ଲାଞ୍ଚ ନେବା ବେଳେ ଧରାପଡ଼ିଲେ ରାଜସ୍ବ ଅଧିକାରୀ

କଟକ ରୋଡ,୧୫ା୧୦(ଡି.ଏନ୍‌.ଏ.): ମ୍ୟୁଟେଶନ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ଅଧିକାରୀ। ସେ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ଦୋଲଣଶାସନ ଗ୍ରାମର ଦେବଦତ୍ତ ମିଶ୍ର। ସୂଚନା ଅନୁଯାୟୀ, ଦେବଦତ୍ତ ତହସିଲ ଅଫିସରେ ରେକର୍ଡ ରୁମ ଦାୟିତ୍ୱରେ ରହିଛନ୍ତି। ଗତ କିଛି ଦିନ ଧରି ସୂର୍ଯ୍ୟକାନ୍ତ ସାହୁ ନାମକ ଜଣେ ବ୍ୟକ୍ତି ୫ଟି ମ୍ୟୁଟେଶନ ପାଇଁ ଆବେଦନ କରିଥିଲେ। ମ୍ୟୁଟେଶନ ଫାଇଲ ପଠାଇବା ପାଇଁ ଦେବଦତ୍ତ ୫ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ସୂର୍ଯ୍ୟକାନ୍ତ ଭିଜଲାନ୍ସ ବିଭାଗର ସହଯୋଗ ଲୋଡିଥିଲେ। ସୋମବାର ପୂର୍ବ ଯୋଜନା ମୁତାବକ ଦେବଦତ୍ତ ତାଙ୍କ ଅଫିସ କୋଠରି ମଧ୍ୟରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଡିଏସପି ଅକ୍ଷୟ ମିଶ୍ର ଓ ସୁଶାନ୍ତ ପାଣିଗ୍ରାହୀଙ୍କ ସହ ଏକ ଟିମ ତାଙ୍କୁ ଧରିଥିଲେ। ଏ ନେଇ ଭିଜିଲାନ୍ସ କାର୍ଯ୍ୟାଳୟରେ ମାମଲା (ନଂ.୪୫/୧୯) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଗଦିରେ ଶୋଉଥିଲେ ITDA ଯନ୍ତ୍ରୀ, ଏତିକି ନଗଦ ଟଙ୍କା ସହ ଗିରଫ କଲା ଭିଜିଲାନ୍ସ

ବାଲିଗୁଡ଼ା,୭ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କୁ…

ଘରେ ଦାଦନ ଖଟିବାକୁ ଯାଉଛି କହି ବାହାରିଥିଲେ ଶବ ହୋଇ ଫେରିଲେ: କାନ୍ଦ ବୋବାଳିରେ ଫାଟିପଡ଼ୁଛି ଗାଁ ଦାଣ୍ଡ

ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମ ପଶ୍ଚିମ ସାହି ର କେଦାର ଜେନା ଙ୍କ ସାନ ପୁଅ ସାଗର…

ଭାରତର ଜନ୍ମହାର ଫିନଲ୍ୟାଣ୍ଡଠାରୁ ମଧ୍ୟ ତଳେ! ୧୦ ବର୍ଷ ମଧ୍ୟରେ ରେକର୍ଡ ହ୍ରାସ; ଚିନ୍ତା ପ୍ରକଟ କଲେ ଏଲୋନ ମସ୍କ

ନୂଆଦିଲ୍ଲୀ,୭।୬: ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ଭାରତର ଜନ୍ମହାର ହ୍ରାସ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସ୍ପେସଏକ୍ସର ସିଇଓ ଏଲୋନ ମସ୍କ କହିଛନ୍ତି…

୯୪୨ ଟଙ୍କା ପାର୍‌ ହେଲା ଘରୋଇ ସିଲିଣ୍ଡର, ଏବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେତେ ଟଙ୍କା ସବସିଡି ପଠାଇବେ ସରକାର?

ନୂଆଦିଲ୍‌ଲୀ,୭।୬: ଘରୋଇ ଏଲପିଜି (LPG) ମୂଲ୍ୟରେ ପରିବର୍ତ୍ତନ କରାଯାଇଛି ଏବଂ ନୂଆ ଦର ରବିବାର, ୭ ଜୁନରୁ ଲାଗୁ ହୋଇଯାଇଛି। ସିଲିଣ୍ଡର ପିଛା ୨୯ ଟଙ୍କାର ସାମ୍ପ୍ରତିକ…

ବିଲରେ ଚରୁଥିବାବେଳେ ମଇଁଷିପଲଙ୍କ ଉପରେ ବଜ୍ରପାତ, ଚାଲିଗଲା ଜଗୁଆଳଙ୍କ ସହ…

ମହାକାଳପଡ଼ା,୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ପଞ୍ଚାୟତ ଘୋଡ଼ାବନ୍ଧ ଗ୍ରାମରେ ଶନିବାର ଅପରାହ୍ନରେ ମଇଁଷିପଲ ଚରୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ…

ପୁଣି ମଧ୍ୟସ୍ଥତା କରିବାକୁ ତେହରାନ ପହଞ୍ଚିଲା ପାକିସ୍ତାନ! ଶେହବାଜ-ମୁନିର ପଠାଇଛନ୍ତି ବାର୍ତ୍ତା

ତେହରାନ,୭।୬: ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ପୁଣି ଥରେ ତେହରାନରେ ପହଞ୍ଚିଛନ୍ତି। ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବାର୍ତ୍ତା ଦେବା…

ବାଘଛାଲ କିଣାବିକା ନେଇ ଚାଲିଥିଲା ଡିଲ୍‌ ମାଡ଼ିବସିଲା ପୋଲିସ: ଛାଲ ଜବତ, ୮ ଗିରଫ

କଲ୍ୟାଣସିଂହପୁର,୭।୬ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ରେଞ୍ଜ ଅଧୀନ ରିଭଲକଣାରେ ବାଘଛାଲ କିଣାବିକା ନେଇ ଡିଲ୍‌ ଚାଲିଥିବାବେଳେ ବନ ବିଭାଗ ସେଠାରେ ପହଞ୍ଚତ୍ ତାହାକୁ…

LPG ପରେ ବଢିଲା କି ପେଟ୍ରୋଲ ଦର? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୬: ଦେଶରେ ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଘରୋଇ ଏଲପିଜି (LPG) ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରାଯାଇଛି। ଅନ୍ୟପଟେ, ପେଟ୍ରୋଲ ଏବଂ ଡିଜେଲ ଦରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri