ଲକ୍ଷାଧିକ ଟଙ୍କାର ଗୁଟ୍‌ଖା, ସରଞ୍ଜାମ ଜବତ, ମାଲିକଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୪ା୮-ବଡବଜାର ପୋଲିସ ଶନିବାର ଅପରାହ୍ନରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଗୁଟ୍‌ଖା କାରଖାନାରେ ଚଢାଉ କରିଥିଲା। ପୋଲିସ ଶାର୍ଗୁଣା ସାହିରେ ଥିବା ଏକ ଦୁଇ ମହଲା ଘରୁ ୧.୭୨ ଲକ୍ଷ ଟଙ୍କାର ଗୁଟ୍‌ଖା ଓ ଏଥିରେ ବ୍ୟବହୃତ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ନଂ.୧୨୨/୧୯ରେ ଏକ ମାମଲା ରୁଜୁ କରିଛି। ଘଟଣାସ୍ଥଳରୁ ବେଆଇନ ଭାବେ ପ୍ରସ୍ତୁତ ହୋଇ ବଜାରକୁ ବିକ୍ରି ପାଇଁ ଗଛିତ ଥିବା ୪୨ ବସ୍ତା ଗୁଟ୍‌ଖା, ୨ଟି ପ୍ୟାକିଂ ମେଶିନ ଓ ବିଭିନ୍ନ ବ୍ରାଣ୍ଡର ପଲିଥିନ ଆଦି ଜବତ କରିଥିଲା। ମାଲିକ ନାରାୟଣ ସାହୁ, ତାଙ୍କ ଭାଇ ଟୁକୁନା ଏବଂ ଗୁଟ୍‌ଖା କାରଖାନାରେ କାମ କରୁଥିବା ୨ ଜଣ କର୍ମଚାରୀ ଉତ୍ତମ କୁମାର ସାହୁ ଓ ଶିବରାମ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି।
ଯେ, ଶାର୍ଗୁଣା ସାହି ୪ର୍ଥ ଲେନ୍‌ର ନାରାