ଲାଞ୍ଚ ମାମଲା: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୨ ବର୍ଷ ଜେଲ

ଫୁଲବାଣୀ ଅଫିସ,୩୦ା୧୦: ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଭଗବାନ ପ୍ରଧାନ ଏକ ଲାଞ୍ଚ ମାମଲାର ବିଚାର କରି ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଗୁଟିଙ୍ଗିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଧୀନ୍ଦ୍ର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟେ ୬ ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି।
୨୦୧୫ ମସିହାରେ ଗୁଟିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଗୁଡ୍ରିପଡି ଗ୍ରାମ ପର୍ଯ୍ୟନ୍ତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏକ ମାଟିରାସ୍ତା ନିର୍ମାଣ ହୋଇଥିଲା। ମଷ୍ଟରରୋଲ ଜରିଆରେ ଉକ୍ତ କାମର ବିଲ୍‌ କରାଯାଇ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ା ବଳକା ୫୦ ହଜାର ଟଙ୍କାର ମଷ୍ଟରରୋଲ ପ୍ରସ୍ତୁତ କରିବା ପାଇଁ ଗାଁସାଥୀ କୁବେର ପ୍ରଧାନ ୨୦୧୫ ଅକ୍ଟୋବର ୮ ତାରିଖରେ ନିର୍ବାହୀ ଅଧିକାରୀ ସୁଧୀନ୍ଦ୍ରଙ୍କ ପାଖକୁ ଯାଇଥିଲେ ା ସେ ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ା ଏ ନେଇ କୁବେର ଫୁଲବାଣୀସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ନଂ.୪୮/୨୦୧୫ ରୁଜୁ କରାଯାଇଥିଲା। ଉକ୍ତ ଦିନ ସନ୍ଧ୍ୟାରେ ଯୋଜନା ପ୍ରକାରେ କୁବେର ପଞ୍ଚାୟତ କାର୍ଯ୍ୟାଳୟରେ ସୁଧୀନ୍ଦ୍ରଙ୍କୁ ୧୦ ହଜାର ଟଙ୍କା ଦେବାବେଳେ ଭିଜିଲାନ୍ସ କର୍ମଚାରୀମାନେ ପହଞ୍ଚି ଉକ୍ତ ଟଙ୍କା ଜବତ କରିଥିଲେ। ସୁଧୀନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ା ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ସୁରେଶ କୁମାର ମହାପାତ୍ର ମାମଲା ପରିଚାଳନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

ନାବାଳିକାଙ୍କୁ ଅସଦାଚରଣ: କୋର୍ଟଙ୍କ ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୮ା୫(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୮ରେ ସୋରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ହୋଇଥିବା ଅସଦାଚରଣ ମାମଲାର ଶୁଣାଣି ହୋଇଛି। ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ଜଜ୍‌ ରୋହିତ ଲାଲ…

ଅନ୍ତେବାସୀଙ୍କୁ ଘର କାମରେ ଲଗାଇବା ପଡ଼ିଲା ମହଙ୍ଗା

ଚକାପାଦ,୧୮ା୫(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ର ବପଲମେଣ୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଟ୍ରୋନ ସୁଜାତା ସାହୁଙ୍କୁ ଜିଲାପାଳ ବେଦଭୂଷଣ ତୁମୁଡ଼ିବନ୍ଧ ରାଙ୍ଗାପାରୁ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ…

ପେଟ୍ରୋଲ ପମ୍ପ ଯାଞ୍ଚ କରି ବଡ଼ ସୂଚନା ଦେଲେ ଜିଲାପାଳ, ଜନସାଧାରଣଙ୍କୁ କହିଲେ…

ବଲାଙ୍ଗୀର,୧୮।୫: (ସୁନିଲ କୁମାର ମହାନ୍ତି) : ସୋମବାର ଜିଲାପାଳ ଗୌରୱ ଶିୱାଜୀ ଇସଲୱାର ଓ ପାଟଣାଗଡ ଉପଜିଲାପାଳ ସୁନୀଲ କୁମାର ମେହେର ବେଲପଡାର ବିଭିନ୍ନ ପେଟ୍ରୋଲ ପମ୍ପରେ…

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ: ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆସିଲା ବଡ଼ ରାୟ

ପାରଳାଖେମୁଣ୍ଡି, ୧୮।୦୫ (ଗିରିଧାରୀ ପରିଛା): ଗଜପତି ଜିଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ୨୦୨୩ ମସିହାର ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି…

ଜମିକୁ ପହଞ୍ଚି ପାରୁନି ଡ୍ୟାମ୍‌ ପାଣି: ବିଧାୟକଙ୍କୁ ଦାବିପତ୍ର ଦେଲେ ୪ ଗାଁର ଚାଷୀ

ଖଡ଼ିଆଳ,୧୮ା୫ (ସୁଜିତ କୁମାର ପ୍ରଧାନ): ଦୀପ ତଳ ଅନ୍ଧାର ଭଳି ତିଖାଲି ଡ୍ୟାମ୍‌ର ନାକ ତଳେ ଥିବା ଖଡ଼ିଆଳ ବ୍ଲକର ୪ ଗ୍ରାମର ଜମିକୁ ପାଣି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri