ଶହୀଦନଗର ଦୁର୍ଗାପୂଜା ସମିତି:ତୋରଣରେ ଲକ୍ଷ୍ନୌ ରାଜପ୍ରାସାଦ

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତିରେ ନିଜକୁ ସାମିଲ କରିଛି ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ପୂଜାମଣ୍ଡପ ଶହୀଦନଗର। ଶହୀଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଏବେ ସୁଦ୍ଧା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ପାର୍ଶ୍ୱବର୍ତ୍ତୀ ମୂର୍ତ୍ତି ଓ ତୋରଣ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ ଲକ୍ଷ୍ନୌର ବିଖ୍ୟାତ ରାଜପ୍ରସାଦ ପ୍ରତିକୃତି ତୋରଣ ଶହୀଦନଗରରେ ଶୋଭାପାଇବାକୁ ଥିବାବେଳେ ଚାନ୍ଦିରେ ନିର୍ମିତ ମେଢ଼ ଓ ସୁନା, ରୁପା ଅଳଙ୍କାରରେ ସଜ୍ଜିତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଏଠାକାର ପ୍ରମୁଖ ଆକର୍ଷଣ ସାଜିବ। ଏହାବ୍ୟତୀତ ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପୂଜାମଣ୍ଡପର ଅନନ୍ୟ ଆକର୍ଷଣ ମଧ୍ୟରେ ରହିବ।
୪୧ବର୍ଷରେ ପଦାର୍ପଣ କରିଥିବା ଶହୀଦନଗର ପୂଜା ସମିତି ଏଥର ମା’ଙ୍କ ଅଳଙ୍କାର, ଲାଇଟ୍‌ ଡେକୋରେଶନ୍‌, ଭସାଣି ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଫୋକସରେ ରଖିଛି। ଚଳିତବର୍ଷ ଏଠାରେ ଲକ୍ଷ୍ନୌ ରାଜପ୍ରସାଦ ସଦୃଶ ତୋରଣ ନିର୍ମାଣ କରାଯିବାକୁ ଥିବାବେଳେ ଏହାର କାର୍ଯ୍ୟ ପ୍ରାୟ ଅଧାଅଧି ହେଲାଣି। ୭୦ଫୁଟ ଉଚ୍ଚତା ଏବଂ ୧୨୦ଫୁଟ ଓସାର ବିଶିଷ୍ଟ ଏହି ତୋରଣ କିଭଳି ଅନ୍ୟ ପୂଜାମଣ୍ଡପଗୁଡିକଠାରୁ ଭିନ୍ନ ଓ ଆକର୍ଷଣୀୟ ହେବ ସେଥିପାଇଁ ରାଜ୍ୟ ବାହାରୁ ଆସିଥିବା ସ୍ବତନ୍ତ୍ର ଡିଜାଇନର ଓ ୩୫ରୁ ଊର୍ଦ୍ଧ୍ୱ କାରିଗର ଜନ୍ମାଷ୍ଟମୀ ଠାରୁ ଦିନରାତି କାମରେ ଲାଗିଛନ୍ତି। ଫାଇବର, ବତି, ପ୍ଲାଏ ଓ ବାଉଁଶର ସୂକ୍ଷ୍ମ କାରୁକାର୍ଯ୍ୟ ଏହି ତୋରଣରେ ଦେଖିବାକୁ ମିଳିବ। ଏହାସହ ୩ କୁଇଣ୍ଟାଲ ଚାନ୍ଦିରେ ନିର୍ମିତ ମା’ଙ୍କର ଚାନ୍ଦିମେଢ଼ ଏବଂ ସୁନା ଓ ରୁପାରେ ନିର୍ମିତ ଅଳଙ୍କାର ଶହୀଦନଗର ମଣ୍ଡପର ଅନ୍ୟତମ ପ୍ରମୁଖ ଆକର୍ଷଣ ରହିବ। ଚଳିତବର୍ଷ ପ୍ରଥମଥର ପାଇଁ ଚାନ୍ଦି ପରିବର୍ତ୍ତେ ୨.୫ କିଲୋଗ୍ରାମ ସୁନାରେ ନିର୍ମିତ ମୁକୁଟ ମା’ଙ୍କ ମସ୍ତକରେ ଶୋଭାପାଇବ। ମା’ଙ୍କର ମୃଣ୍ମୟୀ ମୂର୍ତ୍ତି କଟକର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବାବେଳେ ଏଥର ଆଲୋକୀକରଣ ଓ ସାଜସଜ୍ଜା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ୬ଟି ବଡ଼ ବଡ଼ ଏଲ୍‌ଇଡି ଗେଟ୍‌ ସହ ୬୦ଟି ଷ୍ଟ୍ରକଚର୍‌ ଗେଟ୍‌ ଓ ରଙ୍ଗବେରଙ୍ଗ ଆଲୋକମାଳାରେ ସମଗ୍ର ଅଞ୍ଚଳକୁ ସଜାଯିବାକୁ ସ୍ଥିର ହୋଇଛି। ସବୁଠାରୁ ବଡକଥା ହେଲା, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଦର୍ଶନ ପାଇଁ ସ୍ବତନ୍ତ୍ର ଧାଡି କରାଯିବା ସହ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ଭକ୍ତମାନଙ୍କ ସୁରକ୍ଷା ଦୃଷ୍ଟିରୁ ସମିତି ତରଫରୁ ୧୦୦ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା…

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri