Posted inଜାତୀୟ

ଲାଞ୍ଚ ନ ମିଳିବାରୁ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ହେଲା ୧୦୪ ବର୍ଷ

ବରେଲୀ,୨୧।୧: ଲାଞ୍ଚ ନ ମିଳିବାରୁ ଜଣେ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ୧୦୪ ବର୍ଷ କରାଯାଇଛି। ଉତ୍ତରପ୍ରଦେଶ ବରେଲୀର ଏକ ଅଦାଲତ ଏହି ମାମଲାରେ ଅଭିଯୁକ୍ତ ଗ୍ରାମ ବିକାଶ ଅଧିକାରୀ ଏବଂ ଗ୍ରାମ ପ୍ରଧାନଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଶାହଜାହାଁପୁର ଅଞ୍ଚଳର ବେଲା ଗାଁର ପଓ୍ବନ କୁମାର ତାଙ୍କର ୪ ବର୍ଷର ପୁତୁରା ଶୁଭ ଏବଂ ୨ ବର୍ଷ ବୟସ୍କ ପୁତୁରା ସଙ୍କେତଙ୍କ ଜନ୍ମ ପ୍ରମାଣ ପତ୍ର ପାଇଁ ଅନ୍‌ ଲାଇନ୍‌ରେ ଆବେଦନ କରିଥିଲେ। ତେବେ ଏନେଇ ଗ୍ରାମ ବିକାଶ ଅଧିକାରୀ ସୁଶୀଲ ଚନ୍ଦ୍ର ଅଗ୍ନିହୋତ୍ରୀ ପଓ୍ବନଙ୍କୁୁ ୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନ ମିଳିବାରୁ ଶୁଭଙ୍କର ଜନ୍ମ ତାରିଖ ୨୦୧୬ ଜୁନ୍‌ ୧୩ ପରିବର୍ତ୍ତେ ୧୯୧୬ ଜୁନ୍‌ ୧୩ ଲେଖିଥିଲେ। ସେହିପରି ସଙ୍କେତଙ୍କର ଜନ୍ମ ୨୦୧୮ ଜାନୁୟାରୀ ୬ ବଦଳରେ ୧୯୧୮ ଜାନୁୟାରୀ ୬ ଲେଖିଥିଲେ। ଫଳରେ ଶୁଙଙ୍କର ବୟସ ୧୦୪ ଏବଂ ସଙ୍କେତଙ୍କର ବୟସ ୧୦୨ ବର୍ଷ ହୋଇଯାଇଥିଲା। ଏନେଇ ପଓ୍ବନ ଅଦାଲତର ସହାୟତା ନେଇଥିଲେ। ୨୦୨୦ ଜାନୁୟାରୀ ୧୭ରେ ଅଦାଲତ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟ କାର୍ଯ୍ୟାନୁଷ୍ଠାନ ପାଇଁ ବରେଲୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୪।୨: ନିଟ୍‌ ପିଜି ପରୀକ୍ଷାକୁ ନେଇ ସରକାର ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିଟ୍‌ ପିଜି...

୨୪ ଘଣ୍ଟାରେ ଦେଶରେ ୧,୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ: ମୃତକଙ୍କ ସଂଖ୍ୟା ୫ଶହ ଟପିଲା

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ନେଇ ଗୋଟିଏ ପଟେ ଦେଶର ଲକ୍‌ଡାଉନ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହଠାତ୍‌ ବୃଦ୍ଧି...

ଯୋଗୀଙ୍କ ସହ ଲଢ଼ିବେ ଚନ୍ଦ୍ରଶେଖର…

ଲକ୍ଷ୍ନୌ, ୧୯।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଗୋରଖପୁର ଆସନରେ ଆଜାଦ୍‌ ସମାଜ ପାର୍ଟି ପ୍ରମୁଖ ଚନ୍ଦ୍ରଶେଖର ଅଜାଦ୍‌ ପ୍ରତିଦ୍ୱନ୍ଦ୍ୱିତା...

ଭଗବାନ ରାମଙ୍କ ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନ କରିବେ ୟୁପି ସରକାର

ଲକ୍ଷ୍ନୌ,୨୩।୭: ଉତ୍ତର ପ୍ରଦେଶ ସରକାର ଭଗବାନ ରାମଙ୍କର ଏକ ୨୫୧ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଅଯୋଧ୍ୟାରେ ଏହା ସ୍ଥାପନ...

ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପି.ଟି. ଉଷା

ନୂଆଦିଲ୍ଲୀ,୩।୫: ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା ବୁଧବାର ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କୁ ଭେଟିଛନ୍ତି। ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନଙ୍କ ଉପରେ...

ନୀତୀଶ ସରକାର କରିବେ ଜାତିଗତ ଜନଗଣନା, ସର୍ବ ଦଳୀୟ ବୈଠକ ପରେ ନିଆଯିବ ନିଷ୍ପତ୍ତି

ପାଟନା,୭ ।୧୨: ବିହାରରେ କିଛି ଦିନ ହେବ ଜାତିଗତ ଜନଗଣନାକୁ ନେଇ ରାଜନୀତି ଚାଲିଥିବା ବେଳେ ଏବେ ଏକ ପ୍ରକାର ସ୍ଥିର ହୋଇଯାଇଛି କି ରାଜ୍ୟରେ...

କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରର ନାଁ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର

ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ସରକାର ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଛନ୍ତି। ଏହାକୁ ଓ୍ବାଇଏସ୍‌ଆର୍‌...

କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ ହୋଇ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବେ। ଏନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ ଆମେରିକାର ସେକ୍ରେଟାରୀ...

Advertisement
Archives

Model This Week