ଲକ୍‌ଡାଉନ୍‌ରେ ସକ୍ରିୟ ଚୋରା ମଦ ବେପାରୀ: ୪ ମହୁଲି ମଦ ଭାଟି ଭାଙ୍ଗିଲା ଜି.ଉଦୟଗିରି ପୋଲିସ

ଜି.ଉଦୟଗିରି,୧୯।୪(ଡି.ଏନ୍‌.ଏ.): କରୋନା ମୁକାବିଲାକୁ ନେଇ ଜାରି ରହିଥିବା ଲକ୍‌ ଡାଉନ୍‌ ସମୟରେ ପ୍ରାୟ ସବୁକିଛି ବନ୍ଦ ରହିଛି। ଏହାର ସୁଯୋଗ ନେଇ ଚୋରା ମଦ ବେପାରୀ ଜଙ୍ଗଲ ଭିତରେ ମଦ ଭାଟି କରି ମଦ ପ୍ରସ୍ତୁତ କରୁଛନ୍ତି। ତେଣୁ ଜି.ଉଦୟଗିରି ପୋଲିସ ତରଫରୁ ସହରରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଚୋରା ମଦ ଜବତ ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି । କିଛିଦିନ ପୂର୍ବେ କନବାଗିରି ଜଙ୍ଗଲରେ ମଦ ଭାଟି ଭଙ୍ଗା ଯାଇଥିବା ବେଳେ। ରବିବାର ସକାଳୁ ପୋଲିସ ଆଇଆଇସି ଧିରଜ କୁମାର ଲେଙ୍କା ସଦଳବଳେ ରଟିଙ୍ଗିଆ ପଞ୍ଚାୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଜଙ୍ଗଲ ଭିତରେ ୪ ଟି ସ୍ଥାନରେ ବେଆଇନ ମହୁଲି ମଦ ଭାଟି ଥିବା ଖବରପାଇ ଜଙ୍ଗଲ ଭିତରେ ଭାଟି ଗୁଡିକୁ ଭାଙ୍ଗି ନଷ୍ଟ କରିଦେଇଥିଲେ । ଘଟଣାସ୍ଥଳଗୁଡିକରେ କେହି ନ ଥିବା ଯୋଗୁ କିଏ ଏସବୁ କରିଛି ହଠାତ ଜଣା ପଡି ନ ଥିଲେ ମଧ୍ୟ ଘଟଣାର ତଦନ୍ତ କରାଯାଉଛି ବୋଲି ପୋଲିସ ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ଆବର୍ଜନା ଗଦା ନେଇ ଗଣ୍ଡଗୋଳ: ଥାନାରେ ଦୁଇ ପକ୍ଷରୁ ଏତଲା

ଝୁମ୍ପୁରା, ୨୭।୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବସ୍‌ଷ୍ଟାଣ୍ଡ ନିକଟରେ ଅଳିଆ ଆବର୍ଜନା ପକାଯିବା ଘଟଣାକୁ କେନ୍ଦ୍ରକରି ଗତ ୨୩ ତାରିଖ ସନ୍ଧ୍ୟା ସମୟରେ ଗଣ୍ଡଗୋଳ ଘଟି...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ

ବଡବିଲ,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳରେ ଏକ ଲଜ୍ଜାକର ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।...

ବିଧାୟକଙ୍କ ବିରୋଧରେ ଏମ୍‌ପି କରୁଛନ୍ତି ଷଡ଼ଯନ୍ତ୍ର

ପାଲଲହଡା,୧୯ା୩(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲଙ୍କ ବିରୋଧରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଷଡ଼ଯନ୍ତ୍ର କରୁଥିବା ପାଲଲହଡ଼ା ବ୍ଲକ ବିଜେଡି ସଭାପତି...

୧୩ ମଠ ଲାଗି ବିନା ଦେୟରେ ସରକାରୀ ଜମି

ପୁରୀ ଅଫିସ, ୧୯।୫: ଜଗନ୍ନାଥ ମନ୍ଦିରର ସୁରକ୍ଷା ବଳୟର ଉନ୍ନତି ପାଇଁ ରାଜ୍ୟ ସରକାର ମେଘନାଦ ପାଚେରୀର ଚତୁଃପାର୍ଶ୍ୱର ୭୫ ମିଟର ଦୂରତା ମଧ୍ୟରେ ଥିବା...

ଆକର୍ଷଣ ସାଜିଲା ୨୦୦ରୁ ଊଦ୍ଧର୍‌ବ ସୁସଜ୍ଜିତ ବିମାନ

ସାକ୍ଷୀଗୋପାଳ,୧୮।୩ (ସ୍ବ.ପ୍ର./ ଡି.ଏନ୍‌.ଏ.): ପୁରୀ ଜିଲାର ପ୍ରସିଦ୍ଧ ଶୁକଳ ମେଳଣ ବେଶ୍‌ ମହାସମାରୋହରେ ପାଳିତ ହେଉଛି। ତେବେ ମେଳଣରେ ମୁଖ୍ୟ ଆକର୍ଷଣ ସାଜିଥିଲା ବିଭିନ୍ନ ବ୍ଲକରୁ...

ହାତୀର ଗଳିତ ମୃତଦେହ ଉଦ୍ଧାର

ବନ୍ତଳା, ୧୧ା୫(ଡି.ଏନ.ଏ.)-ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ବିଟ୍‌ ପଣସ ତଇଳାରେ ଶୁକ୍ରବାର ଅପରାହ୍ନରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି।...

ଚକ୍‌ଲେଟ୍‌ ଦେବା ବାହାନାରେ ନାବାଳିକାଙ୍କୁ ଅପହରଣ

ରଣପୁର,୭ା୭(ସ୍ବ.ପ୍ର.)-ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳରୁ ଜଣେ ନାବାଳିକା(ବୟସ-୮)ଙ୍କୁ ଚକ୍‌ଲେଟ୍‌ ଦେବା ବାହାନାରେ ଡାକି ଦୁବୁର୍ତ୍ତମାନେ ଅପହରଣ କରି ନେଇଥିବା ପରିବାର ପକ୍ଷରୁ ଶନିବାର ରାତିରେ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି ଭାରପ୍ରାପ୍ତ ସମ୍ପାଦକ

ନିମାପଡ଼ା, ୨୮।୧୦(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ର ଭାରପ୍ରାପ୍ତ ସମ୍ପାଦକ ବିଜୟ କୁମାର ସ୍ବାଇଁଙ୍କ କିଆକଣ୍ଟା ଗ୍ରାମସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ...

Advertisement
Archives

Model This Week