ଲକ୍‌ଡାଉନ୍‌ରେ ସ୍ତ୍ରୀଙ୍କ ପାଇଁ ଔଷଧ ଆଣିବାକୁ ଘୋଡ଼ାରେ ଗଲେ ବୃଦ୍ଧ

ସୋଲାପୁର,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଯାନବାହନ ଚଳାଚଳ କରୁ ନ ଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ମହାରାଷ୍ଟ୍ର ସୋଲାପୁର ଜିଲାରେ ଜଣେ ବୃଦ୍ଧ ସ୍ତ୍ରୀଙ୍କ ପାଇଁ ଔଷଧ ଆଣିବାକୁ ୭୦ କିମି ଘୋଡ଼ାରେ ଯାଇଛନ୍ତି। ଏବେ ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ଅକ୍କଲକୋଟ ଅଞ୍ଚଳର ଦର୍ଶନାଲ ଗାଁରେ ବାସ କରୁଥିବା ବୃଦ୍ଧ ଅଜମୋଦ୍ଦିନ୍‌ ପଠାନ ସାହେବ ଏଭଳି କରିଛନ୍ତି। ୬୭ ବର୍ଷ ବୟସ୍କା ସ୍ତ୍ରୀ ମମତାଜ୍‌ଙ୍କ ପାଇଁ ସେ ବ୍ଲଡ୍‌ ପ୍ରେସର ଔଷଧ ଆଣିବା ଲାଗି ସହରକୁ ଘୋଡ଼ାରେ ଯାଇଥିଲେ। ବାଟରେ ତାଙ୍କୁ ପୋଲିସ ପଚରାଉଚରା କରିଥିଲା। ତେବେ ଅଜମୋଦ୍ଦିନ ସ୍ତ୍ରୀଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିବା କହିଥିଲେ। ପରେ ପୋଲିସ ତାଙ୍କୁ ଯିବାକୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଦୁଇ ଭଉଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୭।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତିନି ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ପରିବାରର ଦୁଇ ଭଉଣୀ ଏକା ସାଙ୍ଗେ ନିଟ ପରୀକ୍ଷାରେ…

ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହେଲା ରଥଯାତ୍ରା, ବର୍ଷାକୁ ଖାତିର ନକରି ରଥ ଟାଣିଲେ ମହିଳା ଭକ୍ତ

ବଲାଙ୍ଗୀର,୧୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ସୁରୁଖୁରୁରେ ରଥଯାତ୍ରା ପାଳିତ ହୋଇଯାଇଛି । ଅପରାହ୍ଣରେ ଗୋପାଲଜୀ ମନ୍ଦିରରୁ ଶ୍ରୀଜିଉଙ୍କୁ ରଥାରୂଢ଼ କରାଯିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ରଥକୁ…

ଆସୁଛି ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍, ଆରବିଆଇ ଜାରି କଲା….

ନୂଆଦିଲ୍ଲୀ,୧୭।୭: ଦେଶରେ ଖୁବ୍‌ଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ମୁଦ୍ରା ବ୍ୟବସ୍ଥାରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ଆଧୁନିକ…

ଦ୍ୱିତୀୟ ଦିନରେ ଶ୍ରୀଜୀଉଙ୍କ ରଥ ଟଣା, ଶରଧାବାଲିରେ ତାଳଧ୍ବଜ ରଥ

ପୁରୀ,୬।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି। ରଥଯାତ୍ରାର ଦ୍ୱିତୀୟ ଦିନରେ ଭକ୍ତ ଶ୍ରଦ୍ଧାର ସହିତ ରଥ ଟାଣିଛନ୍ତି।…

ଇରାନ ବିରୋଧରେ ଯୁଦ୍ଧରେ ଯୋଗଦେବ ପାକିସ୍ତାନ? ସାଉଦି ଆରବ ଉପରେ ହୁଥିଙ୍କ କ୍ଷେପଣାସ୍ତ୍ର ମାଡ଼ ପରେ ରାଗିଲା ଇସଲାମାବାଦ

ଇସଲାମାବାଦ,୧୭।୭: ଇରାନ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଏବେ ନିଜକୁ ଏକ ସଂଘର୍ଷରେ ଫସାଇପାରେ। ୟେମେନର ହୁଥି…

ଜିଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ, କୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ, ଖେଳିଗଲା ଆତଙ୍କ

ଝାରସୁଗୁଡ଼ା, ୧୭।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ଓ ଦୌରା ଜଜ୍‌ଙ୍କ ଅଦାଲତ ପରିସରକୁ ବୋମା ମାଡ଼ କରି ଉଡ଼ାଇ ଦେବା ପାଇଁ ଏକ ସମ୍ବେଦନଶୀଳ…

IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁର କିଛି ପ୍ରମାଣ ମିଳିଛି, ଡିସିପି କହିଲେ ମୋବାଇଲରୁ…

କଟକ,୧୭ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଆଉ ଏକ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଡିଜିଟାଲ ପ୍ରମାଣ…

ବଡ଼ ଖୁଲାସା କଲେ ଆମିର ଖାନ୍‌: 3 idiots ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ନୁହେଁ, ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ଶିକ୍ଷାବିତ୍‌ ତଥା ସମାଜସେବୀ ସୋନମ ୱାଙ୍ଗଚୁକ ୨୦ ଦିନ ହେବ ଦିଲ୍ଲୀର ଯନ୍ତର ମନ୍ତରଠାରେ ଅନଶନରେ ବସିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଓଜନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri