Posted inଜାତୀୟ

ଲାଲୁଙ୍କୁ କିଡ୍‌ନୀ ଦାନ କରିବାକୁ ଆଗେଇ ଆସିଲେ ପ୍ରିୟଙ୍କା

ପାଟନା,୧୯।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗ କରୁଛନ୍ତି। ହେଲେ ସ୍ବାସ୍ଥ୍ୟଗତ କାରଣ ପାଇଁ ଏବେ ସେ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟୁଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(ରିମ୍ସ)ରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ ସୂଚନା ଅନୁଯାୟୀ ଏବେ ସେ ବିଭିନ୍ନ ରୋଗରେ ପୀଡିତ। ଏମିତିକି ଏବେ ତାଙ୍କର କିଡ୍‌ନୀ ମଧ୍ୟ ନଷ୍ଟ ହୋଇଯାଇଛି। ଏପରିସ୍ଥଳେ ବିହାର ସହରସାର ଜିଲା ପରିଷଦ ପ୍ରିୟଙ୍କା ଆନନ୍ଦ ଓ ତାଙ୍କର ପୂର୍ବତନ ଜିଲା ପରିଷଦ ସ୍ବାମୀ ପ୍ରବୀଣ ଆନନ୍ଦ ଲାଲୁଙ୍କୁ କିଡ୍‌ନୀ ଦାନ କରିବାକୁ ଆଗେଇ ଆସିଛନ୍ତି।

ସେମାନଙ୍କ ମତରେ ଗତ ୩୦-୩୫ ବର୍ଷ ମଧ୍ୟରେ ଗରିବ, ପଛୁଆ ବର୍ଗ, ଅତି ପଛୁଆ ବର୍ଗ ତଥା ସାଧାରଣ ଲୋକଙ୍କୁ ସାଙ୍ଗରେ ଧରି ଚାଲୁଥିବା ଲାଲୁ ଯାବଦ ଏବେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି। ତେଣୁ ଏହି ସମୟରେ ଆମେ ତାଙ୍କୁ କିଡ୍‌ନୀ ଦାନ କରିବାକୁ ପ୍ରସ୍ତୁତ ଅଛୁ ବୋଲି ପ୍ରିୟଙ୍କା ଓ ପ୍ରବୀଣ କହିଛନ୍ତି। ଯେଉଁ ମୁହୂର୍ତ୍ତରେ କହିଲେ ଆମେ କିଡ୍‌ନୀ ଦାନ କରିବାକୁ ପ୍ରସ୍ତୁତ ଅଛୁ ବୋଲି ପ୍ରକାଶ କରିଛନ୍ତି ଉକ୍ତ ଦମ୍ପତି। ସେମାନଙ୍କ ମତରେ ଦେଶକୁ ଲାଲୁଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି। ସେ ରହିଲେ ହିଁ ବିରୋଧୀ ରହିବେ ବୋଲି କହିଛନ୍ତି ପ୍ରିୟଙ୍କା ଓ ପ୍ରବୀଣ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ନିର୍ବାଚନରେ କଂଗ୍ରେସ ପାଇଁ ପିକେ ଭରସା, ପ୍ରସ୍ତୁତ ହେବ ସ୍ବତନ୍ତ୍ର ରଣନୀତି…

ନୂଆଦିଲ୍ଲୀ,୮।୯: ନିର୍ବାଚନ ରଣନୀତିଜ୍ଞ ଭାବରେ ପରିଚିତି ହାସଲ କରିଥିବା ପ୍ରଶାନ୍ତ କିଶୋର(ପିକେ)ଙ୍କୁ କଂଗ୍ରେସରେ ସାମିଲ କରିବା ପାଇଁ ଦଳରେ ଆଲୋଚନା ଚାଲିଛି। ୨୦୨୪ ନିର୍ବାଚନରେ କଂଗ୍ରେସ...

ପ୍ରେମିକ ସହ ଫେରାର ହୋଇଗଲେ ଝିଅ, ଜିଅଁନ୍ତା ଶୁଦ୍ଧି ହେଲେ ପରିବାର ଲୋକେ

ପାଟ୍‌ନା,୫ା୭: ବିହାରରେ ପୁଣିଥରେ ଜଣେ ଝିଅକୁ ତାଙ୍କ ପରିବାର ଲୋକେ ଜିଅଁନ୍ତା ଶୁଦ୍ଧି ହୋଇଛନ୍ତି। ଏଥିପାଇଁ ପ୍ରଥମେ ତାଙ୍କର କୋକେଇ ସଜାଯାଇଥିଲା। ପରେ ଅନ୍ତିମ ସଂସ୍କାର...

ସାବଧାନ! ବଜାରରେ ମିଳୁଛି କ୍ୟାନସର ରୋଗର ନକଲି ଇଞ୍ଜେକ୍‌ସନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୮ା୯: କ୍ୟାନସର ରୋଗର ନକଲି ଇଞ୍ଜେକ୍ସନ ବିଷୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ସତର୍କତା ପରେ ଭାରତ ମଧ୍ୟ ଏହାର କଠୋରତା ବୃଦ୍ଧି କରିଛି। ବିଶ୍ୱ ସ୍ବାସ୍ଥ୍ୟ...

ନେତାମାନଙ୍କୁ ବାଟକୁ ଆଣିବା ପାଇଁ ଆବଦ୍ଧାବସ୍ଥାରେ କଶ୍ମୀର ହାଜତରେ: ଚାପୁଡ଼ା, ଗୋଇଠା ଓ ମୂଷା

ଶ୍ରୀନଗର,୩ା୧୨: ଜମ୍ମୁ ଓ କଶ୍ମୀର ସ୍ବାୟତ୍ତତା ହରାଇବାର ଦୁଇ ସପ୍ତାହ ପରେ ରାଜଧାନୀ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଆସୁଥିବା ୧୫୦ ବର୍ଷ ପୁରୁଣା ଷାଣ୍ମାସିକ ପରମ୍ପରାର ଉଚ୍ଛେଦ...

କେରଳ ବିଧାନସଭା ବାଚସ୍ପତିଙ୍କ ବିରୋଧରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ…

ଥିରୁଭାନନ୍ତପୁରମ୍‌,୨୫।୭ : ମଙ୍ଗଳବାର ଭାଜପା ଓ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କେରଳ ବିଧାନସଭା ବାଚସ୍ପତି ଏଏନ ଶାମସିରଙ୍କ ବିରୋଧରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନିତ କରିଥିବା...

ପଟିଆଲାରୁ ନିର୍ବାଚନ ଲଢିବେ କ୍ୟାପଟେନ

ଚଣ୍ଡିଗଡ଼,୨୧ ।୧୧: ପଞ୍ଜାବରେ ଲାଗି ରହିଥିବା ରାଜନୈତିକ ଟଣାଭିଡା ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଟିଆଲାରୁ ୨୦୨୨ ବିଧାନସଭା ନିର୍ବାଚନ ଲଢିବେ ବୋଲି...

କୋର୍ଟ ବହୁତ ଭଲ କାମ କରୁଛି ଯାହା ନଜରକୁ ଆସୁନାହିଁ: ସିଜେଆଇ

ନୂଆଦିଲ୍ଲୀ,୧।୭: ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଥିବା ସିଜେଆଇ ହିଓ୍ବାଇ ଚନ୍ଦ୍ରଚୁଡ ଶ୍ରୀନଗରରେ ୧୯ତମ ଆଇନ ସେବା ପ୍ରାଧିକରଣ ବୈଠକରେ ଉଦଘାଟନୀ ଭାଷଣ ଦେଇଛନ୍ତି। ଏହି ସମୟରେ...

ଚାଇନା ନିର୍ମିତ ପାକିସ୍ତାନୀ ଡ୍ରୋନକୁ ଗୁଳି ଖସାଇଲେ ବିଏସଏଫ ଯବାନ, ୪ ପ୍ୟାକେଟ ହେରୋଇନ ଜବତ…

ଗୁରୁଦାସପୁର,୧୯।୨ : ପଞ୍ଜାବର ଗୁରୁଦାସପୁରରେ ବିଏସଏଫ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛନ୍ତି। ଏଥିରୁ ୪ ପ୍ୟାକେଟ ହେରୋଇନ ଜବତ କରାଯାଇଇଛି। ଶନିବାର...

Advertisement
Archives

Model This Week