ଲକ୍‌ଡାଉନରେ ସହାୟତା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ବାଲେଶ୍ୱର ଅଫିସ,୧୭।୪-କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୁରୁବାର ପ୍ରଶାସନିକ ଅଧିକାରୀ ଏବଂ ଦଳୀୟ ନେତାଙ୍କ ସହ ଭିଡ଼ିଓ କନ୍‌ଫରେନ୍ସଂରେ ସହାୟତା ସମ୍ପର୍କରେ ଆଲୋଚନା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଗରିବ ଲୋକଙ୍କୁ ସହାୟତା କରିବା ସହ ପିଏମ୍‌ କେୟାର ଫଣ୍ଡକୁ ସହାୟତା କରିବା, ରକ୍ତଦାନ ଶିବିର, ମୋଦିଅନ୍ନ-ଦାନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ସମ୍ପର୍କରେ ପରାମର୍ଶ ଦେଇଛନ୍ତି।
ଜିଲାପ୍ରଭାରୀ ଗୋଲକ ମହାପାତ୍ର, ଜିଲାସଭାପତି ଉମାକାନ୍ତ ମହାପାତ୍ର, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ରେମୁଣା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ଭୋଗରାଇ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ସମସ୍ତ ୪୯ ମଣ୍ଡଳର ସଭାପତି ତଥା ଜିଲାର ନେତୃବୃନ୍ଦଙ୍କ ସହ ମଧ୍ୟ ଭିଡ଼ିଓ କନ୍‌ଫରେନ୍ସିଂରେ ଆଲୋଚନା କରିଥିଲେ। ଏଥିରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦୂର ପାଇଁ ରକ୍ତଦାନ ଶିବିର ଆୟୋଜନ କରିବା, ମାଦକ ଦ୍ରବ୍ୟର ଚୋରା କାରବାର ସମ୍ପର୍କରେ ପୋଲିସକୁ ଖବର ଦେବା, କରୋନା ଯୋଦ୍ଧା ପୋଲିସ, ସ୍ବାସ୍ଥ୍ୟ ଓ ସଫେଇ ବିଭାଗର କର୍ମଚାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା, ମୋଦିଅନ୍ନ-ଦାନ ଯୋଜନାରେ କେମିତି ଅଧିକରୁ ଅଧିକ ଅସହାୟ ଗରିବଙ୍କୁ ଖାଦ୍ୟ ବଣ୍ଟନ, ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପୋଲିସ୍‌ କର୍ମଚାରୀଙ୍କ ପାଇଁ ଜଳପାନର ବ୍ୟବସ୍ଥା କରିବା, ଭାଜପା ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ମାସ୍କ ତିଆରି କରି ସାଧାରଣ ଲୋକଙ୍କୁ ବାଣ୍ଟିବା ଭଳି କେତେକ ତଥ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଧାରଣା

ଯୋଡ଼ା, ୧୫।୧୧(ଡି.ଏନ.ଏ.)- ହୀଦ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ପାଳନ ଅବସରରେ ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଶୁକ୍ରବାର ପୁର୍ବାହ୍ନରେ କେନ୍ଦୁଝର ଜିଲା ଯୋଡା...

ଭଙ୍ଗା କୁଡ଼ିଆରେ ଭଗବାନ

ଢେଙ୍କାନାଳ ଅଫିସ, ୧୬।୨: ଗଛ ତଳେ ଦଦରା କୁଡ଼ିଆ। ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ବେଢ଼ାଯାଇଛି ଫଟା ପଲିଥିନ, କୋତରା...

୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ଉତ୍ତେଜନା

ଛେଣ୍ତିପଦା,୯ା୧୨ (ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଛିଣ୍ଡିପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ୨ ଦିନ ହେଲା ଉତ୍ତେଜନା ଦେଖାଦେଇଛି।...

ଚେନ୍ନାଇରୁ ବୋଟ୍‌ରେ ଫେରିଲେ ୩୮ ଦାଦନ

ଚିକିଟି,୨୫ା୪(ଡି.ଏନ.ଏ.)- ସାରା ଦେଶରେ ଲକ୍‌ଡାଉନ୍‌ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଫଳରେ ଜଳପଥ ଦେଇ ରାଜ୍ୟବାହାରେ ଫସିଥିବା ଲୋକେ ଘରକୁ ଫେରୁଛନ୍ତି। ଶନିବାର ସନ୍ଧ୍ୟାରେ...

ଖଣି, ଶିଳ୍ପାଞ୍ଚଳରେ ବର୍ଷା ପ୍ରଭାବିତ

ଯାଜପୁର ଅଫିସ,୩ା୧୦: ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ଚଳିତବର୍ଷ ବୃଷ୍ଟିପାତ ହ୍ରାସ ଚିନ୍ତାର ବିଷୟ ହୋଇଛି। ସାରା ଜିଲାରେ ଏହାର ପ୍ରଭାବ ମଧ୍ୟ ପଡିଛି।...

ଇଞ୍ଜେକ୍ସନ ନେଇ ୨୦ ରୋଗୀ ଗୁରୁତର

ବ୍ରହ୍ମପୁର ଅଫିସ,୩୦ା୭: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମେଡିସିନ ବିଭାଗର ୟୁନିଟ -୧ ଓ ୟୁନିଟ...

କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ

ଗଞ୍ଜାମ,୨୩ା୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ପନିପରିବା ଦର ଆକାଶଛୁଆଁ ହୋଇଛି। ବାଇଗଣ କିଲୋପିଛା ୬୦ ଟଙ୍କା ହୋଇଥିବା ବେଳେ ଟମାଟୋ ୫୦, ବିନ୍ସ ୧୦୦ ଟପିଛି। ସେହିପରି...

ବାଇକ୍‌ରେ ଯାଉଥିଲେ ଦମ୍ପତି: ପଡ଼ିଲା ଗଛଡାଳ

ମୁରିବାହାଲ,୨ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଳକ ଚନାବାହାଲ ଗ୍ରାମ ନିକଟରେ ଗୁରୁବାର ଜଣେ ବାଇକ୍‌ ଆରୋହୀଙ୍କ ଉପରେ ଏକ ଗଛ ଡାଳ ଭାଙ୍ଗି ପଡିଥିଲା। ଫଳରେ...

Advertisement
Archives

Model This Week