Posted inଖେଳ

ଲିଲିମା ଖେଳିଲେ ୧୫୦ତମ ମ୍ୟାଚ

ନୂଆଦିଲ୍ଲୀ, ୨୨।୮- ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ମହିଳା ହକିର ଜାପାନ ବିପକ୍ଷ ଫାଇନାଲ ଖେଳି ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି ଓଡ଼ିଶାର ଲିଲିମା ମିଞ୍ଜ। ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ୨୫ ବର୍ଷୀୟ ଲିଲିମାଙ୍କ ପାଇଁ ଏହାଥିଲା ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ। ଏଥିପାଇଁ ଏହି ଓଡ଼ିଆ ମିଡ୍‌ଫିଲ୍ଡରଙ୍କୁ ହକି ଇଣ୍ଡିଆ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି।
ସୁନ୍ଦରଗଡ଼ ଜିଲାର ବିହାବନ୍ଧ-ତାନାତୋଲି ଗ୍ରାମର ଲିଲିମା ୨୦୧୧ରେ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଘରୋଇ ହକିରେ କ୍ରମାଗତ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଜାତୀୟ କ୍ୟାମ୍ପରେ ସାମିଲ କରାଯାଇଥିଲା। ୨୦୧୨ ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପରଠାରୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ପାଲଟି ଯାଇଛନ୍ତି। ୨୦୧୩ ମହିଳା ହକି ଓ୍ବାଲର୍‌ଡ ଲିଗ୍‌ର ସେମିଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଦଳର ମଧ୍ୟ ସେ ସଦସ୍ୟା ଥିଲେ। ୨୦୧୪ରେ ମାଲେସିଆ ବିପକ୍ଷରେ ୬-୦ରେ ହକି ଟେଷ୍ଟ ସିରିଜ ଜିତିଥିବା ଭାରତ ପକ୍ଷରୁ ମଧ୍ୟ ସେ ପ୍ରତିନିଧିତ୍ୱ କରିଥିଲେ। ୨୦୧୪ ଗ୍ଲାସ୍‌କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦୧୪ ଇଞ୍ଚିଅନ ଏସିଆନ ଗେମ୍ସରେ ବ୍ରୋଞ୍ଜପଦକ, ୨୦୧୬ ରିଓ ଅଲିମ୍ପିକ୍ସ(ଦୀର୍ଘ ୩୬ ବର୍ଷ ବ୍ୟବଧାନରେ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ଖେଳିଥିଲା), ୨୦୧୭ ମହିଳା ଏସିଆ କପ୍‌ରେ ଚାମ୍ପିୟନ, ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦୧୮ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ପଦକ, ୨୦୧୮ ମହିଳା ହକି ବିଶ୍ୱକପ, ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ।
”ଦେଶ ପକ୍ଷରୁ ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବାରୁ ମୁଁ ଗର୍ବିତ। ରାଉରକେଲା ପାନପୋଷ ସ୍ପୋଟର୍‌ସ ହଷ୍ଟେଲରୁ ହିଁ ମୋ କ୍ୟାରିୟରର ମୂଳଦୁଆ ପଡ଼ିଥିଲା। କ୍ୟାରିୟରର ଆଦ୍ୟ କାଳରେ ମୋତେ ସାହାଯ୍ୟ କରିଥିବା ଓଡ଼ିଶାର କୋଚ୍‌ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଏକ ପ୍ରତିଭା ସମ୍ପନ୍ନ ଖେଳାଳି ବିଶିଷ୍ଟ ଭାରତୀୟ ଦଳର ସଦସ୍ୟ ହୋଇପାରିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ସାଥି ଖେଳାଳି ଓ ସପୋର୍ଟଷ୍ଟାଫ୍‌ମାନେ ପରିବାରର ସଦସ୍ୟଙ୍କ ପରି ବାତାବରଣ ସୃଷ୍ଟି କରିଥାନ୍ତି। ଦେଶ ପକ୍ଷରୁ ୧୫୦ ମ୍ୟାଚ ଖେଳିବାର ଅନୁଭବ ଅନନ୍ୟ ଏବଂ ଦୀର୍ଘ ବର୍ଷ ମଧ୍ୟରେ ଅନେକ ପଦକ ଜିତିପାରିଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଆସନ୍ତା ବର୍ଷ ଅଲିମ୍ପିକ୍ସ ଆସୁଥିବାରୁ ଆମେ ଲକ୍ଷ୍ୟ ପଥରେ ପହଞ୍ଚତ୍ ଦେଶକୁ ଗର୍ବିତ କରିବା ଦିଗରେ ଆମେ ଏକାଗ୍ର ହେଉଛୁ“ ବୋଲି ଲିଲିମା ପ୍ରକାଶ କରିଛନ୍ତି। ହକି ଇଣ୍ଡିଆର ପକ୍ଷରୁ ସଭାପତି ମହମ୍ମଦ ମୁସ୍ତାକ ଅହମଦ ଲଲିମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ମହିଳା ହକି ଦଳର ପରାଜୟ

ବୁଏନ୍ସଏୟାର୍ସ, ୩୦ା୧(ପି.ଟି.)- ଭାରତୀୟ ମହିଳା ହକି ଦଳ ବିପକ୍ଷରେ ଆର୍ଜେଣ୍ଟିନା ୨-୦ ଗୋଲରେ ବିଜୟ ହାସଲ କରିଛି। ଭ୍ରମଣକାରୀ ଦଳର ଏହାର କ୍ରମାଗତ ଦ୍ୱିତୀୟ ପରାଜୟ।...

