ଶଟ୍‌ଡାଉନ୍‌: ଜୀବନଯାତ୍ରା ପ୍ରଭାବିତ, ରଜ ମଉଜ ଫିକା

ବ୍ରହ୍ମପୁର ଅଫିସ,୧୩ା୬: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବନ୍ଦ ହେବାର ନାଁ ନେଉନାହିଁ । ପ୍ରତିଦିନ ଏହା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜୁନ୍‌ ମାସ ପ୍ରତି ସପ୍ତାହର ଶେଷ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଶଟ୍‌ଡାଉନ୍‌ର ପ୍ରଥମ ଦିନ ମହାନଗରରେ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଥିଲା। ମେଡିକାଲ କାମ ବ୍ୟତୀତ ଘରୁ କେହି ବାହାରି ନାହାନ୍ତି। ସହରରେ ଥିବା ସମସ୍ତ ଦୋକାନ,ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ଦୁଇ ଦିନିଆ ଶଟ୍‌ଡାଉନ୍‌ ଯୋଗୁ ଶନିବାର ରାସ୍ତାଘାଟ ଶୂନ୍‌ଶାନ ରହିଥିବା ବେଳେ ବିଭିନ୍ନ ଛକରେ ପୋଲିସ ମୁତୟନ ରହିଥିଲା। ଏପରିକି ସହରର ବିଭିନ୍ନ ଗଳିରେ ପୋଲିସ ପାଟ୍ରୋଲିଂ କରିବା ସହ ଲୋକମାନଙ୍କୁ ଘରୁ ଜରୁରୀ କାମ ବିନା ବାହାରକୁ ନ ବାହାରିବାକୁ ସଚେତନ କରିଥିଲା। ଶଟ୍‌ଡାଉନ୍‌ ବେଳେ ମେଡିକାଲ, ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଭଳି କିଛି ଜରୁରୀ ସେବା ଖୋଲା ରହିବା ପାଇଁ ଅନୁମତି ରହିଥିଲା। ସହରର ଅନ୍ନପୂର୍ଣ୍ଣା ମାର୍କେଟ,ବଡ଼ବଜାର ହୋଲସେଲ ତେଜରାତି ବଜାର, ଗିରି ମାର୍କେଟ, ସାନ ବଜାରର ସମସ୍ତ ଦୋକାନ ବନ୍ଦ ରହିଥିଲା। ସେହିପରି ମର୍ଦ୍ଧରାଜ ଭେଣ୍ଡିଂ ଜୋନ୍‌ ,ବିଜିପୁର ଓ ଗେଟ୍‌ ବଜାର ପରିବା ମାର୍କେଟ ବନ୍ଦ ରହିଥିଲା।
ଅନ୍ୟପକ୍ଷରେ ରଜ ପାଇଁ ମହାନଗରବାସୀଙ୍କ ମନରେ ଉତ୍ସୁକତା ଲାଗି ରହିଥିବାବେଳେ ଦୁଇଦିନିଆ ଶଟ୍‌ଡାଉନ୍‌ ଏବେ ରଜ ମଉଜକୁ ଫିକା କରିଦେଇଛି। ଏହି ଦୁଇ ଦିନିଆ ଶଟ୍‌ଡାଉନ୍‌ ଘୋଷଣା ଯୋଗୁ ସହରବାସୀ ନିୟମ ପାଳନ କରି ଘରେ ସମୟ ବିତାଉଛନ୍ତି। କାଁ ଭାଁ କେଉଁଠି ବାଇକ୍‌ଚାଳକଙ୍କୁ ଦେଖିବାକୁ ମିକିଥିଲା। ଯେଉଁମାନେ ବିନା କାରଣରେ ରାସ୍ତାରେ ବୁଲୁଥିଲେ ସେମାନଙ୍କୁ ପୋଲିସ ଅଟକାଇ ପଚରାଉଚରା କରିଥିଲା। ରବିବାର ଶଟ୍‌ଡାଉନ୍‌ର ଦ୍ୱିତୀୟ ଦିନ ଥିବା ବେଳେ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri