ଲକ୍‌ଡାଉନ୍‌ ଉଠିବା ପରେ ଗଞ୍ଜାମକୁ ଫେରିବେ ଲୋକେ: ସରପଞ୍ଚଙ୍କ ସହ ଆଲୋଚନା, ଆଇସୋଲେଶନ୍‌ ସେଣ୍ଟର ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର, ୨୪।୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଉଠିବା ପରେ ବାହାର ରାଜ୍ୟରେ ଅଟକିଥିବା ଲୋକେ ଗଞ୍ଜାମ ଜ଼ିଲାକୁ ଫେରିବେ। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ପଞ୍ଚାୟତ ଅଫିସକୁ ଯାଇ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜେଇ ଓ କର୍ମଚାରୀମାନଙ୍କ ସହ ଆଲୋଚନା ଶୁକ୍ରବାରଠାରୁ ଆରମ୍ଭ କରିଛନ୍ତି। ଏଥିସହ ପଞ୍ଚାୟତମାନଙ୍କରେ ଖୋଲାଯାଇଥିବା ଆଇସୋଲେଶନ ସେଣ୍ଟର ଜ଼ିଲାପାଳ ବୁଲି ଦେଖିଥିଲେ। ସେଠାରେ ପାଣି, ଆଲୋକ, ପାଇଖାନା, ବେଡ଼ ଆଦି ଆନୁସଙ୍ଗିକ ବ୍ୟବସ୍ଥା ଅଛି କି ନାହିଁ ତାର ଅନୁଧ୍ୟାନ କରିଥିଲେ। ବାହାର ରାଜ୍ୟରୁ ଆସିବାକୁ ଥିବା ଲୋକଙ୍କ ପଞ୍ଜିକରଣ କରିବାରେ ସହାୟତା ପ୍ରଦାନ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। କଣମଣା, ଆର୍ଯ୍ୟପଲି ଆଇସୋଲଶନ ସେଣ୍ଟର ପରିଦର୍ଶନ ବେଳେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ,ସରପଞ୍ଚ ଏସ୍‌ ଚକ୍ରପାଣିରେ ଏମ୍‌.ଗୁମାଲି, ବିଇଓ ଅଭିନାଶ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଜ଼ିଲାର ସମସ୍ତ ୫୦୩ ଆଇସୋଲେଶନ୍‌ ସେଣ୍ଟର ବୁଲି ନିଜେ ଅନୁଧ୍ୟାନ କରିବେ ବୋଲି ଜ଼ିଲାପାଳ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାଲାସେମିଆ ଶିଶୁଙ୍କ ଜୀବନ ସହ ଖେଳ

କଟକ ଅଫିସ,୨୪ା୧୧: ଥାଲାସେମିଆ ରୋଗରେ ଆକ୍ରାନ୍ତ ଶିଶୁଙ୍କ ଜୀବନ ପ୍ରତି ଏବେ ଘୋର ବିପଦ। ବିପଦ ପୁଣି ସ୍ବାସ୍ଥ୍ୟ ବିଭାଗ ଆଡୁ ସୃଷ୍ଟି ହୋଇଛି। ଏହି...

୨୭ରେ ପୂରଣ ମଣ୍ଡି ଘେରିବ ଭାଜପା

ବାଲିଆ, ୨୬।୨: ବିରିଡି ବ୍ଲକର ବିଭିନ୍ନ ସମବାୟ ସମିତିରେ ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଧାନ କିଣିବା ପାଇଁ ମଣ୍ଡି ଖୋଲାଯାଇଥିବା ବେଳେ ଧାନ ବିକ୍ରି ପାଇଁ...

ଗୋପାଳପୁରକୁ ବୟନ ଗ୍ରାମ ଭାବେ ଘୋଷଣା କରାଯିବ

ରସୁଲପୁର,୧୬।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତର ଟସର ବସ୍ତ୍ରର ହବ୍‌ ଭାବେ ପରିଚିତ ଗୋପାଳପୁର ଗାଁକୁ ବୟନ ଗ୍ରାମ ଭାବେ ଘୋଷଣା କରାଯିବ ବୋଲି...

କାଉଡ଼ିଆଙ୍କ ବୋଲବମ୍‌ ଶବ୍ଦରେ କମ୍ପିଲା ବୁଦ୍ଧେଶ୍ୱର

ଭୁବନ, ୨୨।୭(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ବୁଦ୍ଧେଶର ଶୈବପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାର ଜଳଲାଗି ପାଇଁ ୧୦ ହଜାରରୁ ଉଦ୍ଧର୍‌ବ କାଉଡ଼ିଆଙ୍କ ସମାଗମ ହୋଇଥିଲା।...

ନ୍ୟାୟ ନ ପାଇ ବିଧାନସଭା ମୁହାଁ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଗାଁଠୁ ସହର ସବୁଠି ସତେଯେମିତି ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ଅପହଞ୍ଚ ହୋଇଯାଉଛି। ଥାନାରୁ ଲୋକେ ଠିକ୍‌ ଭାବେ ନ୍ୟାୟ ପାଉନାହାନ୍ତି। ପୋଲିସର ତଦନ୍ତ...

ଲକ୍‌ଡାଉନରେ ବହି ପଢ, ଗଛ ଲଗାଅ: ଇମ୍ରାନ

ଇସ୍‌ଲାମାବାଦ,୪।୫: କରୋନା ସଂକ୍ରମଣ ରୋକିବାକୁ ଏବେ ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଫର୍ମୁଲାକୁ ଲାଗୁ କରାଯାଇଛି। ପାକିସ୍ତାନରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୩୪ ପଜିଟିଭ୍‌

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୭ ଜଣ ପିଲା ଅଛନ୍ତି। ସେହିପରି...

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାଜଗାଙ୍ଗପୁର, ୨୦।୪ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମପଞ୍ଚାୟତ ଲାଠୁପଡା ଗ୍ରାମରେ ଶୁକ୍ରବାର ବିବାହ ଭୋଜିଖାଇ ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ...

Advertisement
Archives

Model This Week