ଶଙ୍କରପୁର ସାହି ରାସ୍ତା ସିଲ୍‌ କଲା ବିଏମ୍‌ସି: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ୮୫ ପରିବାରକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୬ା୫: ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଶଙ୍କରପୁର ସାହିକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ଶୁକ୍ରବାର ବିଳମ୍ବିତ ରାତିରୁ ସିଲ୍‌ କରିଛି ବ୍ରହ୍ମପୁର ମହାନଗର ନିଗମ(ବିଏମସି)। ଶନିବାରଠାରୁ କଣ୍ଟ୍ରୋଲ ଜୋନ୍‌ ମଧ୍ୟରେ ରହିଥିବା ସମସ୍ତ ପରିବାରଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ସେମାନଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ନେଇ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଇଛି।ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଯଷ୍ଟରିଚ୍‌ ଆପ୍‌ ଅଥବା ଟେଲିଫୋନ ନଂ-୭୦୭୭୦୨୪୨୬୭ ଯୋଗେ ଯୋଗାଯୋଗ କରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଥିବା କମିଶନର ଚକ୍ରଓ୍ବର୍ତ୍ତୀ ସିଂ ରାଠୋର ସୂଚାନା ଦେଇଛନ୍ତି ।ଏତଦ୍‌ବ୍ୟତୀତ କଣ୍ଟ୍ରୋଲ ଜୋନ୍‌ ମଧ୍ୟରେ ରହିଥିବା ଶଙ୍କରପୁର ସାହିର ୮୫ ପରିବାରର ୩୭୦ ଲୋକଙ୍କ ଶନିବାର ସ୍ବାସ୍ଥ୍ୟପରୀକ୍ଷା ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ୬ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଜୋନ୍‌ ମଧ୍ୟରେ ଥିବା ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିବା ପାଇଁ ୫ ମେଡିକାଲ ଟିମ୍‌କୁ ନିୟୋଜିତ କରାଯାଇଥିବା କମିଶନର ସୂଚାଇଛନ୍ତି। ଜୋନ୍‌ ମଧ୍ୟରେ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ ୩ ଫଳ ଗୋଦାମ, ୩ଟ୍ରାନ୍ସପୋର୍ଟ ଗୋଦାମ, କିଛି ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡ ହୋଲସେଲ ଦୋକାନ ଜୋନ ମଧ୍ୟରେ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କୋଭିଡ୍‌-୧୯ ସଂକ୍ରମିତଙ୍କ ସଂସ୍ପର୍ଶରେ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଶଙ୍କରପୁର ସାହିର କିଛି ଲୋକ ଆସିଥିବା ଶୁକ୍ରବାର ସୂଚନା ମିଳିଥିଲା। ଏହାପରେ ବିଏମ୍‌ସି ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ଶଙ୍କରପୁର ସାହିକୁ ଆସେସ୍‌ କଣ୍ଟ୍ରୋଲ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ସାହିର ସମସ୍ତ ପରିବାରଙ୍କୁ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ସାହିର ସ୍ଥିତି ଅନୁଧ୍ୟାନ କରିବା ନେଇ ବିଏମ୍‌ସିର ୪ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ସହରର ବିଭିନ୍ନ ଅଞ୍ଚଳ ବିଶୋଧନ

ମାଲକାନଗିରି,୧୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦରମହକୁମାର ବିଭିନ୍ନ ସ୍ଥାନକୁ ଶନିବାର ବିଶୋଧନ କରାଯାଇଛି। ସାରା ରାଜ୍ୟରେ କରୋନା ଭୂତାଣୁର ପ୍ରତିରୋଧ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା...

ବନ୍ଦ ରହିବ ଧର୍ମାନୁଷ୍ଠାନ

ଭଦ୍ରକ ଅଫିସ, ୧ା୫: ଶନିବାରଠାରୁ ସର୍ବସାଧାରଣଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଭଦ୍ରକ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ଅନିର୍ଦ୍ଦିଷ୍ଟ...

ବିଶୋଧକ ସ୍ପ୍ରେ କରିବା କ୍ଷତି କାରକ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୭।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ପ୍ରେ କରାଯାଉଥିବା ବିଶୋଧକ କ୍ଷତି କାରକ ବୋଲି ବିଶ୍ୱ...

ବିବାଦୀୟ ଜମିରେ ଲଜିଷ୍ଟିକ ପାର୍କ ନିର୍ମାଣ ମାମଲା:ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଲା ଏନ୍‌ଜିଟି

ଯାଜପୁର ଅଫିସ, ୧୩ା୧: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଦାନଗଦୀ ତହସିଲ ଯଖପୁରା ମୌଜାର ୧୧.୯୯୦ ଏକର ପରିମିତ ଶାଳ କିସମ ଜମିରେ ବିନା ପରିବେଶ ମଞ୍ଜୁରୀରେ...

ସହାୟତା ପାଇଁ କର୍କଟ ରୋଗୀ ପ୍ରଶାସନର ଦ୍ୱାରସ୍ଥ

ଭଦ୍ରକ ଅଫିସ, ୧୭ା୨- ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣିରେ କର୍କଟ ରୋଗରେ ପୀଡ଼ିତ ଭଦ୍ରକ ବ୍ଲକ ବେଲଦା ଗ୍ରାମର ରାଜନ ଯେନା ଆର୍ଥିକ...

ଏକଲପୁର ଫେରିଘାଟକୁ ନେଇ ବିବାଦ

ମହାକାଳପଡ଼ା,୨୩ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ଓ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତର ଗୋବରୀ ନଦୀ ଏକଲପୁର ଫେରିଘାଟରେ ଦୈନଦିନ ଯାତାୟାତ ପାଇଁ ବ୍ଲକ ପ୍ରଶାସନ...

ଦୋକାନୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ

ବଡ଼ଗାଁ,୧୮ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଗଙ୍ଗାଜଳ ନିକଟ ସ୍କାନଷ୍ଟିଲ କାରଖାନା ସମ୍ମୁଖ ୧୦ନଂ. ରାଜ୍ୟ ରାଜପଥ ପାର୍ଶରେ ଥିବା ଏକ ଟାୟାର ମରାମତି ଦୋକାନୀଙ୍କୁ...

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ କ୍ରାଇମବ୍ରାଞ୍ଚର ଆଡ୍‌ଭାଇଜରି

କଟକ ଅଫିସ, ୧।୭: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଉଦ୍ଦେଶ୍ୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବୁଧବାର ଟୁଇଟର ମାଧ୍ୟମରେ ଆଡ୍‌ଭାଇଜରି ଜାରି କରାଯାଇଛି। ଏଥିରେ କୁହାଯାଇଛି, ସୋସିଆଲ ମିଡିଆରେ...

Advertisement
Archives

Model This Week