Posted inଫୁରସତ

ଲୁଙ୍ଗି ପିନ୍ଧିଥିବାରୁ ରେସ୍ତୋରାଁରେ ମିଳିଲା ନାହିଁ ଖାଦ୍ୟ

କେରଳରେ ଲୁଙ୍ଗି ପିନ୍ଧି ବାହାରକୁ ଯିବା ଏକ ସାଧାରଣ ଘଟଣା। ବିଶେଷ କରି ଦକ୍ଷିଣ ଭାରତୀୟମାନେ ଏହି ଲୁଙ୍ଗିର ବ୍ୟବହାର କରିଥାନ୍ତି। ହେଲେ ନିକଟରେ ଜଣେ ଯୁବକ ସାଙ୍ଗମାନଙ୍କ ସହ ମିଶି ଲୁଙ୍ଗିପନ୍ଧି ରେସ୍ତୋରାଁ ଯାଇଥିବାରୁ ସେଠାରେ ତାଙ୍କୁ ଖାଇବାକୁ ମିଳି ନ ଥିବାରୁ ସେ ପୋଲିସରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, କେରଳର କୋଝିକୋଡିରେ କରିମ ଚେଲେମ୍ବରା ନାମକ ଜଣେ ଯୁବକ ଲୁଙ୍ଗି ପିନ୍ଧି ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ। ଆଉ ସେ ସେଠାରେ ପ୍ରବେଶ କରିବା ସମୟରେ ରେସ୍ତୋରାଁ କର୍ମଚାରୀ ତାଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ। ସେ ଏହାର କାରଣ ଜାଣିବାକୁ ଚାହିଁବାରୁ ତାଙ୍କୁ କୁହାଯାଇଥିଲା କି ସେ ଲୁଙ୍ଗି ପିନ୍ଧି ଆସିଥିବାରୁ ତାଙ୍କୁ ଏଠାରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। କାରଣ ଏଠାରେ ଲୋକେ ପରିବାର ସହ ଆସୁଥିବାରୁ ଏମିତି ପୋଷାକ ପିନ୍ଧି ଆସିଥିବା ବ୍ୟକ୍ତିଙ୍କୁ ଏଠାରେ ବାରଣ କରାଯାଇଥାଏ। ସେ ଏହାର ପାଲଟା ଜବାବରେ କହିଥିଲେ କି ଏହାତ କେଉଁଠି ଉଲ୍ଲେଖ କରାଯାଇ ନାହିଁ। ତେଣୁ ସେ ଏହାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ତାଙ୍କୁ ବହୁ ଲୋକ ସହଯୋଗ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୃତ୍ୟୁରେ ୧୩ ଦିନ କ୍ରିୟାକର୍ମ କଲେ ମାଲିକ

ମୁଜାଫର୍‌ନଗର(ଉତ୍ତର ପ୍ରଦେଶ): ସେ କେବଳ ଏକ ପାଳିତ କୁକୁର ନ ଥିଲା, ଆମ ପରିବାର ସଦସ୍ୟ ଥିଲା। ତେଣୁ ପରିବାରର ଜଣେ ସଦସ୍ୟଙ୍କ ପାଇଁ ଯାହା...

ପୁଲ୍‌ଓ୍ବାମା ଶହୀଦଙ୍କ ଝିଅଙ୍କୁୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଜିଲାପାଳ

ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ଥାଇ ସୁଦ୍ଧା ଜନସାଧାରଣଙ୍କ ସେବା କରିବାକୁ ଭୁଲନ୍ତି ନାହିଁ। ହେଲେ ଜଣେ ଯବାନ ଶହୀଦ ହେବା...

ଦମ୍ପତ୍ତିଙ୍କୁ ବହୁତ ପସନ୍ଦ ଏହି ଲଭ୍‌ ଲେକ୍‌: ଥରେ ବୁଲି ଯାଇ ନିଅନ୍ତୁ…

ମରୁଭୂମି ମଝିରେ ହ୍ରଦ। ସେ ପୁଣି ହାର୍ଟ ବା ହୃଦୟ ଆକାରର। ତେଣୁ କିଛି ରୋମାଣ୍ଟିକ୍‌ ମୁହୂର୍ତ୍ତ ବିତାଇବାକୁ ଦମ୍ପତିମାନେ ଆକୃଷ୍ଟ ହୋଇ ଚାଲି ଆସନ୍ତି...

୫୦୦୦ ବର୍ଷ ପୁରୁଣା କୁକୁର ଲକେଟ ମିଳିଲା: ଦାମ୍‌ ୨୭ କୋଟି

ଲଣ୍ଡନ,୩୦।୧: ବ୍ରିଟେନ୍‌ର ସମରସେଟ୍‌ରୁ ୫୦୦୦ ବର୍ଷ ପୁରୁଣା ରତ୍ନପଥରରେ ତିଆରି କୁକୁର ଲକେଟ ମିଳିଛି। ଏହାର ଦାମ ୨୭ କୋଟି ଟଙ୍କା ହେବ ବୋଲି ଅନୁମାନ...

ବୁଣାକାରଙ୍କ ଗାଁ ଗୋପାଳପୁର

ଏମିତି ଗାଁ, ଯେଉଁଠି ବର୍ଷବର୍ଷ ଧରି ବୁଣାକାରମାନେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ୧୬ନଂ ଜାତୀୟ ରାଜପଥ କଟକ-ବାଲେଶ୍ୱର ରାସ୍ତାର...

ଲକ୍‌ଡାଉନ୍‌ରେ ଫସିଥିଲେ ସ୍ବାମୀ: ୯ ମାସର ଗର୍ଭବତୀ ସ୍ତ୍ରୀ ଭିଡିଓ ପ୍ରସ୍ତୁତ କରି ମାଗିଲେ ପୋଲିସର ସହାୟତା, ଫଟୋ ଭାଇରାଲ

ଲକ୍ଷ୍ନୌ: କରୋନା ଭୂତାଣୁ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଲୋକେ ପରିବାର ସହ ଘରେ ରହିବାକୁ ସରକାର ବାରମ୍ବାର ପରାମର୍ଶ ଦେଉଛନ୍ତି। କିନ୍ତୁ...

ଏହି ଦ୍ୱୀପରେ ରୁହନ୍ତି ଲାଲ୍‌ ରଙ୍ଗର କଙ୍କଡ଼ା

ସିଡ୍‌ନୀ: ଏପରି ଏକ ଦ୍ୱୀପ ରହିଛି ଯେଉଁଠି ରାସ୍ତା ଘାଟ ସବୁଆଡ଼େ କଙ୍କଡ଼ା ବାସ କରୁଥିବା ଦେଖାଯାଇଥାଏ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ...

ମନ୍‌ସୁନ୍‌ ଡେଷ୍ଟିନେଶନ’ କର୍ଜତ’

ମହାରାଷ୍ଟ୍ରର ଏକ ଆକର୍ଷଣୀୟ ମନ୍‌ସୁନ୍‌ ଡେଷ୍ଟିନେଶନ ହେଉଛି କର୍ଜତ। ସବୁଜ ସୁନ୍ଦର ପରିବେଶ ସାଙ୍ଗକୁ ନଦୀ, ଝରଣାର ସୌନ୍ଦର୍ଯ୍ୟ ପାଇଁ ଏହା ବେଶ୍‌ ଲୋକପ୍ରିୟତା ହାସଲ...

Advertisement
Archives

Model This Week