ଲାଇବ୍ରେରି ବହି କିଣା ପାଇଁ ଚାଲିଛି ଷଡ଼ଯନ୍ତ୍ର

ଜଗତ୍‌ସିଂହପୁର ଅଫିସ, ୨୨ା୮: ବିଦ୍ୟାଳୟ ଲାଇବ୍ରେରି ପାଇଁ ବହି କିଣା ବାବଦରେ ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି। ଏଥିରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ପସନ୍ଦର ବହି କିଣି ରଖିପାରିବେ। ଯଦ୍ଦ୍ବାରା ଛାତ୍ରୀଛାତ୍ରଙ୍କୁ ବହୁ ଶିକ୍ଷଣୀୟ ପୁସ୍ତକ ସହଜରେ ପଠନ ପାଇଁ ସୁଯୋଗ ମିଳିବ। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲାକୁ ପାଖାପାଖି ୬୦ ଲକ୍ଷ ଟଙ୍କା ମିଳିଛି। ଅନୁଦାନ ରାଶି ମଧ୍ୟ ବିଦ୍ୟାଳୟ ଆକାଉଣ୍ଟକୁ ପଠାଇ ଦିଆଯାଇଛି। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ବହି ନ କିଣିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି। କେତେଜଣ ପୁସ୍ତକ ପ୍ରକାଶକଙ୍କ ସହ ବୁଝାମଣା କରାଯାଇ ପ୍ରତି ବ୍ଲକ ପଏଣ୍ଟରେ ପୁସ୍ତକ ଗଚ୍ଛିତ ରଖାଯାଇଥିବା କୁହାଯାଉଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଚେକ୍‌ ଦେଇ ସେମାନଙ୍କ ଲାଇବ୍ରେରି ପାଇଁ ବହି ନେବାକୁ ଚାପ ପ୍ରୟୋଗ କରାଯାଉଛି। ତେବେ କାହିଁକି ଏଭଳି ଚାପ ପଡୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ପ୍ରକାଶକ ଏ ବାବଦରେ କୁଆଡେ ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକଙ୍କୁ କମିଶନ ଦେବେ। ଯେଉଁ କାରଣରୁ କେତେକ ସିଆର୍‌ସିସି, ବିଆର୍‌ସିସି ଆଦି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ବୁଝାଇଛନ୍ତି। ଯଦିଓ ଏ କଥାରେ ଅନେକ ବିଦ୍ୟାଳୟ କର୍ତ୍ତୃପକ୍ଷ ନାରାଜ ହେଉଛନ୍ତି ତଥାପି ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁନାହାନ୍ତି।
ସମଗ୍ର ଶିକ୍ଷା (ପଢେ ଭାରତ ବଢେ ଭାରତ)ରେ ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଲାଇବ୍ରେରୀ ବହି କିଣା ପାଇଁ ଓପେପା (ଓଡ଼ିଶା ପ୍ରାଇମେରୀ ଏଜୁକେଶନ ପ୍ରୋଗ୍ରାମ ଅଥରିଟି)ପକ୍ଷରୁ ୧୮ା୨ା୧୯ରେ ଅନୁଦାନ ଯୋଗାଇ ଦିଆଯାଇଛି। ଏଥିରେ ଉଲ୍ଲେଖ ଅଛି ୧ମରୁ ୮ମ ଓ ୯ମରୁ ୧୦ମ ଶ୍ରେଣୀ ଯାଏ ଥିବା ବିଦ୍ୟାଳୟଗୁଡିକୁ ୬.୯୮୦ ଟଙ୍କା ଲେଖାଏଁ, ୬ଷ୍ଠରୁ ୮ମ ୪,୯୮୦, ୧ମରୁ ୫ମ ୨,୯୮୦, ୬ଷ୍ଠରୁ ଦ୍ୱାଦଶ ୧୧,୯୮୦ ଓ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟଗୁଡିକୁ ୯,୯୮୦ ଟଙ୍କା ଅନୁଦାନ ରାଶି ଯୋଗାଇ ଦିଆଯାଇଛି। ଏହି ଅନୁଯାୟୀ ଜିଲାରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟଗୁଡିକ ପାଇଁ ପାଖାପାଖି ୪୦ ଲକ୍ଷ ଓ ଉଚ୍ଚ ବିଦ୍ୟାଳୟ ବାବଦରେ ପାଖାପାଖି ୨୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ଏହି ବହି କିଣା ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି ଏନ୍‌ସିଇଆର୍‌ଟି, ଏନ୍‌ବିଟି, ରାଜ୍ୟ ସରକାର ପ୍ରକାଶନ (ସଂସ୍କୃତି ବିଭାଗ ଏବଂ ଅନ୍ୟ ବିଭାଗ ଦ୍ୱାରା) ଏବଂ ଏସ୍‌ସିଇଆର୍‌ଟି ପକ୍ଷରୁ ବୟସ ଅନୁସାରେ ପ୍ରକାଶ ପାଉଥିବା ପୁସ୍ତକ କିଣାଯାଇପାରେ। ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ ଇଣ୍ଡିଆର ଶାଖା ଏନ୍‌ସିସିଏଲ୍‌ (ନ୍ୟାଶନାଲ ସେଣ୍ଟର ଫର ଚିଲ୍‌ଡ୍ରେନ୍ସ ଲିଟରେଚର୍‌) ସହାୟତାରେ ବିଦ୍ୟାଳୟଗୁଡିକରେ ରିଡର୍ସ କ୍ଲବ୍‌ ପାଇଁ ପଦକ୍ଷେପ ନିଆଯିବ। ପ୍ରଥମ ବର୍ଷ ଲାଇବ୍ରେରି ଅନୁଦାନରେ କୌଣସି ମାଗାଜିନ୍‌ କିମ୍ବା ଖବରକାଗଜ କିଣାଯାଇ ପାରିବ ନାହିଁ। ବିଦ୍ୟାଳୟ ଟାଇମଟେବୁଲ୍‌ରେ ସପ୍ତାହରେ ୨ଟି ପିରିୟଡ୍‌ ରିଡିଂ ପିରିୟଡ ରଖାଯିବ। ଜଣେ ଶିକ୍ଷକ ଲାଇବ୍ରେରି ବହିର ଅତିରିକ୍ତ ଦାୟିତ୍ୱ ନେବେ। ଅର୍ଥାତ୍‌ ବହି ଦେବା ଓ ନେବା ଦାୟିତ୍ୱ ତୁଲାଇବେ। ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରାଥମିକ ଓ ଜିଲା ଶିକ୍ଷା ଅଧିକାରୀ ଉଚ୍ଚ ବିଦ୍ୟାଳୟଗୁଡିକୁ ଏହି ନିର୍ଦ୍ଦେଶନାମା ପଠାଇଛନ୍ତି। ଏସବୁ ଆଗକୁ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ କହିବ। ପୁସ୍ତକ କିଣିବା ପାଇଁ ବିଦ୍ୟାଳୟ ଆକାଉଣ୍ଟକୁ ଅନୁଦାନ ପଠାଯାଇଥିଲେ ସୁଦ୍ଧା ବାସ୍ତବ ଲକ୍ଷ୍ୟ ପୂରଣ ନେଇ ସନ୍ଦେହ ପ୍ରକାଶ ପାଇଛି। ଏ ସମ୍ପର୍କରେ କେତେଜଣ ଶିକ୍ଷକ ନାମ ଗୋପନ ରଖି କହିଛନ୍ତି, ବିଦ୍ୟାଳୟଗୁଡିକରେ ନିର୍ଦ୍ଧିଷ୍ଟ ପ୍ରକାଶକଙ୍କ ବହି ଯୋଗାଯିବା ସଂକ୍ରାନ୍ତରେ ସିଆର୍‌ସିସି ଓ ବିଆର୍‌ସିସିମାନେ ଉଦ୍ୟମ କରୁଛନ୍ତି। ସେମାନେ ଜିଲା ପ୍ରକଳ୍ପ ସଂଯୋଜକଙ୍କ ନାଁ ନେଇ ଏଭଳି ମନାଉଛନ୍ତି। ବାସ୍ତବରେ ବିଦ୍ୟାଳୟରେ ଯେଉଁସବୁ ବହି ଅଛି ତାକୁ ଛାଡି ଅନ୍ୟ କିଛି ବହି କିଣିବା ପାଇଁ ସେମାନେ ଚିନ୍ତା କରୁଛନ୍ତି। ଏବେ ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ବହି କିଣିଲେ ଲାଇବ୍ରେରିରେ ଥିବା ପୁରୁଣା ବହି ସହ ମିଶିଯିବାର ସମ୍ଭାବନା ରହିଛି। ଏହାସତ୍ତ୍ବେ ସେମାନେ ସିଆର୍‌ସିସି, ବିଆର୍‌ସିସିଙ୍କ କଥାକୁ ଅବମାନନା କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। କାରଣ ଭବିଷ୍ୟତରେ ସେମାନଙ୍କୁ ଟାର୍ଗେଟ୍‌ କରାଯିବାର ଭୟ ରହିଛି। ନିକଟ ଅତୀତରେ ତିର୍ତ୍ତୋଲ ଅଞ୍ଚଳରେ ଅନୌପଚାରିକ ଭାବେ ଏକ ବୈଠକର ଆୟୋଜନ ହୋଇଥିଲା। ଏଥିରେ ବ୍ଲକର ଏକାଧିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ। ସେମାନଙ୍କୁ କୁହାଯାଇଥିଲା ଡିପିସିଙ୍କ ନିଷ୍ପତ୍ତିପ୍ରକାରେ ପ୍ରକାଶକ ବ୍ଲକ ଅଞ୍ଚଳରେ ପୁସ୍ତକ ଗଚ୍ଛିତ କରି ରଖିଛନ୍ତି। କେବଳ ଚେକ୍‌ ଦେଇ ବହି ନେଇଯିବା କଥା। ଏହି ସମୟରେ କେତେଜଣ ପ୍ରଧାନଶିକ୍ଷକ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ ଚାପ ପଡିଥିବା କୁହାଯାଉଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସେମାନେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ବୟସ ଅନୁଯାୟୀ ବହି ଚୟନ କରିବ। ବହି ତାଲିକା ହେଲାପରେ ଜିଲାପାଳଙ୍କ ଅନୁମୋଦନ ପାଇଁ ପଠାଯିବ। ପରେ ବିଦ୍ୟାଳୟକୁ ସେମାନଙ୍କ ପସନ୍ଦର ବହି କିଣିବା ପାଇଁ ପରାମର୍ଶ ଦିଆଯିବ ବୋଲି କୁହାଯାଇଛି। ଏ ସମ୍ପର୍କରେ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନାଙ୍କୁ ପଚାରିବାରୁ ବିଦ୍ୟାଳୟଗୁଡିକୁ ଅନୁଦାନ ରାଶି ପଠାଇ ଦିଆଯାଇଛି। କୌଣସି ପ୍ରକାଶକଙ୍କ ସହ ବୁଝାମଣା ହୋଇନାହିଁ। କେହି ଏପରି ଅଭିଯୋଗ ଆଣୁଥିଲେ ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri