ଲମ୍ବା ଧାଡ଼ି ଯୋଗୁ ଚିକିତ୍ସା ପାଇପାରିଲେନି; ଡାକ୍ତର ଦେଖିବା ପୂର୍ବରୁ ଶିଶୁ ମୃତ

ଅନୁଗୋଳ ଅଫିସ, ୧୬।୯: ଗୁରୁତର ଅବସ୍ଥାରେ ରବିବାର ମେଡିକାଲ ଆସିଥିବା ଜଣେ ଦେଢ ବର୍ଷର ଶିଶୁପୁତ୍ର ଚିକିତ୍ସା ପାଇ ନ ପାରିବାରୁ ତାହାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଶିଶୁ କୁଇଓ ଜାମୁନାଳି ଅଞ୍ଚଳର ଶଙ୍କର୍ଷଣ ପ୍ରଧାନଙ୍କ ପୁଅ ସୁମନ ପ୍ରଧାନ ବୋଲି ଜଣାପଡିଛି। ଏହାକୁ ନେଇ କିଛି ସମୟ ମେଡିକାଲ ପରିସରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା।
ଶଙ୍କର୍ଷଣଙ୍କ ଅଭିଯୋଗ ମୁତାବକ, ପୁଅକୁ ଜ୍ୱର ହୋଇଥିବାରୁ ସକାଳ ପ୍ରାୟ ସାଢେ ୮ଟାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଲମ୍ବା ଧାଡ଼ି ଲାଗିଥିବାରୁ ଶିଶୁଟିକୁ ସେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇ ପାରି ନ ଥିଲେ। କାଜୁଆଲିଟି ଓ୍ବାର୍ଡରେ ଥିବା ସୁରକ୍ଷା କର୍ମୀ, ଡାକ୍ତର କର୍ମଚାରୀଙ୍କୁ ସେ ବାରମ୍ବାର ନେହୁରା ହୋଇଥିଲେ ହେଁ କେହି ନ ଶୁଣିବାକୁ ଠିକ୍‌ ସମୟରେ ଶିଶୁଟି ଚିକିତ୍ସା ପାଇପାରି ନ ଥଲା। ପ୍ରାୟ ଦେଢ ଘଣ୍ଟା ଧରି ଲାଇନରେ ଛିଡା ହେବାର ପରେ ଶିଶୁଟିର ମୃତ୍ୟୁ ଘଟିଥିବା ଶଙ୍କର୍ଷଣ ଅଭିଯୋଗ କରିଛନ୍ତି। ଏହା ପରେ ମଧ୍ୟ ଡାକ୍ତରଖାନା କର୍ମଚାରୀ ମୃତ ଶିଶୁର ବ୍ୟବଚ୍ଛେଦ ନ କରି ସେମିତି ମୃତଦେହ ନେଇଯିବାକୁ କହିଥିବା ଶଙ୍କର୍ଷଣ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇଙ୍କୁ ପଚାରିବାରେ କହିଛନ୍ତି, ମୋ ନିକଟକୁ ଏଭଳି କିଛି ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିବା ପରେ ଅନୁଧ୍ୟାନ କରାଯିବ। ଏହା ସତ୍ୟ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ମାଷ୍ଟର ପ୍ଲାନ୍‌ରେ ସହରର ବିକାଶ

ଭଞ୍ଜନଗର,୮।୧୦(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସି ୧୯୫୭ ନଭେମ୍ବର ୧୫ ତାରିଖରେ ରାଜ୍ୟ ସରକାରଙ୍କ ଚିଠି (ନଂ.୪୦୨୫) ପ୍ରକାରେ ଭେଜିପୁଟ ଏବଂ ଗାମୁଣ୍ଡି ଗ୍ରାମର କେତୋଟି...

ଟଙ୍କା ପାଇଁ ତଣ୍ଟି କାଟିଲେ ସାନଭାଇ

ସୋର,୪୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସବିରା ପଞ୍ଚାୟତର ମୁନିସବିରା ଗ୍ରାମର ରଘୁନାଥ ବେହେରା (୩୫) ଓ ତାଙ୍କ ସ୍ତ୍ରୀ ପ୍ରଭାତିଙ୍କୁ ଗଳାକାଟି ହତ୍ୟା...

୨ କାର୍‌, ୫ ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌

କଟକ ଅଫିସ,୧୦ା୧୨: ଜଗତପୁର ଖଇରା ପୋଲ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ୨ କାର୍‌ ଏବଂ ୫ଟି ବାଇକ୍‌ ଉପରେ...

ଧାମନଗର ବ୍ଲକରେ ହେଲା ସାନିଟାଇଜ

ଧାମନଗର,୧୪ା୪(ଡି.ଏନ.ଏ.)-ଧାମନଗର ବ୍ଲକରେ ପ୍ରମୁଖ ବଜାର ଗୁଡିକୁ ଧାମନଗର ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି। ଧାମନଗର ବ୍ଲକ, ଧାମନଗର ବଜାର, ଦୋବଲ, ଧୂଷୁରୀ, ଅସୁରାଳୀ ସମେତ...

ଗଞ୍ଜାମରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ଅଞ୍ଚଳରେ ୫ ଦିନ ଶଟ୍‌ଡାଉନ

ଛତ୍ରପୁର,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ମୁକାବିଲା ପାଇଁ ଗୁରୁବାରଠାରୁ ସମସ୍ତ ସହରାଞ୍ଚଳ, ୫ ବ୍ଲକ ହେଡକ୍ୱାର୍ଟରରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି।...

ଭୋଜି ଖାଇ ଫେରୁଥିବା ବେଳେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ

ଜୁନାଗଡ଼,୩୧।୧(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ମୁଣ୍ଡରାଗୁଡା ଛକ ନିକଟରେ ଏକ ପିକ୍‌ଅପ ଭ୍ୟାନ ଓଲଟିପଡିବାରୁ ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ...

ଦୁର୍ଘଟଣାରେ ଛାତ୍ରୀ ଗୁରୁତର

ଆନନ୍ଦପୁର,୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ରାସ୍ତା ପାର ହୋଇ ସ୍କୁଲକୁ ଯାଉଥିବା ବେଳେ ଏକ ବାଇକ୍‌ ତାଙ୍କୁ...

ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର ଅଫିସ, ୨୦।୫: ବାଲେଶ୍ୱର ଜିଲାରେ ବିଭିନ୍ନ ମଣ୍ଡିରେ ଶୁକ୍ରବାରଠାରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି ା ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସ୍ଥାନୀୟ...

Advertisement
Archives

Model This Week