ଲକ୍‌ଡାଉନ୍‌ ମାନୁନାହାନ୍ତି ଲୋକେ: ପରିବା ମାର୍କେଟରେ ଭିଡ଼ ଅସମ୍ଭାଳ

ରଣପୁର, ୨୪।୩(ଡି.ଏନ୍‌.ଏ.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୟାଗଡ଼ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମଙ୍ଗଳବାର ଲକ୍‌ଡାଉନ୍‌ର ପ୍ରଥମ ଦିନରେ ରାଜସୁନାଖଳାର ବିଭିନ୍ନ ସ୍ଥାନରେ ଲୋକେ ପ୍ରଶାସନିକ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ପରିବା ମାର୍କେଟରେ ଭିଡ଼ ଅସମ୍ଭାଳ ହେଉଛି। ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଅନେକେ ବିଭିନ୍ନ ପ୍ରକାର ବାହାନା ଦେଖାଇ ରାସ୍ତାଘାଟରେ ବୁଲୁଛନ୍ତି। ପୋଲିସ ପକ୍ଷରୁ ପରିବା ମାର୍କେଟରେ ବ୍ୟବସାୟୀ ଓ ଗ୍ରାହକଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା ଲାଗି ଦୀର୍ଘ ସମୟ ଧରି ସଚେତନ କରାଯାଉ ଥିଲେ ମଧ୍ୟ ଲୋକେ ଏଥିପ୍ରତି ସଚେତନ ହେଉ ନାହାନ୍ତି। ରବିବାର ଜନତା କର୍ଫ୍ୟୁକୁ ଯେଉଁଭଳି ଭାବେ ଅଞ୍ଚଳବାସୀ ସମର୍ଥନ କରିଥିଲେ ଲକ୍‌ଡାଉନ୍‌କୁ ସେଭଳି ସହଯୋଗ କରୁ ନ ଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କରୋନା ଟେଷ୍ଟ ଫି’ ୨୨୦୦ ଟଙ୍କା

ଭୁବନେଶ୍ୱର,୩।୭(ବ୍ୟୁରୋ): ଏଣିକି ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ କରାଇପାରିବେ। ଏଥିପାଇଁ ୨୨ଶହ ଟଙ୍କା ଫି’ ଦେବାକୁ ପଡ଼ିବ। ରାଜ୍ୟ ସରକାର ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ସର୍ବାଧିକ...

୧୨୦ ଦେଶକୁ ସହାୟତା ଦେବ ଆମେରିକା

ଓ୍ବାଶିଂଟନ,୪ା୫: କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ଭାରତ ସମେତ ୧୨୦ ଦେଶକୁ ଆମେରିକା ୭୭୫ ନିୟୁତ ଡଲାର ସହାୟତାର ପ୍ରତିଶ୍ରୁତି ଦେଇଛି। ଜରୁରୀ ସ୍ବାସ୍ଥ୍ୟସେବା, ମାନବୀୟ...

ନକଲି କାଗଜପତ୍ରରେ ଋଣ, ୨୯ ଲକ୍ଷ ୪୦ ହଜାର ଟଙ୍କା ହଡ଼ପ : ଫାଇନାନ୍ସ କମ୍ପାନୀର ୨ କର୍ମଚାରୀ ଗିରଫ

ସମ୍ବଲପୁର,୮।୭(ବ୍ୟୁରୋ) : ସ୍ପନ୍ଦନ ନାମକ ଫାଇନାନ୍ସ କମ୍ପାନୀର ୨ଜଣ ଅଧିକାରୀ କମ୍ପାନୀର ୨୯ ଲକ୍ଷ ୪୦ ହଜାର ୬୫ ଟଙ୍କା ଠକେଇ କରିଛନ୍ତି। ସେମାନେ ହେଲେ...

ହକି ଗଡ଼ରେ ଉତ୍ସବ

ସୁନ୍ଦରଗଡ଼,୫।୮(ଡି.ଏନ୍‌.ଏ.): ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତ ପୁରୁଷ ହକି ଦଳ ବ୍ରୋଞ୍ଜପଦକ ହାସଲ କରିଛି ଭାରତୀୟ ଦଳ। ଏହାପରେ ଓଡ଼ିଶା ହକିର...

ଚୋରି ଉଦ୍ୟମ ପଣ୍ଡ: ୪ ଚୋରଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଚିତ୍ରଡ଼ା,୨୦।୬: ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଭୋଳାଗଡ଼ିଆ ଆଶ୍ରମ ସ୍କୁଲକୁ ଚୋରି କରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଛନ୍ତି ୪ ଯୁବକ। ପରେ ସେମାନଙ୍କୁ ପୋଲିସକୁ...

ମିଳୁନି ଧାନ ବିକ୍ରି ଟଙ୍କା:ବିଷ ବୋତଲ ଧରି ଧାରଣାରେ ଚାଷୀ

ପଦ୍ମପୁର, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ସେବା ସମବାୟ ସମିତିରେ ଧାନବିକ୍ରି କରି ୬ ମାସ ହେଲା ଟଙ୍କା ପାଇନାହାନ୍ତି...

ତାତିକୁ ନେଇ ସରକାରଙ୍କ ଅଜବ ନୀତି: ବିଦ୍ୟାଳୟ ଛୁଟି, ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲା

ଚନ୍ଦାହାଣ୍ଡି,୩୦।୪(ଡି.ଏନ.ଏ): ବର୍ଦ୍ଧିତ ତାପମାତ୍ରା ଯୋଗୁ ରାଜ୍ୟରେ ଏପ୍ରିଲ ୧୮ରୁ ସମସ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଛୁଟି ଘୋଷଣା କରିଛନ୍ତି। ତେବେ ରାଜ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ରରେ...

ନିଃଶ୍ୱାସରେ ୮ ମିଟର ଯାଇପାରେ ଭୂତାଣୁ

ନୂଆଦିଲ୍ଲୀ,୨ା୪: କରୋନା ସଂକ୍ରମଣ ରୋକିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଆମେରିକା ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ (ସିଡିସି) ପକ୍ଷରୁ...

Advertisement


Archives

Model This Week