ଲାଞ୍ଚ ନେଇ ଧରାପଡ଼ିଲେ ଜୁନିୟର ଇଞ୍ଜିନିୟର

କେନ୍ଦୁଝର/ପାଟଣା, ୨୨।୭ (ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଜୁନିୟର ଇଞ୍ଜିନିୟର ବିଭୂତି ଭୂଷଣ ପ୍ରଧାନ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଖବରରୁ ପ୍ରକାଶ ଯେ, ଠିକାଦାର ହେମନ୍ତ ମହାନ୍ତଙ୍କଠାରୁ ଏକ କମ୍ୟୁନିଟି ସେଣ୍ଟରର ଫାଇନାଲ ବିଲ୍‌ କରିବା ପାଇଁ ଜେଇ ୭ ହଜାର ୫୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଭୂତିଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ସୋମବାର ହାଜିର କରାଇଛି। ଆଜିର ଏହି ଚଢ଼ାଉରେ କେନ୍ଦୁଝର ଭିଜିଲାନ୍ସ ଡିଏସ୍‌ପି ଦେବଦତ୍ତ ସେଠ୍‌ଙ୍କ ନେତୃତ୍ୱରେ ଭଦ୍ରକ ଡିିଏସ୍‌ପି କେନ୍ଦୁଝର ଭିଜିଲାନ୍ସ ଇନ୍ସପେକ୍ଟର, ବାରିପଦା ଇନ୍ସପେକ୍ଟର, କେନ୍ଦୁଝର ଭିଜିଲାନ୍ସ କର୍ମଚାରୀ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରି ଏନ୍‌ଏସି ଶଟ୍‌ଡାଉନ୍‌

ସଜନାଗଡ଼,୭ା୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଏନ୍‌ଏସିକୁ ଶଟଡାଉନ ଘୋଷଣା କରାଯାଇଛି। ଗୁରୁବାର ରାତି ୧୨ଟାରୁ ମଙ୍ଗଳବାର ପୂର୍ବାହ୍ନ ୫ଟା...

ଟ୍ରକ ଧକ୍କାରେ ନିର୍ବାହୀ ଅଧିକାରୀ ଗୁରୁତର: ଥାନାରେ ଘଣ୍ଟାଏ ଅପେକ୍ଷା କରି ଫେରିଲେ ବିଡିଓ

ଖଇରା, ୧୧ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ଜଣେ କର୍ମଚାରୀ ଟ୍ରକ ଧକ୍କାରେ ଗୁରୁତର ହେବା ଏବଂ ସମ୍ପୃକ୍ତ ଟ୍ରକ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଯାଇଥିବା...

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ଝୁମ୍ପୁରା, ୯।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅଞ୍ଚଳରେ ରବିବାର ମଧ୍ୟାହ୍ନରେ ବଜ୍ରପାତରେ ବ୍ରହ୍ମାନନ୍ଦ ନାଏକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ବାରିଆ...

ଶ୍ୱଶୂରଘର ଲୋକେ ମୁମୂର୍ଷୁ ଅବସ୍ଥାରେ ଛାଡ଼ି ଯାଇଥିବା ଜ୍ୱାଇଁଙ୍କ ମୃତ୍ୟୁ: ପୋଲିସ ମାଡ଼ରେ ମୃତ୍ୟୁ ଘଟିଥିବା କହିଲେ ସ୍ତ୍ରୀ

ଆନନ୍ଦପୁର,୧୭। ୭(ସ୍ବ.ପ୍ର.)- ସୋମବାର ରାତିରେ ଶ୍ୱଶୁରଘର ଲୋକେ ଜ୍ୱାଇଁଙ୍କୁ ମୁମୂର୍ଷୁ ଅବସ୍ଥାରେ ଆଣି ଘରେ ଛାଡ଼ିଯିବାପରେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଆନନ୍ଦପୁର...

ନୂଆ ଓପିଡି ଖୋଲିବାକୁ ଅପେକ୍ଷା

ବାଲେଶ୍ୱର ଅଫିସ,୨୩ ।୧୧ ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ଓପିଡି ସେବା ପାଇଁ ନିର୍ମାଣାଧୀନ କୋଠା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା...

କ୍ବାରାଣ୍ଟାଇନ କେନ୍ଦ୍ରରେ ଯୁବକଙ୍କୁ ସାପ କାମୁଡିଲା

ସଜନାଗଡ, ୧୮ା୫(ଡି.ଏନ.ଏ.)-ବାଲେଶର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ସେବାଶ୍ରମ କ୍ବାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ତେଲିପାଳ ପଞ୍ଚାୟତ ବାସିନ୍ଦା ତେଲେଙ୍ଗାନା ଫେରନ୍ତା କୃଷ୍ଣ ରାଉତ (୨୨)...

ପ୍ରଜ୍ଞାଙ୍କୁ ବ୍ରୋଞ୍ଜ ପଦକ

ବାଲିଆପାଳ,୫।୧(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଦାନନ୍ଦପୁର ପଞ୍ଚାୟତ ଟିକରପଡ଼ା ଗ୍ରାମର ପାର୍ଥ ସାରଥି ସାହୁଙ୍କ ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁ ମାଙ୍ଗାଲୋର ଠାରେ ଅନୁଷ୍ଠିତ...

ହାତୀପଲ ଗାଁମୁହାଁ, ଗ୍ରାମବାସୀ ଭୟଭୀତ

ସଜନାଗଡ଼,୪ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଥିବା କୁଲଡିହା ଅଭୟାରଣ୍ୟର ହାତୀପଲ ଗାଁମୁହାଁ ହୋଇଥିବାବେଳେ ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜିଯାଇଛି। ଅଭୟାରଣ୍ୟ ପାଦଦେଶରେ ଥିବା ତିନିକୋଶିଆ...

Advertisement


Archives

Model This Week