ଲୋକ ମହୋତ୍ସବ ପାଇଁ ଟେରାକୋଟା ସାମଗ୍ରୀ ପ୍ରସ୍ତୁତି ଆରମ୍ଭ: ତିଆରି ହେଉଛି ୮୬ ପ୍ରକାର ସାମଗ୍ରୀ

ନବରଙ୍ଗପୁର,୧୩।୧୧(ବି.ପ୍ର.)-ମାଟି ହେଉଛି ମାଆ ା ମାଟିକୁ ବ୍ୟବହାର କରି ଜୀବିକା ଅର୍ଜନ କରି ଆସୁଛନ୍ତିି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗାଁର ୮୪ ପରିବାର ା ଶିଳ୍ପ ଗାଁ ଭାବେ ଏହାକୁ ମାନ୍ୟତା ଦିଆଯାଇଛି ା ପ୍ରଥମେ ତଣ୍ଡାଗୁଡାର ମହିଳାମାନେ ୪ଟି ସ୍ବୟଂ ସହାୟକ ଗୋଷ୍ଠୀ କରି ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ମାଟି ହାଣ୍ଡି, ଦୀପ ଓ ଖେଳନା ଆଦି ତିଆରି କରି ବଜାରରେ ବିକ୍ରୀ କରି ଆସୁଥିଲେ ା କଳାନିକେତନ ଅନୁଷ୍ଠାନ ନୂତନ ଡିଜାଇନ ତିଆରି କରି କିଭଳି କାରିଗର ଅଧିକ ରୋଜଗାର କରିବେ ସେ ନେଇ ଉଦ୍ୟମ କରିଥିଲେ ା ଏହା ପରେ ନାର୍ବାଡ ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ହସ୍ତଶିଳ୍ପୀଙ୍କ ଆର୍ଥିକ ଉନ୍ନତି ପ୍ରତି ଗୁରୁତ୍ୱ ଦେଇଥିଲା। ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇ ୬ ମାସ ଲେଖାଏଁ କାରିଗରଙ୍କୁ ତାଲିମ ଦେଇଥିଲେ ା ତାଲିମ ପାଇବା ପରେ ଶିଳ୍ପୀମାନେ ନୂତନ ଡିଜାଇନର ବିଭିନ୍ନ ପ୍ରକାର ଘର ସାଜସଜ୍ଜା ସାମଗ୍ରୀ ତିଆରି କଲେ ା ଓରମାସ ଏହାର ବଜାର ବ୍ୟବସ୍ଥା ପ୍ରତି ଦାୟିତ୍ୱ ନେଇ ରୋଜଗାରର ବାଟ ଫିଟାଇଲା ା ପ୍ରଥମେ କାରିଗରମାନେ ପୁରୁଣା ଢାଞ୍ଚାରେ ଘରେ ଭାଟି କରି ମାଟି ପୋଡି ତାହାକୁ ରଙ୍ଗ ଦେଉଥିିଲେ ା ଘରେ ସ୍ଥାନ ଅଭାବ ଯୋଗୁ ଅନେକ କାରିଗର ସମସ୍ୟା ଭିତରେ ରହି ଆସୁଥିଲେ ା ଏହାକୁ ଜିଲା ପ୍ରଶାସନ ହୃଦୟଙ୍ଗମ କରିବା ପରେ ଶିଳ୍ପୀମାନେ ଏକାଠି ବସି କିଭଳି କାମ କରିବେ ସେ ନେଇ କମ୍ୟୁନିଟି ଫ୍ୟାସିଲିଟି ସେଣ୍ଟର ନିର୍ମାଣ କରାଯାଇଥିଲା। ବିଦ୍ୟୁତ ସଂଯୋଗୀକରଣ, ଶୌଚାଳୟ ବ୍ୟବସ୍ଥା କରାଯାଇଛି ା କିନ୍ତୁ ପାଣିର ସମସ୍ୟା ରହିଛି ା ଏବେ ୧୦୫ ପରିବାରକୁ ନେଇ ୭ ସ୍ବଂୟ ସହାୟକ ଗୋଷ୍ଠୀ ଗଠନ ହୋଇ ପାରିଛି ା ଗୋଟିଏ ପରିବାର ଟେରାକୋଟା ସାମଗ୍ରୀ ନିର୍ମାଣ କରି ମାସିକ ୧୬ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତିି ବୋଲି ହରିଶ୍ଚନ୍ଦ୍ର କୁମ୍ଭାର କହିଛନ୍ତି ା ଛତିଶଗଡ, ଭୁବନେଶ୍ୱର, କଟକ ସମେତ ରାଜ୍ୟର ୩୦ଟି ଜିଲାରେ ଟେରାକୋଟା ହସ୍ତଶିଳ୍ପର ଚାହିଦା ରହିଛି ା ଏନେଇ ଘୋଡା, ହାତୀ, କୁମ୍ଭ, ଫୁଲଦାନୀ, ବେଡଲାଇଟ, ରୁଖା ଓ ବଡ ବଡ ନୂତନ କାରୁକାର୍ଯ୍ୟ ସହ ୮୬ ପ୍ରକାର ବିଭିନ୍ନ ସାମଗ୍ରୀ ତିଆରି କରାଯାଉଛି ା ଜିଲାର ହାଟ ବଜାରରେ ପୁରୁଣା ଢାଞ୍ଚାର ସାମଗ୍ରୀ ବିକ୍ରି କରିବା ସମୟରେ ଗୋଟିଏ ଦର ମଧ୍ୟରେ ସିମିତ ରହିଥିଲା ା ଏବେ ବାହାର ବଜାରକୁ ଯିବା ପରେ ସାମଗ୍ରୀ ଗୁଡିକର ଦର ନିର୍ଦ୍ଧାରଣ ସହ ନୂଆ କିଛି ଅଧିକ ଶିଖିିବାକୁ ସୁଯୋଗ ମିଳି ପାରିଛି ା ଏହା ପଛରେ ଜିଲା ପ୍ରଶାସନର ପ୍ରଚ୍ଛନ୍ନ ହାତ ରହିଛି ା ମାଟି ସଫା ପାଇଁ ମେସିନ ଏବଂ ମେସିନ ଚାଳିତ ହ୍ବିଇଲ ଆଦି ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ା ୮୦ ପରିବାର ପାଇଁ ୮ଟି ମେସିନ ଯୋଗାଇ ଦିଆଯାଇଥିବା କାରିଗର ଫଗୁଣ କୁମ୍ଭାର ଓ ଉପେନ୍ଦ୍ର କୁମ୍ଭାର କହିଛନ୍ତି ା ଏବେ ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ୬ ମାସ ପର୍ଯ୍ୟନ୍ତ ନୂତନ ଡିଜାଇନର ବିଭିନ୍ନ ସାମଗ୍ରୀ ତିଆରି ପାଇଁ ତାଲିିମ ଦିଆଯାଉଛି ା ପ୍ରଶିକ୍ଷକ ଭାବେ ଭରତ କୁମ୍ଭାର ଓ ହରିଶ୍ଚନ୍ଦ୍ର କୁମ୍ଭାର ରହିଛନ୍ତି ା ୧୫ ଜଣ ଲେଖାଏଁ କାରିଗରଙ୍କୁ ନେଇ ପର୍ଯ୍ୟାୟ କ୍ରମେ ତାଲିମ ପ୍ରଦାନ କରାଯାଉଛି ା ଆଗକୁ ରାଜ୍ୟର ବିଭିନ୍ନ ଜିଲାସ୍ତରୀୟ ଲୋକ ମହୋତ୍ସବ ପାଇଁ ମଧ୍ୟ ହସ୍ତଶିଳ୍ପୀମାନେ ଟେରାକୋଟା ସାମଗ୍ରୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri