Posted inଖେଳ

ଲକ୍‌ଡାଉନ ସମୟରେ ସ୍ବତନ୍ତ୍ର ଟ୍ରେନିଂ କରିବ ବିରାଟ ବାହିନୀ

ନୂଆଦିଲ୍ଲୀ,୨୫।୩- ମାରାତ୍ମକ କରୋନା ଭାଇରସରୁ ବର୍ତ୍ତିବା ଲାଗି ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ଭାରତୀୟ କ୍ରିକେଟରମାନେ ଏବେ ଘରେ ପରିବାର ସହ ସମୟ କାଟୁଛନ୍ତି। କିନ୍ତୁ ଷ୍ଟ୍ରେନ୍ଥ ଓ କଣ୍ଡିଶନିଂ କୋଚ୍‌ ନିକ୍‌ ଓ୍ବେବ ଟିମ୍‌ ଇଣ୍ଡିଆର ଫିଜିଓ ନୀତିନ ପଟେଲଙ୍କ ସହ ଆଲୋଚନ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ପାଇଁ ଟ୍ରେନିଂ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି। ଯାହାଫଳରେ ଲକ୍‌ଡାଉନ ସମୟରେ ମଧ୍ୟ ଦଳର ଖେଳାଳିମାନେ ସମ୍ପୂର୍ଣ୍ଣ ଫିଟ୍‌ ରହିବେ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଓ୍ବେବ ଓ ପଟେଲ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ପ୍ରତ୍ୟେକ ଖେଳାଳିଙ୍କ ଲାଗି ଏକ ସ୍ବତନ୍ତ୍ର ରୁଟିନ ପ୍ରସ୍ତୁତ କରିଛନ୍ତି। ସମସ୍ତ ଖେଳାଳିଙ୍କୁ ଫିଟ୍‌ନେସ ରୁଟିନ ଦିଆଯାଇଛି। ସେମାନଙ୍କୁ ଏହା କାର୍ଯ୍ୟକାରୀ କରିବାକୁ ପଡ଼ିବ ଏବଂ ଓ୍ବେବ ଓ ପଟେଲଙ୍କୁ ନିୟମିତ ଅପଡେଟ୍‌ ଦେବେ। ଖେଳାଳିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରୁଟିନ ପ୍ରସ୍ତୁତ କରାଯାଇଛି। ଉଦହାରଣ ସ୍ବରୂପ ଜଣେ ବୋଲରଙ୍କୁ ଶରୀରର ନିମ୍ନ ଭାଗକୁ ଶକ୍ତିଶାଳୀ କରିବାକୁ ଏକ୍ସରସାଇଜ ଦିଆଯାଇଛି। ସେହିଭଳି ଜଣେ ବ୍ୟାଟ୍ସମ୍ୟାନଙ୍କୁ କାନ୍ଧ ଓ ରିଷ୍ଟକୁ ମଜଭୁତ କରିବା ଲାଗି ଏକ୍ସରସାଇଜ କରିବାକୁ କୁହାଯାଇଛି। ଆଉ ଅଧିକ ଓଜନ ସହ ଏକ୍ସରସାଇଜ କରୁଥିବା କୋହଲିଙ୍କ କଥା ମଧ୍ୟ ଧ୍ୟାନ ଦିଆଯାଇଛି। ଏଣୁ କୋହଲି ରୁଟିନ ଅନୁସାରେ କ୍ଲିନ ଓ ଜର୍କ ଏବଂ ଡେଡ୍‌ଲିଫ୍ଟ କରିବେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ସହଜ ଏକ୍ସରସାଇଜ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ଦିନରେ ୩୦୯ ରନ୍‌ କରି ଚକିତ କରିଥିଲେ ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୧୭।୧: ଭାରତୀୟ କ୍ରିକେଟ ଟିମ୍‌ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଚଳିତ ସିରିଜରେ ଉଭୟ ଟିମ୍‌ ରନ୍‌ କରିବାକୁ ନେଇ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି।...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ: ନାଡାଲ, ସିତ୍‌ସିପାସ, ଜେଭରେଭ ସେମିଫାଇନାଲରେ

ପ୍ୟାରିସ, ୧୦।୬- ସ୍ପେନ୍‌ ସୁପରଷ୍ଟାର ରାଫାଲ ନାଡାଲ, ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ବିରାଟ କୋହଲିଙ୍କ ଭଳି ହେବାକୁ ଚାହୁଁଛନ୍ତି ଏହି ପାକିସ୍ତାନ କ୍ରିକେଟର୍‌

ଲାହୋର, ୧୭।୧୨: ପାକିସ୍ତାନ ରନ୍‌ ମେଶିନ୍‌ କୁହାଯାଉଥିବା ବାବର ଆଜମ୍‌ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ପହଞ୍ଚିବାକୁ ଚାହୁଁଛନ୍ତି। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ...

୭ଟାରେ ପଡ଼ିବ ଟସ୍‌: ଜାଣନ୍ତୁ କେବେ, କେଉଁଠି ଦେଖିବେ ହାଇଦ୍ରାବାଦ- କୋଲକାତା ଲଢ଼େଇ

ମୁମ୍ବାଇ,୧୫।୪: ଆଇପିଏଲ୍‌ ୨୦୨୨ର ୨୫ତମ ମୁକାବିଲା ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ପ୍ରାରମ୍ଭିକ ମ୍ୟାଚ୍‌ରେ ପରାଜୟ ସତ୍ତ୍ୱେ କେନ୍‌...

ଦ୍ୱିତୀୟ ଟେଷ୍ଟ: ଆବିଦ୍‌, ମାସୁଦଙ୍କ ଶତକ; ପାକିସ୍ତାନର ଆଧିପତ୍ୟ

କରାଚୀ,୨୧।୧୨- ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଇନିଂସରେ ୮୦ ରନ ପଛରେ ପଡିଥିଲେ ମଧ୍ୟ ପାକିସ୍ତାନ ଦ୍ୱିତୀୟ...

ଫ୍ରେଞ୍ଚ ଓପନ ଫାଇନାଲରେ ହାରିଲେ ସ୍ବସ୍ତିକ-ଚିରାଗ

ପ୍ୟାରିସ୍‌,୨୮।୧୦- ଭାରତୀୟ ପୁରୁଷ ଡବଲ୍ସ ଖେଳାଳି ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ିକୁ ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ...

କିଙ୍ଗ୍‌ କୋହଲିଙ୍କୁ ମାଇଲ୍‌ ପଛରେ ଛାଡ଼ିଲେ ବାବର

ବର୍ମିଂହାମ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆ ମ୍ୟାଚ୍‌ ବିଫଳ ହେବା ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ମଙ୍ଗଳବାର ଖେଳିଛନ୍ତି କ୍ୟାରିୟରର ଶ୍ରେଷ୍ଠ ଇନିଂସ।...

ଗୀତ ଗାଇଲେ ପାଣ୍ଡ୍ୟା

ମୁମ୍ବାଇ, ୧୨।୮: ଭାରତୀୟ କ୍ରିକେଟଦଳ ଏବେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଏକ ଦିବସୀୟ ସିରିଜ୍‌ ଖେଳୁଛି। ଏହି ସିରିଜ୍‌ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି।...

Advertisement
Archives

Model This Week