Posted inଖେଳ

ଲର୍ଡସ ଟେଷ୍ଟ: ବର୍ଷା ଯୋଗୁ ପ୍ରଥମ ଦିନ ଧୋଇଗଲା

ଲର୍ଡସ,୧୫।୮(ଏଏଫପି)- ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ଏଠାରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଆଶେସ ଟେଷ୍ଟର ପ୍ରଥମ ଦିନର ଖେଳ ବାତିଲ ହୋଇଛି। କ୍ରମାଗତ ବର୍ଷା କାରଣରୁ ବିନା ଟସ୍‌ ଓ ବଲ୍‌ ପଡିବାରେ ପ୍ରଥମ ଦିନରେ ଖେଳ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଛି। ଦୁଇ ଦଳ ମଧ୍ୟ ସେମାନଙ୍କ ଅନ୍ତିମ ଏକାଦଶ ଘୋଷଣା କରିନାହାନ୍ତି। ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଇଂଲଣ୍ଡ କ୍ୟାପ୍‌ ପ୍ରଦାନ କରାଯାଇଥିଲା। ଫଳରେ ସେ ଏହି ଟେଷ୍ଟରେ ପଦାର୍ପଣ କରିବାର ନିଶ୍ଚିତ ହୋଇଛି। ପ୍ରଥମ ଦିନର ଖେଳ ବାତିଲ ହୋଇଥିବାରୁ ଏବେ ଅବଶିଷ୍ଟ ୪ ଦିନରେ ଅତିରିକ୍ତ ୮ ଓଭର ଲେଖାଏ ଖେଳ ହେବ। ଆଗକୁ ପୁଣି ବର୍ଷା ହେବ ବୋଲି ପୂର୍ବନୁମାନ କରାଯାଇଛି।
ଉଲ୍ଲେଖଥାଉ କି, ଏଜ୍‌ବାଷ୍ଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ୨୫୧ରନରେ ବିଜୟୀ ହୋଇଥିଲା ଓ ୫ ମ୍ୟାଚ୍‌ ବିଶିଷ୍ଟ ଏହି ହାଇପ୍ରୋଫାଇଲ ସିରିଜରେ ୧-୦ରେ ଅଗ୍ରଣୀ ହୋଇଥିଲା। ସ୍ମିଥ ଉଭୟ ଇନିଂସରେ ଶତକ ହାସଲ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟ୍‌କା

ୟୁଏଇ,୧୨।୧୦: ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ବଡ ଝଟ୍‌କା ଲାଗିଛି। ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଏକ...

ପାକିସ୍ତାନ ଅଧିନାୟିକାଙ୍କ ଝିଅ ସହ ଖେଳିଲେ ଟିମ୍‌ ଇଣ୍ଡିଆ ସଦସ୍ୟା

ମାଉଣ୍ଟ ମାଉଙ୍ଗାନୁଇ,୬।୩: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ଦଳ ୧୦୭ ରନ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି। ଦିନିକିଆ କ୍ରିକେଟରେ...

ଲଗାତର ୪ର୍ଥ ପରାଜୟ ପରେ ଏମିତି କହିଲେ ଜାଡେଜା

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ଚେନ୍ନାଇ ସୁପରକିଙ୍ଗ୍ସ ନିଜର ନେତୃତ୍ୱ ପରିବର୍ତ୍ତନ କରିଥିଲା। ଏହାପରଠାରୁ ଦଳ ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ କରିଆସୁଛି। ବର୍ତ୍ତମାନ ଯାଏ ଦଳ ୪...

୮୦ ଫୁଟ ଗଭୀର କୂଅକୁ ୯ବର୍ଷର ଶିଶୁ ଫିଙ୍ଗି ଦେଲେ ଯୁବକ, ୩ ଦିନ ପରେ..

ଫିରୋଜାବାଦ୍‌,୧୦।୨: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ ଏହି ଉକ୍ତିର ଯଥାର୍ଥତା ଉତ୍ତର ପ୍ରଦେଶର ଫିରୋଜାବାଦରେ...

ଟ୍ରେନିଂ କ୍ୟାମ୍ପ ସ୍ଥଗିତ କଲା ଆରସିବି

ନୂଆଦିଲ୍ଲୀ,୧୬।୩- କରୋନା ଭାଇରସର ଭୟବହତା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତା’ର ଟ୍ରେନିଂ କ୍ୟାମ୍ପକୁ ସ୍ଥଗିତ ରଖିଛି। ଏହା...

ସୁଇଜରଲାଣ୍ଡର ବିଜୟୀରେ ଖୁସି ମନାଇପାରି ନ ଥିଲେ ଇମ୍ବୋଲା

କାତାର, ୨୪।୧୧: ବ୍ରିଲ ଇମ୍ବୋଲାଙ୍କ ଗୋଲ ବଳରେ ସୁଇଜରଲାଣ୍ଡ ଚଳିତ ଫିଫା ବିଶ୍ୱକପ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଅନୁଷ୍ଠିତ ଗ୍ରୁପ୍‌ ‘ଜି’...

ଟାର୍ଗେଟ୍‌ ୨୦୦: ଓ୍ବେଷ୍ଟଇଣ୍ଡିଜ ୩୫/୩

ସାଉଥାମ୍ପଟନ, ୧୨।୭- ସ୍ଥାନୀୟ ରୋଜ୍‌ ବାଓଲଠାରେ ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ସାମ୍ନାରେ...

କୋରିଓଗ୍ରାଫର ଧନଶ୍ରୀଙ୍କୁ ବିବାହ କରିବେ ଚହଲ

ନୂଆଦିଲ୍ଲୀ, ୮।୮: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ପ୍ରମୁଖ ସ୍ପିନର ୟୁଜବେନ୍ଦ୍ର ଚହଲ। ସେ ତାଙ୍କ ଜୀବନ...

Advertisement
Archives

Model This Week