼ି, ଗ୍ରାମାଞ୍ଚଳରେ କୋହଳ

ଢେଙ୍କାନାଳ ଅଫିସ, ୨୦।୪: କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ସୋମବାରଠାରୁ ବଦଳିଯିବ ଲକ୍‌ଡାଉନ ନିୟମ। ସଂକ୍ରମଣ ଆଶଙ୍କା ସମ୍ପୂର୍ଣ୍ଣ ଟଳି ନ ଥିବାରୁ ସହରାଞ୍ଚଳରେ କଟକଣା କଡ଼ାକଡ଼ି...

କୋଣାର୍କ: ଜ୍ୟୋତିର୍ବିଜ୍ଞାନର ଏକ ମାନମନ୍ଦିର

କୋଣାର୍କରେ ନଦୀର ସଙ୍ଗମସ୍ଥଳରେ ଏକ ଗଣ୍ଡ ଥିଲା। ଏହି ଗଣ୍ଡର ନାମ ପଦ୍ମକେଶର ଗଣ୍ଡ। ପଦ୍ମକେଶର ଗଣ୍ଡରେ ପଦ୍ମକେଶର ମନ୍ଦିରର ନିର୍ମାତା ଥିଲେ ଗଙ୍ଗବଂଶର ଗଜପତି...

ପୂର୍ବତନ ଡ୍ରାଇଭରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଧର୍ମଗଡ଼,୩୦।୧୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ପ୍ରକଳ୍ପର ପୂର୍ବତନ ଡ୍ରାଇଭର ରମେଶ ପଣ୍ଡାଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ତାଙ୍କ ଧର୍ମଗଡ଼ସ୍ଥିତ ବାସଭବନ ଓ...

ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଦମ୍ପତି

ସୁନାବେଡ଼ା,୨ା୧: କୋରାପୁଟ ଜିଲା ସୁନାବେଡ଼ା ମ୍ୟୁନିସିପାଲିଟି ଅଧୀନସ୍ଥ ପୋଲିସ କ୍ୟାମ୍ପରେ ରହୁଥିବା ସୁଧାକର ବିଶ୍ୱାଳ (୫୬) ଓ ତାଙ୍କର ସ୍ତ୍ରୀ ଚଞ୍ଚଳl ବିଶ୍ୱାଳ (୫୦) ବିଦ୍ୟୁତ...

କଦଳୀ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା କୋଟିଏ ଟଙ୍କାର ଗଞ୍ଜେଇ

ସୁନାବେଡ଼ା,୯।୭: ସୁନାବେଡ଼ା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ...

ମାର୍ଥାପୁର ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର

ଢେଙ୍କାନାଳ ଅଫିସ, ୯।୬ – ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଡାଳସିଙ୍ଗା ମାର୍ଥାପୁର ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ...

Advertisement
Archives

Model This Week