Posted inଜାତୀୟ

ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ନ କରିପାରି ପ୍ରୟାଗରାଜରେ ସଫ୍ଟ ଲ୍ୟାଣ୍ଡିଂ କଲେ ଯୁବକ

ପ୍ରୟାଗରାଜ,୧୯।୯: ପ୍ରୟାଗରାଜରେ ୩ଦିନରୁ ଜାରି ରହିଥିବା ଡ୍ରାମା ବୁଧବାର ଶେଷ ହୋଇଛି। ଫିଲ୍ମ ସୋଲେରେ ଯେଉଁଭଳି ଧର୍ମେନ୍ଦ୍ର ଟାଓ୍ବାର ଉପରେ ଚଢ଼ି ବାସନ୍ତୀ ସହ ବିବାହ ପାଇଁ ଜିଦ୍‌ ଧରିଥିଲେ। ସେହିପରି ଚନ୍ଦ୍ରକୁ ଯାଇଥିବା ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କରିବା ପାଇଁ ଜଣେ ଯୁବକ ମଧ୍ୟ ଏଭଳି ଏକ ଅଜବ ପଦକ୍ଷେପ ଆପଣାଇଛନ୍ତି। ଯାହା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ସୋମବାର ରାତିରେ ପ୍ରୟାଗରାଜ ଯମୁନା ବ୍ରିଜର ଏକ ଟାଓ୍ବାର ଉପରେ ରଜନୀକାନ୍ତ ନାମକ ଯୁବକ ତ୍ରିରଙ୍ଗା ଧରି ଚଢ଼ିବା ସହ ତପସ୍ୟା କରିଥିଲେ। ବିକ୍ରମ ସହ ଇସ୍ରୋର ସମ୍ପର୍କ ଶୀଘ୍ର କରାଇଦେବା ପାଇଁ ରଜନୀକାନ୍ତ ଚନ୍ଦ୍ରକୁ ପ୍ରାର୍ଥନା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ତଳକୁ ଓହ୍ଲାଇବାକୁ ନିବେଦନ କରିଥିଲେ। ହେଲେ ଯୁବକ ଜଣକ କାହାରି କଥା ଶୁଣି ନ ଥିଲେ। ତେବେ ବୁଧବାର ଯୁବକଙ୍କୁ କ୍ରେନ ସାହାଯ୍ୟରେ ପୋଲିସ ତଳକୁ ଆଣିଛି। ଅନ୍ୟପଟେ ବିକ୍ରମ ସହ ସର୍ମ୍ପକ କରିବା ପାଇଁ ଇସ୍ରୋ ଦିନ ରାତି ଏକ କରି ଦେଇଥିବା ବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରଥମ ମାମଲା: ୧୨୪ ଦିନ ପରେ ପୁଣି ଥରେ ଜଣେ ସଂକ୍ରମିତ

ଅହମଦାବାଦ,୨୬।୮: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

‘ଆଭିଗନ୍‌’ ଔଷଧ କରୋନା ମୁକାବିଲାରେ ହେବ ସହାୟକ: ଭାରତୀୟ ଡାକ୍ତର

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଦେଖାଦେଇଛି। ସାରା ପୃଥିବୀରେ ଏହାର ମୁକାବିଲା ପାଇଁ ଔଷଧ ପ୍ରସ୍ତୁତିରେ ବୈଜ୍ଞାନିକମାନେ ଦିନରାତି ଗବେଷଣା ଜାରି ରଖିଛନ୍ତି।...

ଭୁଲ ତଥ୍ୟ ଦେଇ ବିବାଦରେ ତ୍ରୀନଗର ବିଧାୟକ: ଏଏପି କାଟିଲା ପ୍ରାର୍ଥୀ ଟିକେଟ

ନୂଆଦିଲ୍ଲୀ,୨୧।୧: ପୂର୍ବତନ ମନ୍ତ୍ରୀ ତଥା ଦିଲ୍ଲୀ ତ୍ରୀନଗରରୁ ବିଧାୟକ ଜିତେନ୍ଦ୍ର ସିଂହ ତୋମାରଙ୍କ ଟିକେଟକୁ ଆମ ଆଦମୀ ପାର୍ଟି (ଏଏପି) କାଟିଦେଇଛି। ଜିତେନ୍ଦ୍ରଙ୍କ ଟିକେଟ କାଟି...

ଆମେରିକାରେ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି ନ୍ୟୁୟର୍କ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ...

ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ, ୧୦ା୯: ଦକ୍ଷିଣ ଭାରତରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ସତର୍କତା ଅବଲମ୍ବନ କରାଯିବା ସହ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି।...

କୋଭିଡ-୧୯ ପାଇଁ ଚଳିତ ବର୍ଷ ହେବନାହିଁ ଜନଗଣନା

ନୂଆଦିଲ୍ଲୀ,୮।୬: ଚଳିତ ବର୍ଷ ଏପ୍ରିଲ-ସେପ୍ଟେମ୍ବରରେ ହେବାକୁ ଥିବା ଜନଗଣନା, ହାଉସ ଲିଷ୍ଟିଂ ଓ ଏନ୍‌ପିଆର୍‌କୁ ଏବେ ସ୍ଥଗିତ ରଖାଯାଇଛି। ତେବେ ଜୁନ୍‌ ମାସ ପରେ ସମସ୍ତ...

ଅଯୋଧ୍ୟାରେ ୪ ମାସ ମଧ୍ୟରେ ନିର୍ମାଣ କରାଯିବ ରାମମନ୍ଦିର: ଶାହ

ରାଞ୍ଚି,୧୬।୧୨: ଅଯୋଧ୍ୟାରେ ୪ ମାସ ମଧ୍ୟରେ ରାମମନ୍ଦିର ନିର୍ମାଣ କରାଯିବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡର ପାକୁଡ଼ଠାରେ ଏକ ନିର୍ବାଚନ ସଭାରେ କହିଛନ୍ତି।...

ପେନସନ୍‌ ପାଇଁ ଯାଇଥିବା ବରିଷ୍ଠ ନାଗରିକଙ୍କୁ ମିଳିଲା ଡେଥ୍‌ ସାର୍ଟିଫିକେଟ

ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶର ବଦାୟୁ ଜିଲା ଗ୍ରାମପଞ୍ଚାୟତ ସଚିବ ୭ ଜଣ ପେନସନଧାରୀଙ୍କୁ ମୃତ ଘୋଷିତ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭେରିଫିକେଶନ ସମୟରେ ଏଭଳି...

Coronavirus Update


Archives

Model This Week

Why Dharitri