ହାଟଡିହୀ, ୨୬।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଅଞ୍ଚଳରେ ଲକ୍ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ୮ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏମାନେ ସମସ୍ତେ ହାଟଡିହୀ ଅଞ୍ଚଳର। ଏକ ଅଣପଞ୍ଜୀକୃତ ଗ୍ରୁପ ବିନା ପାସ୍ରେ ଖାଦ୍ୟ ବାଣ୍ଟିବାକୁ ଯାଉଥିଲେ ବୋଲି ଜଣାପଡିଛି। ଏଥିସହ ପୋଲିସ ଗୋଟିଏ ଅଟୋ ଏବଂ ଦୁଇଟି ମୋଟର ସାଇକେଲକୁ ଜବତ କରିଛି।
ନନ୍ଦିପଦା ଶାଳନିଆ ଅଞ୍ଚଳର ପ୍ରଶାନ୍ତ ବାରିକ, ପ୍ରୀତିରଞ୍ଜନ ଦ୍ୱିବେଦୀ, ପ୍ରଦୀପ ବେହେରା, ଜୟନ୍ତ ବେହେରା, କିଶୋର ସିଂ, ସତ୍ୟବ୍ରତ ସା, ରଜତ ମହାକୁଡ଼, ବିକାଶ ବେହେରାଙ୍କ ନାମରେ ମାମଲା (ନଂ.୨୫/୨୦) ରୁଜୁ ହୋଇଛି। ଏମାନେ ଲକ୍ଡାଉନ ନିୟମ ଭାଙ୍ଗିଥିବା ଏତଲାରେ ଦର୍ଶାଯାଇଛି। ବଉଳା ଫାଣ୍ଡି ଅଧିକାରୀ କୀର୍ତ୍ତନବିହାରୀ ମହାନ୍ତ ବାଙ୍ଗୋର ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ବିଦ୍ୟାଧରପୁର ବ୍ୟାରେଜ ନିକଟରୁ ଯୁବକମାନଙ୍କୁ ଧରି ଥାନାକୁ ନେଇଯାଇଥିଲେ।
Posted inଆମ ଜିଲା ଖବର, କେନ୍ଦୁଝର View All

ଲୁଟିନେଲେ ୧୨କୋଟି
କଟକ ଅଫିସ,୨୦ା୧୧:କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍ଫୋଲାଇନ ଫାଇନାନ୍ସ ଲିମିଟେଡ (ଆଇଆଇଏଫ୍ଏଲ୍)ର ଶାଖା କାର୍ଯ୍ୟାଳୟରୁ ଗୁରୁବାର ପୂର୍ବାହ୍ନରେ ଏକ ବଡ଼ଧରଣର...

ଆଶାୟୀଙ୍କ ମଧ୍ୟରେ ହେଲାଣି ହଲ୍ଚଲ
କେନ୍ଦ୍ରାପଡ଼ା ଅଫିସ,୯।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ସ୍ଥାନ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲାପାଳ...

ସାମାଜିକ ଦୂରତ୍ୱ ରହୁନି: ଅର୍ନିଦ୍ଦିଷ୍ଟ କାଳ ପାଇଁ ରାଇକିଆ ହାଟ ବନ୍ଦ
ରାଇକିଆ,୭।୬(ଡି.ଏନ.ଏ.)-କନ୍ଧମାଳ ଜିଲା ରାଇକିଆ ସାପ୍ତାହିକ ହାଟ ସୋମବାର ବନ୍ଦ ରହିବ। ଏ ନେଇ ରବିବାର ପଞ୍ଚାୟତ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି। ପ୍ରକାଶ...

ସାଇକେଲ ମରାମତି ସହ ଜନସେବା
ଅନୁଗୋଳ ଜିଲା ବଅଁରପାଳ ବ୍ଲକ କନିଆବେଡ଼ା ଗ୍ରାମର କିଶୋରୀ ସାହୁ(୩୮)। ସ୍ତ୍ରୀ, ଦୁଇ ପୁଅ ଓ ମାଆ, ବାପାଙ୍କୁ ନେଇ ତାଙ୍କ ପରିବାର। ଅଷ୍ଟମ ଶ୍ରେଣୀ...

ପ୍ରଦୂଷଣ ବଢ଼ାଉଛି ଇଟାଭାଟି ଧୂଆଁ
କେନ୍ଦ୍ରାପଡ଼ା ଅଫିସ, ୧୦ା୩: ମାର୍ଚ୍ଚ ମାସ ଆରମ୍ଭରୁ ତାତି ଅସହ୍ୟ ହେଲାଣି। ଏବେ ଦିନ ବେଳା ସର୍ବୋଚ୍ଚ ୩୮ ଡିଗ୍ରୀ ସେଲ୍ସିୟସକୁ ତାତି ଛୁଇଁଥିବା ବେଳେ...

ମାଓବାଦୀଙ୍କ ଗଛ ପକାଇ ରାସ୍ତା ଅବରୋଧ ଘଟଣା: ପୋଲିସ ଦମନ ବିରୋଧରେ ୨୪ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା
ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରୁ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ମାଓବାଦୀଙ୍କ ପକ୍ଷରୁ ଗଛ କାଟି ରାସ୍ତା ଅବରୋଧ...

ବେକାରି ସମସ୍ୟା ଦୂର ଶ୍ୟାମସୁନ୍ଦରଙ୍କ ଲକ୍ଷ୍ୟ
ସିମୁଳିଆ,୨୩।୫: ଚାକିରି ପଛରେ ଗୋଡ଼ାଇ ନିରାଶ ହେବା ଅପେକ୍ଷା ଛୋଟ ଛୋଟ ଉଦ୍ୟୋଗ କରି ଆମତ୍ନିର୍ଭରଶୀଳ ହେବାକୁ ବାଟ ଦେଖାଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା...

କୁଆପଥର ବର୍ଷା, ବ୍ୟାପକ କ୍ଷୟକ୍ଷତି
ରାଇକିଆ,୧୩।୬(ଡ଼ି.ଏନ.ଏ)-ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଧବାର ରାତ୍ରରେ ପ୍ରବଳ ବର୍ଷା ସହ କୁଆପଥର ପଡିଥିଲା। ଏଥିରେ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାଣିକେଶ୍ୱର ପଞ୍ଚାୟତରେ...