Posted inବୌଦ୍ଧ

ଲକ୍‌ଡାଉନ ଯୋଗୁ ଉଜୁଡିଲା ପରିବା ଚାଷ

ବୌଦ୍ଧ,୨୫ା୪(ସ୍ବ.ପ୍ର.)- ଶିଳ୍ପବିହୀନ ବୌଦ୍ଧ ଏକ କୃଷି ପ୍ରଧାନ ଜିଲା । ଏଠାକାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାଆନ୍ତି । ଜିଲାରେ ଧାନ ଓ ପନିପରିବା ଚାଷ ଲୋକଙ୍କ ମୁଖ୍ୟ ଆୟକାରୀ ଫସଲ । ସେମାନେ ଚାଷରୁ ହିଁ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଚଳିତ ବର୍ଷ ଚାଷୀମାନେ ଧାନ ବିକ୍ରି କରିବାକୁ ମଣ୍ଡିରେ ରଖିଥିଲେ । ହେଲେ ଅଦିନିଆ ବର୍ଷାରେ ତାହା ନଷ୍ଟ ହୋଇଗଲା । ଏହି କ୍ଷତିକୁ ଚାଷୀମାନେ ଭରଣ କରି ନ ଥିବା ବେଳେ ବର୍ତ୍ତମାନ କରୋନା କଟକଣା ପରିବା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଲକ୍‌ଡାଉନ ଯୋଗୁ ଚାଷଙ୍କ ପରିବା ଚାଷ ଏକ ପ୍ରକାର ଉଜୁଡି ଯାଇଛି । ଜମିରେ ତରଭୁଜ, ବାଇଗଣ, ଟମାଟୋ, କାକୁଡି, କଖାରୁ , କଲରା, ଜହ୍ନି ଆଦି ପରିବା ଗଛରେ ରହି ପଚି ଯାଉଛି । ଗାଡି ଚଳାଚଳ ବନ୍ଦ ଯୋଗୁ ସେହି ପରିବା କିଣିବାକୁ କୌଣସି ବ୍ୟବସାୟୀ ଆସି ପାରୁ ନାହାନ୍ତି । ଏଣେ ଚାଷୀ ବି ନିଜ ଜମିର ପରିବା ତୋଳି ହାଟ ବଜାରକୁ ନେଇପାରୁନାହିଁ। ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଛି ।
ବୌଦ୍ଧ ସହର ନିକଟ ଗିରସିଙ୍ଗା, ମର୍ଯ୍ୟାଜିପୁର, ମୁର୍ଷୁଣ୍ଡି, ବଢିଙ୍ଗା ଆଦି ଗ୍ରାମରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏକର ଏକର ଜମିରେ ଫଳିଥିବା ପନିପରିବା ପଚି ନଷ୍ଟ ହୋଇଛି । ଯାହାକିଛି ଚାଷୀ ବିକ୍ରି ପାଇଁ ସ୍ଥାନୀୟ ବଜାରକୁ ଆଣୁଥିଲେ ତାହା ଲକ୍‌ଡାଉନ ଯୋଗୁ ବନ୍ଦ ରହିଛି । କେତେକ କ୍ଷେତ୍ରରେ ଚାଷୀ ନିଜ ପରିବାକୁ ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଏପରି ପରିସ୍ଥିତିରେ ପରିବା ଚାଷୀମାନେ ସେମାନଙ୍କ ଋଣ କିପରି ଶୁଝିବେ ତାହା ଚିନ୍ତା କରିପାରୁନାହାନ୍ତି । ଜିଲା ପ୍ରଶାସନ ଏହି ପରିବା ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୩ଟା କୁଠିରେ ୮ଟା ଶ୍ରେଣୀର ୧୩୮ ଛାତ୍ରୀଛାତ୍ର

ଗୁଡ଼ଭେଲିପଦର, ୯ା୧୨(ଡି.ଏନ୍‌.ଏ.)- କଣ୍ଟାମାଳ ବ୍ଲକ ବିଲାସପୁର ପଁଚେତ୍‌ ସଦର ଗଁାରେ ଥିବାର ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନାନା ସମସିଆରେ ଛଁଦି ହେଇ ରହିଛେ। ଇ ବାବ୍‌ଦେ...

କୂଅ ଖୋଳୁଥିବାବେଳେ ବ୍ଲାଷ୍ଟିଂ: ଶ୍ରମିକ ମୃତ

ବୌଦ୍ଧ, ୧।୪ (ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ କୂଅ ଖୋଳୁଥିବା ବେଳେ ବ୍ଲାଷ୍ଟିଂ ଯୋଗୁ ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ...

ନାଳ ପାରି ହେବା ବେଳେ ବର୍ଷାପାଣିରେ ଭାସିଗଲେ ଯୁବକ

ବୌଦ୍ଧ,୨୦।୯(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଶାଳକଟା ନିକଟ ଲକ୍ଷ୍ମୀ ନାଳ ପାଣିରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ...

ସିରିଜ୍‌ ଦୁର୍ଘଟଣା: ୨ ମୃତ, ୬ ଜଣ ଗୁରୁତର

ବୌଦ୍ଧ/ବାଉଁଶୁଣୀ,(ସ୍ବ.ପ୍ର.)(ଡି.ଏନ.ଏ.)୨୬।୧: ବୌଦ୍ଧ-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ବହିରା ଛକ ନିକଟରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ସୋନପୁର ପଟରୁ ଦ୍ରୁତ ଗତିରେ ଯାଉଥିବା ଏକ...

ମାଙ୍କଡ ମାଂସ ଖାଉଥିବା ସମ୍ପ୍ରଦାୟର ୬ ଗିରଫ

ବୌଦ୍ଧ, ୩୦।୪: ମାଙ୍କଡ ଶିକାର ଅଭିଯୋଗରେ ବୌଦ୍ଧ ବନ ବିଭାଗ ଏକ ଶିକାରୀ ଦଳର ୬ଜଣଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର...

ହ୍ବାଟସ୍‌ ଆପ୍‌ର ଡିପିରେ ଜିଲାପାଳଙ୍କ ଫଟୋ : ମାଗୁଛନ୍ତି ଟଙ୍କା

ବୌଦ୍ଧ,୩୦।୪(ସ୍ବ.ପ୍ର.): ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋ ହ୍ବାଟସ୍‌ ଆପ୍‌ ଡିପି ରଖି ବିଭିନ୍ନ ଅଧିକାରୀଙ୍କୁ ମେସେଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ...

ଡେପୁଟି କଲେକ୍ଟରଙ୍କ ଗାଡ଼ି ଧକ୍କାରେ ବାଳକ ଗୁରୁତର

ହରଭଙ୍ଗା,୭।୯ (ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ପୁରୁଣାକଟକ ବଜାର ଠାରେ ସୋମବାର ପୂର୍ବାହ୍ନରେ ଜିଲା ଡେପୁଟି କଲେକ୍ଟରଙ୍କ ଗାଡି ଧକ୍କାରେ ଜଣେ...

୭ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ଫୋରଣ: ବନ ବିଭାଗ ଗାଡ଼ିକୁ ଉଡ଼ାଇଦେବାକୁ ହୋଇଥିଲା ଯୋଜନା

ବଘିଆପଡ଼ା,୨୮।୧୧(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଲକଡ଼ପାଯୁ ଜଙ୍ଗଲରେ ୭ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟିଛି। ବନ ବିଭାଗର ଗାଡ଼ିକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଯୋଜନା ହୋଇଥିବା ବେଳେ...

Advertisement
Archives

Model This Week