ଲଘୁ ବନଜାତ ଦ୍ରବ୍ୟ ଟୋଲରୁ ଆଦିବାସୀଙ୍କୁ ମିଳୁନି ପ୍ରାପ୍ୟ

ମାଲକାନଗିର,୧୩ା୬(ଡି.ଏନ.ଏ.)-ମାଲକାନଗିରି ଜିଲାରେ ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ବନଜାତ ଦ୍ରବ୍ୟ। ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଟୋଲ ମଧ୍ୟ ଆଦିବାସୀଙ୍କ ଜୀବିକାର୍ଜନର ଏକ ମାଧ୍ୟମ ପାଲଟିଛି। ଏହାକୁ ସେମାନେ ବିକ୍ରି କରିବା ସହ ତେଲ ପ୍ରସ୍ତୁତ କରିଥାନ୍ତି। ମେ ମାସରୁ ଜୁନ୍‌ ପର୍ଯ୍ୟନ୍ତ ଟୋଲ ସଂଗ୍ରହ କରି ଏହାକୁ ଶୁଖାଇବା ପରେ ଉପର ଖୋଳପାକୁ ଛଡ଼ାଇ ବିକ୍ରି କରିଥାନ୍ତି। ଏହାଦ୍ୱାରା ସେମାନେ ୩/୪ ମାସ ରୋଜଗାରର ପାଇଥାନ୍ତି। ତେବେ ଆଦିବାସୀମାନେ କରୁଥିବା ପରିଶ୍ରମ ଅନୁସାରେ ମୂଲ୍ୟ ପାଆନ୍ତି ନାହିଁ। ସରକାର ଧାର୍ଯ୍ୟ କରିଥିବା ମୂଲ୍ୟ ବାବଦରେ ସେମାନେ ଜାଣନ୍ତିନାହିଁ। ଏହାର ସୁଯୋଗ ବ୍ୟବସାୟୀମାନେ ନେଇଥାନ୍ତି। ପଡ଼ୋଶୀ ରାଜ୍ୟର ବ୍ୟବସାୟୀମାନେ ଖୁବ୍‌ ଶସ୍ତା ଦରରେ ଏସବୁ ସେମାନଙ୍କଠାରୁ କିଣି ବାହାରେ ଅଧିକ ଦରରେ ବିକ୍ରି କରି ଲାଭ ପାଇଥାନ୍ତି। ଗ୍ରାମର କେତେଜଣ ବ୍ୟକ୍ତି ମଧ୍ୟ ଶହଶହ କୁଇଣ୍ଟାଲ ଟୋଲ ମହଜୁଦ ରଖି ବାହାରେ ଚଢା ଦରରେ ବିକ୍ରି କରନ୍ତି। ମାତ୍ର ଆଦିବାସୀମାନେ ସେହି ତରିକା ଜାଣନ୍ତି ନାହିଁ। ଏନେଇ ନିର୍ଦ୍ଦିଷ୍ଟ ବଜାର ନ ଥିବାରୁ ସେମାନଙ୍କଠାରୁ ବାହାର ବ୍ୟବସାୟୀମାନେ ହିଁ କିଣି ନେଇଥାନ୍ତି। କେବଳ ଟୋଲ ନୁହେଁ ପ୍ରତ୍ୟେକ ଲଘୁ ବନଜାତ ଦ୍ରବ୍ୟ ମହୁଲ, କେନ୍ଦୁପତ୍ର, ଝୁଣା, ହରିଡ଼ା, ବାହାଡ଼ା ଆଦିର ଉଚିତ ମୂଲ୍ୟ ନ ପାଇ ସେମାନେ ଶୋଷଣର ଶିକାର ହୋଇଥାନ୍ତି। ଏ ଦିଗରେ ପ୍ରଶାସନ ଦୃଷ୍ଟିଦେଇ ସେମାନଙ୍କ ପାଇଁ ସ୍ବତନ୍ତ୍ର ବଜାର ବ୍ୟବସ୍ଥା କରିପାରିଲେ ଆଦିବାସୀଙ୍କ ଆର୍ଥିକ ବିକାଶ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର

ମାଲକାନଗିରି, ୧୫ା୪(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ଭୟରେ ଦୀର୍ଘ ୨୧ ବର୍ଷ ଧରି ବନ୍ଦଥିବା ଶ୍ରୀରାମ ମନ୍ଦିର ପୁନଃ ଖୋଲିବା ସହ ପୂଜା କରିଛନ୍ତି ସିଆରପିଏଫ ଯବାନ।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

୬ ମାଓବାଦୀ ଗିରଫ

ମାଲକାନଗିରି,୮ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକ୍‌ମା ପୋଲିସକୁ ମିଳିଛି ବଡ଼ ସଫଳତା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୩ ମାଓବାଦୀ

ମାଲକାନଗିରି,୬।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସିମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ...

ଟିକେଟ୍‌ ପାଇଁ ରାଜ୍ୟ ପ୍ରଭାରୀଙ୍କ ଅର୍ଥ ଦାବି: ଶରତଙ୍କ ଅଭିଯୋଗକୁ ଜିଲା କଂଗ୍ରେସ କମିଟିର ଖଣ୍ଡନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଟିକେଟ୍‌ ପାଇଁ ଶରତ ବୁରୁଦା ଆଶାୟୀ ଥିଲା ବେଳେ ଭୁବନେଶ୍ୱରଠାରେ ଏକ...

ଯବାନଙ୍କୁ ଟାର୍ଗେଟ କରି ଟିଫିନ ବୋମା ଖଞ୍ଜିଥିଲେ ମାଓବାଦୀ, ବିଗାଡ଼ିଲେ ଯବାନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଡିଭିଏଫ୍‌ ଯବାନମାନଙ୍କୁ ମିଳିଛି ଏକ ବଡ଼ ସଫଳତା। ଉକ୍ତ ଅଞ୍ଚଳରୁ ବିପୁଳ...

ପୋଲିସ ଗୁଳିରେ ଟଳିଲେ ୯ରୁ ଊର୍ଦ୍ଧ୍ୱ ମାଓବାଦୀ

ମାଲକାନଗିରି,୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ପୋଲିସ ଗୁଳିରେ ମଙ୍ଗଳବାର ୯ରୁ ଊର୍ଦ୍ଧ୍ୱ ମାଓବାଦୀ ନିହତ ହୋଇଥିବା ବେଳେ ବହୁ ସଂଖ୍ୟାରେ ମାଓବାଦୀ ଆହତ ହୋଇଥିବା ଜଣାପଡିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri