Posted inଫୁରସତ

ଲାଇବ୍ରେରି ଖୋଲିଲେ ଆଫ୍‌ଗାନ ମହିଳା

କାବୁଲ: ଆଫଗାନିସ୍ତାନର ତାଲିବାନ୍‌ ଶାସନରେ ମହିଳାମାନେ ଶିକ୍ଷା ଓ ସାର୍ବଜନୀନ ଜୀବନରୁ ଦୂରେଇ ଯାଇଛନ୍ତି। ନାରୀ ସ୍ବାଧୀନତା ଉପରେ ଅଙ୍କୁଶ ଲାଗିଥିବାରୁ ସେମାନେ ନିଃସଙ୍ଗ ହୋଇପଡ଼ିଛନ୍ତି। ନିଃସଙ୍ଗତା ଦୂର ସହ ଜ୍ଞାନ ଆହରଣ ତଥା ଉଚିତ୍‌ ଢଙ୍ଗରେ ସମୟ ଅତିବାହିତ କରିବା ପାଇଁ ଆଫ୍‌ଗାନର ମହିଳା ଅଧିକାର କର୍ମୀମାନେ ନିଜସ୍ବ ଉଦ୍ୟମରେ କାବୁଲରେ ବୁଧବାର ଏକ ଲାଇବ୍ରେରି ଖୋଲିଛନ୍ତି। ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
୨୦୨୦ ଅଗଷ୍ଟ ୧୫ରେ ଇସ୍‌ଲାମିକ ତାଲିବାନ୍‌ ଆଫଗାନିସ୍ତାନ ଦଖଲ ପରେ ମହିଳାଙ୍କ ସ୍ବାଧୀନତା ଛଡ଼ାଇ ନେଇଥିଲା। ମହିଳାମାନେ ଆପାଦମସ୍ତକ ପୋଷାକ ପରିଧାନ କରି କେବଳ ଜଣେ ପୁରୁଷ ସମ୍ପର୍କୀୟଙ୍କ ସହ ପଦାକୁ ଗୋଡ଼ କାଢ଼ିପାରିବେ ବୋଲି ତାଲିବାନ୍‌ ଫତଓ୍ବା ଜାରି କରିଥିଲା। ତାଲିବାନ୍‌ ଶାସକ ଗତ ମାର୍ଚ୍ଚରେ ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସ୍କୁଲ ଖୋଲାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିଜ ପ୍ରତିଶ୍ରୁତିରୁ ଓହରିଯିବା ପରେ ସବୁ ଉଚ୍ଚ ବିଦ୍ୟାଳୟରେ ତାଲା ଝୁଲୁଛି। ଏସବୁକୁ ଦୃଷ୍ଟିରେ ରଖି କେତେଜଣ ମହିଳା ନିଜସ୍ବ ଉଦ୍ୟମରେ ପାଠାଗାର ଆରମ୍ଭ କରିଛନ୍ତି। ଲାଇବ୍ରେରୀରେ ଉପନ୍ୟାସ, ଛବିଳ ବହି, ରାଜନୀତି, ଅର୍ଥନୀତି, ବିଜ୍ଞାନ ଆଦି ଉପରେ ୧ ହଜାରରୁ ଊର୍ଦ୍ଧ୍ୱ ପୁସ୍ତକ ରହିଛି। ବହିଗୁଡ଼ିକରୁ ଅଧିକାଂଶ ଶିକ୍ଷକ, କବି ଓ ଲେଖକମାନେ କ୍ରିଷ୍ଟାଲ ବାୟାତ୍‌ ଫାଉଣ୍ଡେଶନକୁ ଦାନ କରିଛନ୍ତି। ଆଫ୍‌ଗାନ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ଏହି ସଙ୍ଗଠନର ଅନ୍ୟତମ ସଦସ୍ୟା ତଥା ଲାଇବ୍ରେରି ପ୍ରତିଷ୍ଠାତା ଝୁଲିଆ ପାର୍ସୀ କହିଛନ୍ତି, ଦୁଇଟି ଉଦ୍ଦେଶ୍ୟ ରଖି ଆମେ ପାଠାଗାର ଖୋଲିଛୁ। ପ୍ରଥତଃ ଯେଉଁ ଝିଅମାନେ ସ୍କୁଲ ଯାଇପାରୁନାହାନ୍ତି ସେମାନେ ଏଠାକୁ ଆସି ବିଭିନ୍ନ ବିଷୟରେ ଅଧ୍ୟୟନ କରିପାରିବେ। ଦ୍ୱିତୀୟତଃ ତାଲିବାନ୍‌ ସରକାରର ବର୍ବରତା ଭୟରେ ଚାକିରି ଛାଡ଼ି ଘରେ ବିରକ୍ତିବୋଧ ଅନୁଭବ କରୁଥିବା ମହିଳାମାନେ ମଧ୍ୟ ପଠନର ସୁଯୋଗ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ପାନାମାରେ ଶକ୍ତିଶାଳୀ ଭୂକମ୍ପ, ଭାଙ୍ଗିଲା ୯୦୦ରୁ ଅଧିକ ଘର

ପାନାମା ସିଟି,୧୩।୧୦: ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?