ଗୋଟିଏ ଓଭରରେ ୫ ଉଇକେଟ ନେଲେ ଭାରତୀୟ ପେସର

ନୂଆଦିଲ୍ଲୀ,୨୯।୧୧- ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ହରିୟାଣା ଓ କର୍ନାଟକ ମଧ୍ୟରେ ସୁରଟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍‌ରେ ପୂର୍ବତନ...

ଜାଣନ୍ତୁ କିଏ ଆଇପିଏଲ୍‌ ୧୦ ଟିମ୍‌ର ଅଧିନାୟକ ଏବଂ ତାଙ୍କ ପାର୍ଟନର; ୩ ଜଣ ଏବେ ବି…

ନୂଆଦିଲ୍ଲୀ,୧୭।୩: ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଚଳିତ ଥର ଦୁଇଟି ନୂଆ ଟିମ୍‌ ଯୋଡ଼ି ହୋଇଥିବାରୁ ମୋଟ ୧୦ ଟିମ୍‌ଙ୍କ...

ବୟକଟ୍‌, ଷ୍ଟ୍ରସ୍‌ଙ୍କୁ ନାଇଟ୍‌ହୁଡ ଉପାଧି

ଲଣ୍ଡନ, ୧୦।୯ (ଏଏଫ୍‌ପି)- କିମ୍ବଦନ୍ତୀ ଇଂଲଣ୍ଡ କ୍ରିକେଟ୍‌ ଖେଳାଳି ଜେଫ୍ରି ବୟକଟ୍‌ ଓ ଆଣ୍ଡ୍ରିଉ ଷ୍ଟ୍ରସଙ୍କୁ ସମ୍ମାନଜନକ ନାଉଟ୍‌ହୁଡ ଉପାଧିରେ ସମ୍ମାନିତ କରାଯାଇଛି। କ୍ରିକେଟ୍‌କୁ ଉଲ୍ଲେଖନୀୟ...

ପଡୋଶୀ ଝିଅଙ୍କ ପ୍ରେମରେ ପଡିଥିଲେ ଏହି କ୍ରିକେଟର୍‌, ବିବାହ ପାଇଁ ପରିବାର ରଖିଥିଲେ ସର୍ତ୍ତ

ଭାରତୀୟ କ୍ରିକେଟରମାନେ ପ୍ରେମ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ଥାନ୍ତି। କିଏ ବଲିଉଡ୍‌ ଅଭିନେତ୍ରୀ ତ ଆଉ କିଏ ଫ୍ୟାଶନ୍‌ ଡିଜାଇନର୍‌କୁ ପ୍ରେମରେ ପଡି ବିବାହ...

ଓ୍ବିମ୍ବେଲଡନ ଟେନିସ ଆରମ୍ଭ: ଜୋକୋଭିଚଙ୍କ ବିଜୟ ଅଭିଯାନ, ସିତିସ୍‌ପାସଙ୍କ ବିପର୍ଯ୍ୟୟ

ଲଣ୍ଡନ,୨୯।୬: ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଟେନିସ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଶ୍ୱର ଏକ ନମ୍ବର ଖେଳାଳି...

ଟୁଇଟରରେ ଟ୍ରେଣ୍ଡ କରୁଛି #ଓ୍ବାଲର୍‌ଡଷ୍ଟାଣ୍ଡ୍ସଓ୍ବିଥ୍‌କୋହଲି

ନୂଆଦିଲ୍ଲୀ,୧୭।୧୨: ଦିନିକିଆ ଦଳର ନେତୃତ୍ୱ ପରିବର୍ତ୍ତନ ପରେ ଟେଷ୍ଟ ଅଧିନାୟକ ବିରାଟ କୋହଲି ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି...

ଟାଟାସ୍ପଞ୍ଜ ପଞ୍ଚସଖା ଫୁଟବଲ ଟୁର୍ନାମେଣ୍ଟ : ଦେଓଝର ଗ୍ରାମ ପଞ୍ଚାୟତ ଚାମ୍ପିୟନ

ଯୋଡ଼ା,୨୭।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡାବ୍ଲକ ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ ଆଇରନ ଲିମିଟେଡର ଟାଟାସ୍ପଞ୍ଜ ପଞ୍ଚସଖା ପକ୍ଷରୁ ଏକ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ...

Advertisement
Archives

Model This Week