Posted inଫୁରସତ

ନିମିଷକ ମଧ୍ୟରେ ଖାଇବା ଟେବୁଲରେ ପହଞ୍ଚିବ ମେଶିନ ଦୋସା

ଦୋସା ଖାଇଥିବେ ନିଶ୍ଚିତ। ମାତ୍ର ଦୋସା ପ୍ରିଣ୍ଟର ମେଶିନ କେବେ ଦେଖିଛନ୍ତି ନା ଏହା ବିଷୟରେ ଜାଣିଛନ୍ତି? ଯଦି ନା ତେବେ ସୋସିଆଲ ମିଡିଆରେ ଏହି ମେଶିନର ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ନିମିଷକ ମଧ୍ୟରେ ଏହି ମେଶିନ ଜରିଆରେ ଆପଣଙ୍କ ଖାଇବା ଟେବୁଲରେ ପହଞ୍ଚିଯିବ ଗରମାଗରମ ଦୋସା।

ଆଜିର ଯୁଗ ସମ୍ପୂର୍ଣ୍ଣ ଡିଜିଟାଲ କହିବା ଭୁଲ୍‌ ହେବ ନାହିଁ। ଏହି ଟେକ୍ନୋଲୋଜି ଦୁନିଆରେ ସବୁକିଛି ସମ୍ଭବ। ସମସ୍ତ ଆବଶ୍ୟକତା ସଙ୍ଗେ ସଙ୍ଗେ ପୂରଣ ହୋଇଯାଉଛି। ଯେଉଁଥିପାଇଁ କାର୍ଯ୍ୟ ବହୁତ ସହଜ ହୋଇଯାଇଛି। ଏବେ ଏହି ଟେକ୍ନୋଲୋଜିର ଏକ ଭିଡିଓ ଭାଇରାଲ ହେଉଛି। ଅନେକ ଗରମ ଦୋସା ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହାକୁ ପ୍ରସ୍ତୁତ କରିବା ପାଇଁ ଅଧିକ ସମୟ ଦରକାର ପଡ଼େ। ଏବେ ଏମିତି ଏକ ମେଶିନ ଆସିଛି, ଯେଉଁଥିରେ ନିମିଷକ ମଧ୍ୟରେ ଦୋସା ପ୍ରସ୍ତୁତି ହେଉଛି।

ଭିଡିଓରେ ଦେଖିବେ ଏହି ମେଶିନ ମାଧ୍ୟମରେ ପୂରା କାଗଜ ପରି ପତଳା ଦୋସା ତିଆରି କରି ହେଉଛି। ଏଥିପାଇଁ ଆପଣଙ୍କୁ ପ୍ରଥମେ ଏକ ଭଲ ବ୍ୟାଟର୍‌ ପ୍ରସ୍ତୁତ କରିବାକୁ ପଡ଼ିବ। ଏହା ପରେ ଦୋସା ବ୍ୟାଟର୍‌ ମେଶିନ ଦୋସା ପ୍ରିଣ୍ଟିଂ ମେଶିନର ଗୋଟିଏ ପାର୍ଶ୍ୱରେ ଥିବା ପାତ୍ରରେ ରଖିବେ। ବର୍ତ୍ତମାନ ଦୋସାର ଘନତା ପାଇଁ, ମେଶିନରେ ଟାଇମର୍‌ ସେଟ୍‌ କରିବାକୁ ପଡ଼ିବ। ଏହା ପରେ କାଗଜ ପ୍ରିଣ୍ଟ୍‌ ପରି ଦୋସା ବାହାରକୁ ବାହାରି ଆସିବ।

ଭିଡିଓଟି ସାମନ୍ଥା ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଏଥିରେ କ୍ୟାପ୍‌ଶନ ଲେଖାଯାଇଛି ‘ଦୋସା ପ୍ରିଣ୍ଟର୍‌’।  ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧.୧ ମିଲିୟନ ଅର୍ଥାତ୍‌ ୧୦ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ଏଥିରେ ୨୦ ହଜାରରୁ ଅଧିକ ଲାଇକ୍‌ ଆସିଛି। ୟୁଜରମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ: ମୃତକଙ୍କ ପରିଚୟ ମିଳୁନି

ବାଲିଗୁଡା,୪।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ…

ହଠାତ ବିଗିଡ଼ିଗଲା ଉପମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା, ଥାଣେର ହସ୍ପିଟାଲରେ ଭର୍ତ୍ତି

ଥାଣେ,୪।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ହଠାତ ଅସୁସ୍ଥ ହୋଇପଡ଼ିଲେ ଏବଂ ପରେ ତାଙ୍କୁ ଥାଣେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଅନୁସାରେ, ଅତ୍ୟଧିକ ଚାପ…

ଚଳଚଞ୍ଚଳ ଚାଷୀ: ଲଗାଣ ବର୍ଷାରେ ଜମିରେ ବୁଡ଼ିଲା ବିହନ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ):ଲଘୁଚାପଜନିତ ବର୍ଷା ଶୁକ୍ରବାରଠାରୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଛି l ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଚାଷୀକୁଳ l ଯେହେତୁ ଗତ କିଛି ଦିନ ତଳେ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ…

ମହଙ୍ଗା ଔଷଧରୁ ମିଳିବ ଆଶ୍ୱସ୍ତି! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪ା୭: କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର (DPCO), ୨୦୧୩ରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ରୋଗୀମାନଙ୍କୁ ଶସ୍ତାରେ ଔଷଧ ମିଳିବା ସହଜ ହେବ।…

ୱାଟର ସର୍ଭିସ ସେଣ୍ଟରରୁ ଚୋରି ଅଭିଯୋଗ: ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ

ଦାରିଙ୍ଗବାଡି, ୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ର କାରିପାଙ୍ଗା ସାହିର ଏକ ୱାଟର ସର୍ଭିସ ସେଣ୍ଟରରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ।…

ଦିଲ୍ଲୀ ରାଜନୀତିରେ ହଲଚଲ: ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ, ନିର୍ମଳାଙ୍କ ହାତକୁ ଯାଇପାରେ ଶିକ୍ଷା ବିଭାଗ!

ନୂଆଦିଲ୍ଲୀ,୪ା୭:  ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଦଳୀୟ ମହଲରେ ଶୁଣିବାକୁ ମିଳୁଛି । ଗତ କିଛି ଦିନ ହେଲା ଦିଲ୍ଲୀରେ…

‘ଭୀଷଣ ପାଣିପାଗ’ ସଙ୍କଟ ବଢ଼ିବ: ଡବ୍ଲ୍ୟୁଏମ୍‌ଓର ଚେତାବନୀ ଜାରି

ନୂଆଦିଲ୍ଲୀ,୪ା୭(ପି.ଟି.)ପ୍ରଶାନ୍ତ ମହସାଗର ଉପରିଭାଗରେ ସୃଷ୍ଟ ଏଲ୍‌ ନିନୋ ସ୍ଥିତି ଆଗାମୀ ମାସରେ ଦ୍ରୁତ ବେଗରେ ଶକ୍ତିଶାଳୀ ହେବା ଆଶଙ୍କା କରାଯାଉଛି। ଫଳରେ ଏହା ବିଶ୍ୱର ବିଭିନ୍ନ ଭାଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri