ଶକ୍ତି ସଂରକ୍ଷଣ ଓ ଆମ ଦାୟିତ୍ୱ

ଇଂ ମାୟାଧର ସ୍ବାଇଁ
ଶକ୍ତି ହେଉଛି ଏକ ଅତ୍ୟାବଶ୍ୟକ ଆନୁଷଙ୍ଗିକ ବସ୍ତୁ। ସମସ୍ତ ପ୍ରକାର ଶକ୍ତି ମଧ୍ୟରେ ସହଜ ଓ ସୁବିଧାରେ ବ୍ୟବହାର ହୋଇପାରିବା ଭଳି ଶକ୍ତି ହେଉଛି ବିଦ୍ୟୁତ୍‌। ଦେଶର ଅର୍ଥନୈତିକ ବିକାଶ ସହିତ ଲୋକମାନଙ୍କର ଦୈନନ୍ଦିନ ଜୀବନରେ ଏହାର ଆବଶ୍ୟକତା ଅଧିକ। ଆଧୁନିକ ଯୁଗରେ ଘରର ଅଧିକାଂଶ ଯନ୍ତ୍ରପାତି ହେଉଛି ବିଦ୍ୟୁତ୍‌ଚାଳିତ। କମ୍ପ୍ୟୁଟର, ଇଣ୍ଟରନେଟ ଆଦି ସୂଚନା ପ୍ରଯୁକ୍ତିର ପ୍ରସାରଣ ପାଇଁ ଏହା ଜରୁରୀ। ଅନେକ ଅର୍ଥନୀତିଜ୍ଞ କୌଣସି ଦେଶର ବିକାଶ ସ୍ତର ଆକଳନ କରିବା ସମୟରେ ସେହି ଦେଶର ବାର୍ଷିକ ଜଣ ପିଛା ବିଦ୍ୟୁତ୍‌ ଖର୍ଚ୍ଚକୁ ହିସାବକୁ ନେଇଥାଆନ୍ତି। ଉଦାହରଣସ୍ବରୂପ ବିକଶିତ ଦେଶଗୁଡିକରେ ଜଣ ପ୍ରତି ବାର୍ଷିକ ହାରାହାରି ୧୫୦୦୦ ୟୁନିଟ୍‌ରୁ ଅଧିକ ବିଦ୍ୟୁତ୍‌ ବ୍ୟବହାର ହେଉଥିବା ବେଳେ ଆମ ଦେଶରେ ଏହା ହେଉଛି ୧୧୮୦ ୟୁନିଟ୍‌। ଦେଶରେ ବିଦ୍ୟୁତ୍‌ର ଅଧିକ ବ୍ୟବହାର ପାଇଁ ଅଧିକ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ପଡିବ ଏବଂ ଏଥିପାଇଁ ଅଧିକ ପୁଞ୍ଜିନିବେଶ କରିବାକୁ ହେବ। ଆମର ମୁଖ୍ୟ ଶକ୍ତି ଉତ୍ସଗୁଡିକ ମଧ୍ୟରେ କୋଇଲା, ପେଟ୍ରୋଲିୟମ୍‌ ତୈଳର ପରିମାଣ ହେଉଛି ଅଧିକ। ଏଗୁଡିକର ପରିମାଣ ସୀମିତ ଏବଂ କିଛିବର୍ଷ ପରେ ଏହା ନିଃଶେଷ ହୋଇଯିବ। ସେହିପରି ଏହି ଜୀବାଶ୍ମ ଇନ୍ଧନର ଦହନ ଫଳରେ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗତ ହେଉଛି। ପୃଥିବୀର ତାପମାତ୍ରା ବୃଦ୍ଧି ଓ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ ପାଇଁ ଏହାକୁ ମୁଖ୍ୟତଃ ଦାୟୀ କରାଯାଇଥାଏ। ପ୍ୟାରିସ୍‌ ଚୁକ୍ତି ଅନୁଯାୟୀ ଭାରତ ୨୦୩୦ ମସିହା ସୁଦ୍ଧା ଏହାର କାର୍ବନ ନିର୍ଗମନକୁ ୨୦୦୫ ମସିହାର ନିର୍ଗମନଠାରୁ ୩୦ରୁ ୩୫ ପ୍ରତିଶତ ହ୍ରାସ କରିବା ପାଇଁ ପ୍ରତିବଦ୍ଧ ଅଛି। ଆମର ବ୍ୟବହୃତ କୋଇଲାର ୮୦ ପ୍ରତିଶତ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ବ୍ୟବହୃତ ହୋଇଥାଏ। ଏଣୁ ଆମକୁ ଏହା ଉପରେ ଅଧିକ ନିର୍ଭର ନ କରି ଅକ୍ଷୟଶକ୍ତି ଉତ୍ସ ଉପରେ ନିର୍ଭର କରିବାକୁ ପଡିବ।
ଗୋଟିଏ ଦିଗରେ ଆମର ବିଦ୍ୟୁତ୍‌ ନିହାତି ଦରକାର ଓ ଏହାର ଚାହିଦା ପ୍ରତିବର୍ଷ ବଢୁଛି ଏବଂ ଅନ୍ୟ ଦିଗରେ ଏହା ପରିବେଶର କ୍ଷତି କରୁଛି। ଏହି କାରଣରୁ ଆମକୁ ଶକ୍ତି ସଂରକ୍ଷଣ କରିବା ନିହାତି ଦରକାର। ବିଦ୍ୟୁତ୍‌ର ସୁବିନିଯୋଗ କରିବା ଏବଂ ଅପବ୍ୟବହାରକୁ ବନ୍ଦ କରିବା ହେଉଛି ଶକ୍ତି ସଂରକ୍ଷଣ। ଏହାର ଅର୍ଥ ନୁହେଁ ଯେ ଆବଶ୍ୟକ ଥାଇ କମ୍‌ ବିଦ୍ୟୁତ୍‌ ବ୍ୟବହାର କରିବା। କମ୍‌ ବିଦ୍ୟୁତ୍‌ ବ୍ୟବହାର କରି ସମାନ କାମ କରିବା ହେଉଛି ଶକ୍ତି ସଂରକ୍ଷଣ। ଶକ୍ତି ସଂରକ୍ଷଣର ଦୁଇଟି ଦିଗ ହେଉଛି, ବିଦ୍ୟୁତ୍‌ ଶକ୍ତିର ଅପବ୍ୟବହାରକୁ ବନ୍ଦ କରି ଏହାକୁ ସଞ୍ଚୟ କରିବା ଏବଂ ଅଧିକ ଦକ୍ଷତା ସହ ଏହାକୁ ବ୍ୟବହାର କରି କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ କରିବା। ଉଭୟ ବିଦ୍ୟୁତ୍‌ ଯୋଗାଣ ସଂସ୍ଥା ଓ ଗ୍ରାହକମାନଙ୍କ ପାଇଁ ଏହାର ଗୁରୁତ୍ୱ ରହିଛି। ଅଧିକ ଦକ୍ଷ ବିଦ୍ୟୁତ୍‌ ଯନ୍ତ୍ରପାତି ଓ ଆଲୋକବତି ବ୍ୟବହାର କଲେ କମ୍‌ ବିଦ୍ୟୁତ୍‌ ବିଲ୍‌ ଆସିବ ଏବଂ ବିଦ୍ୟୁତ୍‌ ଯୋଗାଣ ସଂସ୍ଥା ପାଇଁ ମଧ୍ୟ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇବା ସହଜ ହେବ।
ଘରେ ବିଦ୍ୟୁତ୍‌ର ମୁଖ୍ୟ ବ୍ୟବହାର ହେଉଛି ଆଲୋକ। ଦିନବେଳେ ବିଦ୍ୟୁତ୍‌ ଆଲୋକ ବ୍ୟବହାର ନ କରି ସୂର୍ଯ୍ୟାଲୋକର ଉପଯୁକ୍ତ ବିନିଯୋଗ କରିବା ଉଚିତ। ଏଥିପାଇଁ ଗୃହ ନିର୍ମାଣର ଡିଜାଇନ ଏପରି ହେବା ଉଚିତ, ଯେପରି ଘରେ ଯଥେଷ୍ଟ ପରିମାଣର ସୂର୍ଯ୍ୟାଲୋକ ପହଞ୍ଚିପାରିବ। ଗୋଟିଏ ୬୦ ଓ୍ବାଟ୍‌ର ସାଧାରଣ ବତି ଯେତିକି ଆଲୋକ ଦେଇଥାଏ, ୮ ଓ୍ବାଟ୍‌ର ଗୋଟିଏ ଏଲ୍‌ଇଡି ବତି ସେତିକି ଆଲୋକ ପ୍ରଦାନ କରିଥାଏ। ଏଣୁ କେବଳ ଏଲଇଡି ବତି ବ୍ୟବହାର ହେବା ଉଚିତ। ଟ୍ୟୁବ୍‌ ଲାଇଟ୍‌ରେ ଗତାନୁଗତିକ ବିଦ୍ୟୁତ୍‌ ଚୁମ୍ବକୀୟ ଚୋକ୍‌ ବଦଳରେ ଆଧୁନିକ ଇଲେକ୍‌ଟ୍ରୋନିକ୍‌ ଚୋକ୍‌ ବ୍ୟବହାର କଲେ ବିଦ୍ୟୁତ୍‌ ଶକ୍ତି କମ୍‌ ଖର୍ଚ୍ଚ ହୋଇଥାଏ। ଘରେ କେହି ନ ଥିବା ବେଳେ ବତି, ପଙ୍ଖା ଓ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରକୁ ବନ୍ଦ କରିଦେବା ଉଚିତ। ସାଧାରଣ ଓଭେନ୍‌ ଅପେକ୍ଷା ମାଇକ୍ରୋଓ୍ବେଭ୍‌ ଓଭେନ୍‌ରେ ଅଳ୍ପ ମାତ୍ରାର ଖାଦ୍ୟ ରନ୍ଧନ ନିମନ୍ତେ ପ୍ରାୟ ୫୦ ପ୍ରତିଶତ କମ୍‌ ଇନ୍ଧନ ଖର୍ଚ୍ଚ ହୋଇଥାଏ। ରେଫ୍ରିଜରେଟର ଭିତରର ତାପମାତ୍ରା ଅତିକମ୍‌ ଧାର୍ଯ୍ୟ କରିବା ଠିକ୍‌ ନୁହେଁ। ଆବଶ୍ୟକତାଠାରୁ ଅଧିକ ଥଣ୍ଡା କରିବା ଦ୍ୱାରା ଅଧିକ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଥାଏ। ଅନେକ ସମୟରେ ରାତି ପାହିବାର ଅନେକ ସମୟ ପର୍ଯ୍ୟନ୍ତ ରାସ୍ତା ଆଲୋକ ଜଳୁଥାଏ। ଏହାକୁ ବନ୍ଦ କରିବାର ଦାୟିତ୍ୱ ଥିବା ବ୍ୟକ୍ତି ଜଣକ ବେଳେବେଳେ ଭୁଲି ଯାଇଥାଆନ୍ତି। ଏଣୁ ସକାଳ ହେଲେ ଆପେ ଆପେ ବନ୍ଦ ହୋଇଯିବା ପାଇଁ ଏଥିରେ ଆଲୋକ ସଂବେଦୀ (ଫଟୋ ସେନ୍‌ସର) ଲଗାଯିବା ଉଚିତ। ଦେଶରେ କୃଷି ପାଇଁ ପ୍ରାୟ ୨୦ ନିୟୁତ ପମ୍ପ ପ୍ରତିଷ୍ଠା କରାଯାଇଛି। ଏଗୁଡିକ ବାର୍ଷିକ ୧୫୦ ବିଲିୟନ ୟୁନିଟ୍‌ରୁ ଅଧିକ ବିଦ୍ୟୁତ୍‌ ଖର୍ଚ୍ଚ କରିଥାଆନ୍ତି। ଉପଯୁକ୍ତ ମରାମତି ଅଭାବ ଏବଂ ଠିକ୍‌ ପମ୍ପ୍‌ ଓ ମୋଟର ବ୍ୟବହାର ନ ହେବାରୁ ଯେତିକି ବିଦ୍ୟୁତ୍‌ ଖର୍ଚ୍ଚ ହେବା କଥା, ତା’ଠାରୁ ୫୦ ପ୍ରତିଶତରୁ ଅଧିକ ବିଦ୍ୟୁତ୍‌ ଖର୍ଚ୍ଚ ହେଉଛି। କଳକାରଖାନାରେ ୮୦ ପ୍ରତିଶତରୁ ଅଧିକ ବିଦ୍ୟୁତ୍‌କୁ ମୋଟର ବ୍ୟବହାର କରିଥାଏ। ଜଣାଯାଇଛି ଯେ, ଅଧିକାଂଶ ମୋଟରକୁ ଏହାର କ୍ଷମତାର ପ୍ରାୟ ଅଧା ପର୍ଯ୍ୟନ୍ତ ବ୍ୟବହାର କରାଯାଉଛି। ଏହି କ୍ଷେତ୍ରରେ ମୋଟରଗୁଡିକର ଦକ୍ଷତା କମ୍‌ ହୋଇଥାଏ ଏବଂ ଅଧିକ ବିଦ୍ୟୁତ୍‌ ଖର୍ଚ୍ଚ କରିଥାଏ।
ଶକ୍ତି ସଂରକ୍ଷଣ ଦ୍ୱାରା ବ୍ୟକ୍ତିଗତ ଭାବେ ଏବଂ ସାମୂହିକ ଭାବେ ଦେଶର ଅନେକ ଉପକାର ହୋଇଥାଏ। ଶକ୍ତି ଉତ୍ପାଦନ ଅପେକ୍ଷା ଶକ୍ତି ସଂରକ୍ଷଣ ହେଉଛି ଶସ୍ତା। ଅନ୍ୟଅର୍ଥରେ କହିଲେ, ଏହା ହେଉଛି ବିନା ଇନ୍ଧନରେ ସବୁଜ ଶକ୍ତି ପ୍ରଦାନ ସହ ସମାନ। ଏହାକୁ ‘ବିନା ଖର୍ଚ୍ଚରେ ବିଦ୍ୟୁତ୍‌ ଉତ୍ପାଦନ’ କୁହାଯାଏ। ପୁନଶ୍ଚ ଏହାଦ୍ୱାରା ଆମର ପ୍ରାକୃତିକ ସମ୍ପଦ ସଞ୍ଚୟ ହେବା ସହିତ ପରିବେଶ ପ୍ରଦୂଷଣ ହ୍ରାସ ପାଇଥାଏ।
ଭାରତ ସରକାର ୨୦୦୧ରେ ଶକ୍ତି ସଂରକ୍ଷଣ ଆଇନ-୨୦୦୧କୁ କାର୍ଯ୍ୟକାରୀ କରିଛନ୍ତି। ଦକ୍ଷତା ସହକାରେ ଶକ୍ତି ବ୍ୟବହାର ଏବଂ ଏହାର ସଂରକ୍ଷଣ କରିବା ହେଉଛି ଏହାର ଉଦ୍ଦେଶ୍ୟ। କେବଳ ସରକାରୀ ଚେଷ୍ଟା ନୁହେଁ, ଦେଶର ପ୍ରତ୍ୟେକ ନାଗରିକ ଏହାକୁ ଗମ୍ଭୀର ଭାବେ ବିଚାର କରି ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ଉଚିତ। ଏଥିପାଇଁ ଜନ ସଚେତନତା ନିହାତି ଜରୁରୀ।
ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri