ଲକ୍‌ଡାଉନ୍‌: ଘରକୁ ଫେରୁଥିବା ବ୍ୟକ୍ତିଙ୍କ ଶେଷ କଥା, ଯଦି ନେବାକୁ ଆସିପାରିବ ତେବେ ଆସ…

ଆଗ୍ରା,୩୦।୩: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାରା ଦେଶରେ ୨୧ ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ରେ ଜରୁରୀ ସେବା ଜାରି ରହିଥିବା ବେଳେ ଅନ୍ୟ କାର୍ଯ୍ୟପନ୍ଥା ସବୁ ବନ୍ଦ ରହିଛି। କାର୍ଯ୍ୟ ବନ୍ଦ ହୋଇଯିବାରୁ ଶ୍ରମିକମାନଙ୍କ ପାଖରେ ପଇସା ନ ଥିବା ବେଳେ ସେମାନେ ନିଜ ରାଜ୍ୟକୁ ବା ନିଜ ଘରକୁ ଫେରିଯିବାକୁ ଚାହୁଛନ୍ତି। ହେଲେ ଗାଡିମଟର ବନ୍ଦ ଥିବାରୁ ଲୋକମାନେ ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ସମୟରେ କେତେକଙ୍କ ମୃତ୍ୟୁ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ଇତିମଧ୍ୟରେ ଶନିବାର ଜଣେ ୩୮ବର୍ଷୀୟ ବ୍ୟକ୍ତି ୨୦୦କିଲୋମିଟର ଚାଲିବା ପରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏବେ ତାଙ୍କର ଏକ ଅଡିଓ କଲ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ଉକ୍ତ ବ୍ୟକ୍ତି ନିଜ ଘର ଲୋକଙ୍କ ସହ କଥା ହେଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରଣବୀର ନାମକ ଜଣେ ବ୍ୟକ୍ତି ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ କାର୍ଯ୍ୟ କରୁଥିଲେ। ରେଷ୍ଟୁରାଣ୍ଟ ବନ୍ଦ ହେବା ପରେ ରଣବୀର ନିଜ ଗାଁକୁ ଚାଲିକି ଯାଉଥିଲେ। କିନ୍ତୁ ଘରକୁ ପହଞ୍ଚିବା ପୂର୍ବରୁ ଆଗ୍ରା ସହରର ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପୋଲିସ ତାଙ୍କ ଘରଲୋକଙ୍କୁ ଖବର ଦେଇଥିଲା। ତେବେ ମୃତ୍ୟୁପୂର୍ବରୁ ରଣବୀରଙ୍କ ୪୨ ସେକେଣ୍ଡର ଏକ ଅଡିଓ କଲ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନିଜ ଘର ଲୋକଙ୍କୁ କହିଛନ୍ତି, ଯଦି ନେବା ପାଇଁ ଆସିପାରୁଛ ତେବେ ଆସିଯାଅ। ଅପରକ୍ଷେ ଭୋକ ଉପାସରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି। ସେପଟେ ସିକନ୍ଦରା ଥାନା ପୋଲିସଙ୍କ କହିବା କଥା, ରଣବୀରଙ୍କ ମୃତ୍ୟୁ ହୃଦ୍‌ଘାତରୁ ହୋଇଛି। ତେବେ ତାଙ୍କର କିଭଳି ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟ ସଂଖ୍ୟା ୩୩ରେ ପହଞ୍ଚିଲା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ଏବଂ ତାଙ୍କୁ ଡିସ୍‌ଚାର୍ଜ କରାଯିବ। ଏହାକୁ ମିଶାଇ ୩୩ଜଣ ସଂକ୍ରମିତ ସୁସ୍ଥ...

କୁକୁର କିଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ, ପରିଣାମ ହେଲା ଏମିତି

ବିଜନୋର,୨୯।୭: ଉତ୍ତରପ୍ରଦେଶ ବିଜନୋରରେ କୁକୁର କିଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ବିବାଦ ଏତେ ବଢି ଯାଇଥିଲା ଯେ ଉଭୟ ପକ୍ଷ ଗୁଳି ବିନିମୟରେ...

ଆମେରିକାରେ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି ନ୍ୟୁୟର୍କ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ...

ବିମାନରେ ପରିସ୍ରା ମାମଲା: ୪ କ୍ୟାବିନ କ୍ରୁ, ଜଣେ ପାଇଲଟଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୭।୧: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଏୟାର ଇଣ୍ଡିଆ ପକ୍ଷରୁ ୪...

ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତକୁ ମିଳିଯିବ ଫାଇଟର ଜେଟ୍ ରାଫାଲ: ଫ୍ରାନ୍ସ ରାଷ୍ଟ୍ରଦୂତ

ହାଇଦ୍ରାବାଦ,୯ ।୧୦: ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଶୁକ୍ରବାର କହିଛନ୍ତି କୋଭିଡ-୧୯ ଯୋଗୁ ଉପୁଜିଥିବା ବାଧା ପରେ ବି ଏରୋସ୍ପେଶର ବଡ କମ୍ପାନୀ ଦୈଶି ଆଭିଏଶନ...

ପ୍ରେମିକାଙ୍କୁ ମାରି ଘରେ ପୋତି ପ୍ରେମିକ କରିଦେଲେ ସିମେଣ୍ଟ ପ୍ଲାଷ୍ଟର, ଜଣାପଡ଼ିବା ପରେ…

ଭୋପାଳ,୨୮।୧: ମଧ୍ୟପ୍ରଦେଶର ଖରଗୋନର ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ସନ୍ତୋଷ ନାମକ ଜଣେ ପ୍ରେମିକ ନିଜ ବିବାହିତା ପ୍ରେମିକା ଛାୟାଙ୍କୁ ମାରି ତିଆରି କରିଥିବା...

କରୋନା ଚିହ୍ନଟ କରିବ କୁକୁର!

ଲଣ୍ଡନ: କରୋନା ଭୂତାଣୁ ଯୋଗୁ ସମଗ୍ର ବିଶ୍ୱବାସୀ ଚିନ୍ତାରେ। ଏହି ମାରାତ୍ମକ ଭୂତାଣୁ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ହାନି ହୋଇସାରିଥିବା ବେଳେ ଲକ୍ଷାଧିକ...

ଅଲୋଡ଼ା ପାଇଲଟ୍‌: ଅପରେଶନ୍‌ ଲୋଟସ୍‌-୨ରୁ ଦୂରରେ !

ଜୟପୁର, ୨୦।୯: ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ପୁଣି ସମସ୍ୟା ସୃଷ୍ଟି କରିବା ଲାଗି ଭାଜପା ପୁଣି ଅଣ୍ଟା ଭିଡ଼ିବା ଆରମ୍ଭ କରିଛି। ଏଥିରେ ଭାଜପା...

Advertisement
Archives

Model This Week