Posted inଖେଳ

ଲକ୍‌ଡାଉନ୍‌ ବୃଦ୍ଧି ଦୀନେଶଙ୍କୁ ଭ୍ରମରେ ପକାଇଥିଲା

କୋଲକାତା, ୧୨ା୬ (ପି.ଟି.)-କୋଭିଡ୍‌-୧୯ ଲକ୍‌ଡାଉନ୍‌ ମିଆଦ କ୍ରମେ ବୃଦ୍ଧି ଯୋଗୁ ଭାରତୀୟ ଉକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କୁ ଭ୍ରମରେ ପକାଇଥିଲା। କେରୋନାଭାଇରସ୍‌ ବ୍ୟାପିବାରୁ ମାର୍ଚ୍ଚ ୨୫ରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ କାର୍ଯ୍ୟକାରୀ କରାଗଲା। ସମସ୍ତ କ୍ରିକେଟରଙ୍କୁ ଘରେ ରହିବାକୁ ହୋଇଥିଲା, ଯଦିଓ ପର୍ଯ୍ୟାୟ କ୍ରମେ ଏଥିରେ କୋହଳ କରାଗଲା। ପ୍ରଥମାବସ୍ଥାରେ ଲକ୍‌ଡାଉନ ଭଲ ଲାଗିଥିଲା। ଘରେ ରହି ଟ୍ରେନିଂ ନେବାରେ ଖୁସି ଅନୁଭବ ହେଉଥିଲା। ମାତ୍ର ପରେ ଏହାର ମିଆଦକୁ ୨, ୩ ଓ ୪ ସପ୍ତାହ ବୃଦ୍ଧି କରାଯିବାରେ ମୁଁ ସନ୍ଦିହାନରେ ପଡ଼ିଯାଇଥିଲି। ମୁଁ ମୋର ପରବର୍ତ୍ତୀ ମ୍ୟାଚ କେବେ ଖେଳିବି ତାହା ଅନୁମାନ କରିପାରୁ ନ ଥିଲି। ମୁଁ କାହାପାଇଁ ଘରେ ଅଭ୍ୟାସ କରୁଛି ବୋଲି ମୋର ମନରେ ପ୍ରଶ୍ନ ଆସିଥିଲା। ଲକ୍‌ଡାଉନ୍‌ ଶେଷରେ ମୋ ପାଇଁ ବୋରିଂର କାରଣ ହୋଇଥିଲା। ସୌଭାଗ୍ୟବଶତଃ ୩୫ ବର୍ଷୀୟ କ୍ରିକେଟରଙ୍କ ସ୍ତ୍ରୀ ଜଣେ ଅନ୍ତର୍ଜାତୀୟ ସ୍କ୍ବାଶ ଖେଳାଳି ଦୀପିକା ପାଲିକଲ। ସେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ତାଙ୍କଠାରୁ ଦୀନେଶଙ୍କୁ ପ୍ରେରଣା ମିଳିଥିଲା। ଦୀପିକା ଏକ ବ୍ୟକ୍ତିଗତ ଖେଳ ସହିତ ଜଡ଼ିତ। ସେ ତାଙ୍କର ପରବର୍ତ୍ତୀ ମ୍ୟାଚ କେବେ ଖେଳିବେ ତାଙ୍କୁ ଜଣା ନ ଥିଲା। ମୋ ମନରେ ଧାରଣା ସୃଷ୍ଟି ହୋଇଥିଲା ସ୍କ୍ବାଶ ଅପେକ୍ଷା କ୍ରିକେଟ ବୋଧ ହୁଏ ଆଗ ଆରମ୍ଭ ହେବ। କିନ୍ତୁ ଆଗକୁ କୌଣସି ଟୁର୍ନାମେଣ୍ଟ ନ ଥିଲେ ମଧ୍ୟ ଦୀପିକା ବିନାଦ୍ୱିଧାରେ ତାଙ୍କ ଅଭ୍ୟାସ ଜାରି ରଖିଥିଲେ। କୋଭିଡ୍‌-୧୯ ଯୋଗୁ ଆଗକୁ କ୍ରିକେଟ ଆରମ୍ଭ ହେଲେ ବଲ୍‌ଙ୍କୁ ଚକ୍‌ଚକ୍‌ କରିବା ଲାଗି ଛେପ ବ୍ୟବହାର ଉପରେ କଟକଣା ରହିଛି। ଲମ୍ବା ଫର୍ମାଟରେ ବୋଲରମାନଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କାର୍ତ୍ତିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri