ଲଗାଣ ବର୍ଷା : ବଢୁଛି ମହାନଦୀ ଜଳସ୍ତର; ବନ୍ୟା ଆଶଙ୍କାରେ ନଦୀକୂଳିଆ ଗ୍ରାମବାସୀ

ଗଣିଆ,୧୪।୮(ଡି.ଏନ.ଏ.)-ଗତ ୨ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ା ଚଳିତ ବର୍ଷ ହୀରାକୁଦ ନଦୀବନ୍ଧରୁ ଏ ପର୍ଯ୍ୟନ୍ତ ବନ୍ୟାଜଳ ଛଡ଼ାଯାଇନଥିଲେ ମଧ୍ୟ ଏହାର ତଳିଆ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି ା ବିଶେଷକରି ମଙ୍ଗଳବାର ସକାଳୁ ପ୍ରତିଘଣ୍ଟାରେ ମହାନଦୀର ଜଳସ୍ତର ଦେଢ଼ଫୁଟ ବଢିବାରେ ଲାଗିଥିବା ଦେଖିବାକୁ ମିଳିଥିଲା ା ହୀରାକୁଦ ନଦୀବନ୍ଧ ବୁର୍ଲା ଡିଭିଜନ ଗଣିଆ ବ୍ଲକର ବଡ଼ମୂଳଠାରେ ଥିବା ଗେଜ୍‌ ସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୬ଟାରେ ମହାନଦୀର ଜଳସ୍ତର ୧୫ଫୁଟ ୩ ଇଞ୍ଚ ରହିଥିବାବେଳେ ଏହାର ୩ଘଣ୍ଟା ପରେ ପୂର୍ବାହ୍ନ ୯ଟାରେ ୨୦ଫୁଟ ୬ଇଞ୍ଚକୁ ବୃଦ୍ଧି ପାଇଥିଲା। ସେହିପରି ମଧ୍ୟାହ୍ନ ୧୨ଟାରେ ୨୫ଫୁଟ ୭ଇଞ୍ଚକୁ ବୃଦ୍ଧି ପାଇଥିଲା । ଏଠାରେ ବିପଦ ସଙ୍କେତ ୩୫ଫୁଟ ରହିଛି। ଖବର ଲେଖା ହେବାବେଳକୁ ସନ୍ଧ୍ୟା ୬ଟା ସୁଦ୍ଧା ଜଳପତ୍ତନ ବୃଦ୍ଧି ପାଇ ୨୯.୧୦ରେ ପ୍ରବାହିତ ହେଉଛି। ଅନ୍ୟପକ୍ଷେ ହୀରାକୁଦ ନଦୀବନ୍ଧରୁ ଆସନ୍ତା ବୁଧବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବା ପାଇଁ ନଦୀବନ୍ଧ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ଦିଆଯାଇଛି । ତେବେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେବା ସହ ଲାଗିରହିଥିବା ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏହିଭଳି ଜଳସ୍ତର ବୃଦ୍ଧି ପାଇଲେ ଗଣିଆ ଅଞ୍ଚଳର ଛାମୁଣ୍ଡିଆ,ରାସଙ୍ଗ,ବେଲପଡ଼ା ଓ କିଶୋରପ୍ରସାଦ ପଞ୍ଚାୟତର ବହୁ ଗ୍ରାମରେ ବନ୍ୟା ହେବା ଆଶଙ୍କା ଦେଖାଦେଇଛି ବୋଲି ନଦୀକୂଳିଆ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି ା ତେବେ ବନ୍ୟା ହେଲେ ଗଣିଆ – ବଡମୂଳ ରାସ୍ତାର ରାସଙ୍ଗ ଠାରୁ କେନ୍ଦୁପଲ୍ଲୀ, ମଣିଭଦ୍ରାଠାରୁ ବୃତ୍ତଙ୍ଗ, ମାଳିସାହି ଠାରୁ ଛାମୁଣ୍ଡିଆ ଓ ଛାମୁଣ୍ଡିଆ ଠାରୁ ବଡ଼ମୂଳ ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ପ୍ରବାହିତ ହୋଇଥାଏ ା ଫଳରେ ଏହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥାଏ ା ତେବେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ସଜାଗ ଥିବା ଜଣାପଡିଛି ା
ବ୍ଲକ ଜିପିଇଓ ଦାୟିତ୍ୱରେ ଥିବା ରାଜେନ୍ଦ୍ର ବେହେରାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଗତ ଜୁନ୍‌ ମାସ ୧୬ ତାରିଖରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ବନ୍ୟା ସମୟରେ ରାସଙ୍ଗ ପଞ୍ଚାୟତର ରାସଙ୍ଗଠାରେ ୨ଟି ଲଞ୍ଚ ମହଜୁଦ୍‌ ରଖାଯାଇଥିବା ବେଳେ ଏଥିପାଇଁ ୩ଜଣ ଚାଳକଙ୍କୁ ନିଯୁକ୍ତି କରାଯାଇଛି ା ସେହିପରି ବ୍ଲକର ବେଲପଡା ପଞ୍ଚାୟତ କାର୍ଯ୍ୟାଳୟଠାରେ, ରାସଙ୍ଗ ପଞ୍ଚାୟତର ରାସଙ୍ଗ ଓ ଡଙ୍କାରିସାହିଠାରେ , ଛାମୁଣ୍ଡିଆ ପଞ୍ଚାୟତର ଛାମୁଣ୍ଡିଆ ଓ ରାଜିଙ୍ଗି ଏବଂ ବଡ଼ଶିଲିଙ୍ଗା ଠାରେ ୩ ମାସର ରିଲିଫ୍‌ ଚାଉଳ ମହଜୁଦ ରଖାଯାଇଥିବା ବ୍ଲକ ଯୋଗାଣ ଅଧିକାରୀ ଚନ୍ଦ୍ରଶେଖର ନାହାକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?