ଲକ୍‌ଡାଉନ କଟକଣା କୋହଳ: ଜନଜାତିଙ୍କ ଜୀବିକା ସୁରକ୍ଷାକୁ ଗୁରୁତ୍ୱ

ଭୁବନେଶ୍ୱର,୧।୫(ବ୍ୟୁରୋ): କୋଭିଡ୍‌-୧୯ରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଜନଜାତି ଏବଂ ଅନ୍ୟମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନର୍ସରୀ ଚାରା ପ୍ରସ୍ତୁତି ଓ ବ୍ୟାପକ ବନୀକରଣ ପାଇଁ ପଦକ୍ଷେପ ନିଆଯାଇଛି। ଜୁନ୍‌ ସୁଦ୍ଧା ୨ ଲକ୍ଷ ହେକ୍ଟର ଅଞ୍ଚଳରେ ବନୀକରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ପ୍ରାୟ ୬ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ସାମୟିକ କର୍ମଚାରୀମାନଙ୍କୁ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ମୋନା ଶର୍ମା ଗୁରୁବାର ଏହି ସୂଚନା ଦେଇଛନ୍ତି।
ସେହିପରି ରାଜ୍ୟ ସରକାରଙ୍କ (କୋଭିଡ-୧୯) ମୁଖପାତ୍ର ସୁବ୍ରତୋ ବାଗ୍‌ଚୀଙ୍କ ସୂଚନାନୁଯାୟୀ, ଶିଳ୍ପ ସଂସ୍ଥା, କର୍ପୋରେଟ୍‌ ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଘରୁ ଶିଳ୍ପ ସଂସ୍ଥା ଏବଂ ସରକାରୀ କାର୍ଯ୍ୟାଳୟକୁ ଯାତାୟାତରେ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ କଟକଣାକୁ କୋହଳ କରାଯାଇଛି। ସମ୍ପୃକ୍ତ ଶିଳ୍ପସଂସ୍ଥାଗୁଡ଼ିକର ଆବେଦନକୁ ଆଧାର କରି ଜିଲାପାଳ, ମହାନଗର ନିଗମର କମିଶନରମାନେ ଅନୁମତି ପ୍ରଦାନ କରିବେ। ସର୍ବାଧିକ ୩୦ ପ୍ରତିଶତ କର୍ମଚାରୀ ଏବଂ ଆବଶ୍ୟକ ଯାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯିବ। ଦୁଇ ଚକିଆ ଯାନରେ କେବଳ ଚାଳକ ଏବଂ କାର୍‌ରେ ଡ୍ରାଇଭର ସହିତ ପଛ ସିଟ୍‌ରେ ବସି ଜଣେ ଯିବା ଆସିବା କରିପାରିବେ। ଜିଲାପାଳ, ମହାନଗର ନିଗମ କମିଶନର ଆନ୍ତଃଜିଲା ଗମନାଗମନ ପାଇଁ ଆବଶ୍ୟକ ପାସ୍‌ ପ୍ରଦାନ କରିବେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ବାଗ୍‌ଚୀ କହିଥିଲେ। ସେହିପରି ଠିକାଦାର, ନିର୍ମାଣକାରୀ ସଂସ୍ଥାର କର୍ମଚାରୀମାନେ ନିଜ ନିଜ କାର୍ଯ୍ୟସ୍ଥଳରେ ପହଞ୍ଚିବା ନିମନ୍ତେ ହେଉଥିବା ସମସ୍ୟାକୁ ଦୂରୀଭୂତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କେତେକ କଟକଣାକୁ କୋହଳ କରାଯାଇଛି। ଏହିସବୁ ସଂସ୍ଥା ପାଇଁ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କ ଅନୁମୋଦନ କ୍ରମେ ଜିଲାପାଳ ତଥା ମହାନଗର ନିଗମର କମିଶନରମାନଙ୍କଠାରୁ ଅନୁମତି ମିଳିବ। ସଂକ୍ରମଣ ପ୍ରତିରୋଧ ଅଞ୍ଚଳଗୁଡ଼ିକରେ କୌଣସି ଅଫିସ ଖୋଲିବ ନାହିଁ। ଆବଶ୍ୟକ ୫୦ ପ୍ରତିଶତ କର୍ମଚାରୀ ଏବଂ ଯାନ ପାଇଁ ଏହି ସଂସ୍ଥାମାନେ ସମ୍ପୃକ୍ତ ଜିଲାର ଜିଲାପାଳ ମହାନଗର ନିଗମର କମିଶନର୍‌ଙ୍କୁ ଆବେଦନ କରିବେ। ଜିଲାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କଠାରୁ ମିଳିଥିବା ଚିଠିର ଆଧାରରେ ବୃତ୍ତିଗତ ଆବଶ୍ୟକତା ପାଇଁ ଯାତାୟାତ ନିମନ୍ତେ ଅନୁମତି ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?