ଲାଗିଛି ନିମ୍ନମାନର ଡଷ୍ଟବିନ୍‌ ଷ୍ଟାଣ୍ଡ

କାଶୀନଗର,୨୪ା୨(ଡି.ଏନ୍‌.ଏ.) ଗଜପତି ଜିଲା କାଶୀନଗର ଏନ୍‌ଏସିରେ ସଫେଇ କାର୍ଯ୍ୟ ବନ୍ଦ ରହିଥିବା ଯୋଗୁ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି। ଏଥିପାଇଁ ଅଞ୍ଚଳରେ ଘୁଷୁରିଙ୍କ ଉପଦ୍ରବ ପୁଣି ବଢ଼ିଛି। ତେବେ ଲୋକେ ଅଳିଆ ଆବର୍ଜନା ବାହାରେ ନ ଫୋପାଡ଼ି ଡଷ୍ଟବିନ୍‌ରେ ପକାଇବା ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ଡଷ୍ଟବିନ୍‌ ସ୍ଥାପନ ପାଇଁ ଷ୍ଟାଣ୍ଡ ପୋତାଯାଉଥିବାବେଳେ ଏଥିରେ ଡଷ୍ଟବିନ୍‌ଗୁଡ଼ିକ ଝୁଲି ରହିବ ବୋଲି ଏନ୍‌ଏସି ପକ୍ଷରୁ କୁହାଯାଉଛି। ହେଲେ ଏହି ଷ୍ଟାଣ୍ଡଗୁଡ଼ିକ ଅତି ହାଲୁକା ହୋଇଥିବାବେଳେ ଏଗୁଡ଼ିକ ଅଳିଆ ଡଷ୍ଟବିନ୍‌ର ଓଜନ ସମ୍ଭାଳିବା ପାଇଁ ଅନୁପଯୁକ୍ତ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏପରିକି ପ୍ରାୟ ୩ ଇଞ୍ଚ ଖୋଳି ଏହି ଷ୍ଟାଣ୍ଡ ପୋତି ନିମ୍ନମାନର କାମ କରାଯାଉଥିବା ସେମାନେ କହିଛନ୍ତି। ଏ ବିଷୟରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଏବିଡିଓ ରାଜେନ୍ଦ୍ର ପ୍ରସାଦ ପଣ୍ଡା କହିଛନ୍ତି, ଯଦି ଲୋକେ ଅଭିଯୋଗ କରୁଛନ୍ତି ତେବେ କାମ ଠିକ୍‌ାଭାବେ ହେଉଛି କି ନାହିଁ ଦିନେ ଦୁଇଦିନ ମଧ୍ୟରେ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେହିପରି ୧୧ନମ୍ବର ଓ୍ବାର୍ଡ ଷ୍ଟେଟ୍‌ବ୍ୟାଙ୍କ୍‌ ଛକ ସାହିରେ ପୂର୍ବରୁ ଡଷ୍ଟବିନ୍‌ ନ ଥିବାବେଳେ ଏବେ ମଧ୍ୟ ନାହିଁ। ଫଳରେ ଲୋକେ ଏନ୍‌ଏସି କାର୍ଯ୍ୟାଳୟକୁ ଯାଇ ଏ ନେଇ ଜଣାଇଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। ଡଷ୍ଟବିନ୍‌ କାହିଁକି ମିଳିବନି ବୋଲି ପଚାରିଲେ କମ୍ପ୍ୟୁଟର୍‌ ପ୍ରୋଗ୍ରାମର୍‌ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରି କହିବି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହୁଛନ୍ତି। ତେବେ ସ୍ବଚ୍ଛତା ତଥା ବିକାଶମୂଳକ କାର୍ଯ୍ୟରେ କମ୍ପ୍ୟୁଟର ପ୍ରୋଗ୍ରାମର୍‌ଙ୍କ ସମ୍ପର୍କ କ’ଣ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏନ୍‌ଏସି ଏବେ ସିଧାସଳଖ ପ୍ରଶାସନ ଅଧୀନରେ ରହିଥିବାବେଳେ ଏଭଳି କାର୍ଯ୍ୟ ନେଇ ଦୃଷ୍ଟି ଦେବା ସହ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତଥ୍ୟ ସର୍ବଜନୀକରଣର ଭୂମିକା ଶୀର୍ଷକ କର୍ମଶାଳା: ପ୍ରଦୂଷଣ କମ୍‌ କର, ରେଟିଂ ନିଅ

ଅନୁଗୋଳ ଅଫିସ, ୧୦।୭-ଅନୁଗୋଳ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରେ ‘ପରିବେଶ ପାରଦର୍ଶିତା ବୃଦ୍ଧି କରିବାରେ ତଥ୍ୟ ସର୍ବଜନୀକରଣର ଭୂମିକା’ ଶୀର୍ଷକ ଏକ କର୍ମଶାଳା ମଙ୍ଗଳବାର...

କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ: ଯୋଡ଼ା ଅଞ୍ଚଳରେ ଚାପା ଉତ୍ତେଜନା

ଯୋଡ଼ା, ୨୯।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗରେ ଅବସ୍ଥିତ ଟାଟାଷ୍ଟିଲ କମ୍ପାନୀର ଫେରୋ ମାଙ୍ଗାନିଜ୍‌ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ...

ବିଚାରପତିଙ୍କ ସନ୍ଦିଗ୍ଧ ଚରିତ୍ର ବିପଜ୍ଜନକ

କଟକ ଅଫିସ,୨୩।୩: ଜଣେ ବିଚାରପତିଙ୍କ ଆଇନଗତ ଜ୍ଞାନ ଯଥେଷ୍ଟ ରହିଥିଲେ ସୁଦ୍ଧା ଯଦି ତାଙ୍କଠାରେ ସଚ୍ଚୋଟତା ବା ସାଧୁତାର ଅଭାବ ରହିବ ଏବଂ ତାଙ୍କ ଚରିତ୍ର...

ଉଦ୍‌ଯାପିତ ହେଲା ନୟାଗଡ଼ ଜିଲା ମହୋତ୍ସବ

ନୟାଗଡ଼ ଅଫିସ,୨୯।୧୨- ୫ ଦିନ ଧରି ସ୍ଥାନୀୟ ଖେଳପଡ଼ିଆରେ ଚାଲି ଆସୁଥିବା ନୟାଗଡ଼ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୧୯ର ଶନିବାର ଉଦ୍‌ଯାପିତ ହୋଇଛି।...

ଲଙ୍କାଗଡରେ ମାଓବାଦୀ ପୋଷ୍ଟର: ପୋଲିସ ଇନ୍‌ଫର୍ମରଙ୍କୁ ଚେତାବନୀ

ବାଲିଗୁଡା,୧୭ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଲଙ୍କାଗଡ଼ ପଞ୍ଚାୟତର ବିଭିନ୍ନ ଗଁାରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। କେକେବିଏନ ମାଓବାଦୀ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର...

ପୋଲିସ ଉପସ୍ଥିତିରେ ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ

ନିଶ୍ଚିନ୍ତକୋଇଲି, ୨୩ା୫(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ତହସିଲରେ ଶନିବାର ବେଆଇନ୍‌ ବାଲି ବୋଝେଇ ଗାଡ଼ି ଉପରେ ଚଢ଼ାଉବେଳେ ଜଣେ ରାଜସ୍ବ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା।...

ଖଣି କାରବାର ମାମଲା: ଅଭିଯୁକ୍ତ ଦିଲୁ ଯାଜପୁରରୁ ଗିରଫ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଖୋର୍ଦ୍ଧାରେ ଗତ କିଛିଦିନ ହେଲା ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ ଜାରି ରହିଥିବାବେଳେ ଜଣକ ପରେ ଜଣେ ଖଣି ମାଫିଆ ଧରାପଡ଼ୁଛନ୍ତି। ୧୫ଦିନ ତଳେ...

‘ସାରର କୃତ୍ରିମ ଅଭାବ ହେବାକୁ ଦିଅନାହିଁ’

ଜଗତ୍‌ସିଂହପୁର ଅଫିସ, ୧୭।୭: ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା। ଏଠାରେ ଉର୍ବର ମାଟି ଓ ଜଳସେଚନ ସୁବିଧା ରହିଛି। କେବଳ ଚାଷୀଙ୍କୁ ସଚେତନ ଓ...

Advertisement
Archives

Model This Week