ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡ଼ିଲା: ସ୍ବାମୀ ମୃତ; ସ୍ତ୍ରୀ,ଜ୍ୱାଇଁ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୨୫ା୧୦(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ମିଶ୍ରମାଳରେ ଲଗାଣବର୍ଷା ଯୋଗୁ ଘରର କାନ୍ଥ ଭୁଶୁଡ଼ି ପଡିବାରୁ ସେଥିରେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଛି ା ମୃତକଙ୍କ ସ୍ତ୍ରୀ ଓ ଜ୍ୱାଇଁ ଆହତ ହୋଇଛନ୍ତି ା ଉଭୟଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ତେନ୍ତଳାପଶି ମିଶ୍ରମାଳ ଗ୍ରାମର ମକରା ମୁଣ୍ଡା, ତାଙ୍କ ସ୍ତ୍ରୀ ସୋମବାରୀ ମୁଣ୍ଡା ଏବଂ ଜ୍ୱାଇଁ ସମା ମୁଣ୍ଡାଙ୍କ ସମେତ ପରିବାର ଲୋକେ ବୁଧବାର ରାତିରେ ଖାଇ ସାରିବା ପରେ ଘରେ ଶୋଇଥିଲେ। ଲଗାଣବର୍ଷା ଲାଗି ରହିଥିଲା। ବିଳମ୍ବିତ ରାତିରେ ସେମାନେ ଶୋଇଥିବା କଚ୍ଚା ଘରର କାନ୍ଥ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଥିଲା। ଘରେ ଶୋଇଥିବା ମକରା, ସୋମବାରୀ ଓ ସମା ମୁଣ୍ଡାଙ୍କ ଉପରେ କାନ୍ଥ ଚାପି ହୋଇଯାଇଥିଲା। ମକରାଙ୍କ ପୁଅ କରମୁ ମୁଣ୍ଡା ଓ ପଡୋଶୀମାନେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ କାନ୍ଥ ତଳୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ମକରାଙ୍କ ବାଟରେ ମୃତ୍ୟୁ ହୋଇସାରିଥିଲା ା ସୋମବାରୀ ଏବଂ ସମା ମୁଣ୍ଡା ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ମକରା ମୁଣ୍ଡା ଗରୀବ ଓ ବିପିଏଲ୍‌ ବର୍ଗର ହୋଇଥିବାବେଳେ ଖଣ୍ଡିଏ ଆବାସ ଘର ପାଇବା ପାଇଁ ଅନେକ ଦିନ ହେବ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ଏପରିକି ଜିଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ନିବେଦନ କରିଥିଲେ ା ତଥାପି ତାଙ୍କୁ ଘର ଖଣ୍ଡିଏ ମିଳି ନ ଥିଲା। ଏଇ ଅଳ୍ପଦିନ ତଳେ ସୌଭାଗ୍ୟବଶତଃ ମକରାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ମିଳିଥିଲା। ସେ ଘର କରିବା ପୂର୍ବରୁ ଏଭଳି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ା ପୂର୍ବରୁ ଯଦି ତାଙ୍କୁ ପକ୍କା ଘରଟିଏ ମିଳିଥାଆନ୍ତା ତେବେ ଆଜି ମକରା ବଞ୍ଚି ଥାଆନ୍ତେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ା ପଣ୍ଡାପଡା ଥାନା ଆଇଆଇସି ପଦ୍ମାଳୟା ସାହୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ା ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୧୯/୨୦୧୯) ରୁଜୁ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ମଦ ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୮।୫- ଲକ୍‌ଡାଉନ୍‌ ସମୟରେ ବାଲେଶ୍ୱର ସହର ଏବଂ ଗ୍ରାମାଞ୍ଚଳରେ ଦେଶୀ ମଦର ଚୋରା ବ୍ୟବସାୟ ବଢ଼ି ଚାଲୁଥିବା ବେଳେ ଅବକାରୀ କର୍ମଚାରୀମାନଙ୍କ ମୁଣ୍ଡ ବ୍ୟଥାର...

ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ୍‌

ବଲାଙ୍ଗୀର ଅଫିସ,୧୨।୧: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ...

କୁମାରପୂର୍ଣ୍ଣିମାରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ହେଲେ ମା’ସମଲେଇ

ସମ୍ବଲପୁର,୯।୧୦(ବ୍ୟୁରୋ): କୁମାରପୂର୍ଣ୍ଣିମାରେ ଇଷ୍ଟଦେବୀ ମା’ ସମଲେଇ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଓ ରୀତିନୀତି ଅନୁସାରେ ଭୋର ୫ଟାରେ ମଙ୍ଗଳ ଆଳତି, ସାଢ଼େ...

ଉପାଧ୍ୟକ୍ଷ ପଦକୁ ବିଜେଡିର ୧୪ ଆଶାୟୀ

ଯାଜପୁର ରୋଡ,୪ା୪(ଡି.ଏନ୍‌.ଏ.): ନିର୍ବାଚନ ଫଳାଫଳ ଘୋଷଣା ପରେ ୨୬ଟି ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ନିର୍ବାଚନ ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ଏହି ମ୍ୟୁନିସିପାଲିଟିର...

କୁଶକିଳା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଝସକେତନ ଦୋଷୀ ସାବ୍ୟସ୍ତ, ଗୁରୁବାର ପ୍ରକାଶ ପାଇବ ଚୂଡ଼ାନ୍ତ ରାୟ

ଅନୁଗୋଳ ଅଫିସ, ୨୫।୯: ଅନୁଗୋଳ ଜିଲା କୁଶକିଳାରେ ଘଟିଥିବା ବହୁଚର୍ଚ୍ଚିତ ଦୁଇଭାଇ ହତ୍ୟାକାଣ୍ଡ ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲା ଓ ଦୈରାଜଜ୍‌...

ଏଟିଏମ୍‌ରୁ ୪୦ ଲକ୍ଷ ଗାଏବ ଘଟଣା: ସିକ୍ୟୁର ଭ୍ୟାଲି ସଂସ୍ଥାର ୨ କର୍ମଚାରୀ ଅଟକ, ଜଣେ ଫେରାର

ବ୍ରହ୍ମପୁର ଅଫିସ,୧୯।୯: ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ଆସିକା ରୋଡ଼ ଏଟିଏମ୍‌ ଏବଂ ମେଡିକାଲ ଏଟିଏମ୍‌ରେ ୪୦ଲକ୍ଷ ଟଙ୍କା ଭର୍ତ୍ତି କରିବାକୁ ନେଇ ସିକ୍ୟୁର ଭ୍ୟାଲି...

‘କୋର୍ଟଙ୍କ ନିଷ୍ପତ୍ତି ଆମେ ମାନିବୁ’

ବ୍ରହ୍ମପୁର ଅଫିସ,୨୬ା୧୧: ନ୍ୟାୟ ଗୁହାରି କରି ବ୍ରହ୍ମାନଗରଠାରେ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି ବୋହୂ ତପସ୍ବିନୀ ଦାଶ। ତପସ୍ବିନୀ ଭାରପ୍ରାପ୍ତ ସମାଜ ମଙ୍ଗଳ...

ନବୀକରଣ ନ ହୋଇ ଓଜନ, ମାପ ଯନ୍ତ୍ର ବ୍ୟବହାର:୨ ବ୍ୟାଙ୍କ ଦେଲେ ଜରିମାନା, ଗୋଟିଏକୁ ନୋଟିସ

ଭଞ୍ଜନଗର/ସୋରଡ଼ା,୨୩।୭(ଡି.ଏନ.ଏ)-ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକରେ ଓଜନ ମାପ ଯନ୍ତ୍ରଗୁଡ଼ିକ ନବୀକରଣ ନ ହୋଇ ବ୍ୟବହାର ହେଉଛି । ସେହିପରି କେତେକ ବ୍ୟାଙ୍କ ଆଇଏସ୍‌ଓ ମାନ୍ୟତାପ୍ରାପ୍ତ ଓଜନ...

Advertisement
Archives

Model This Week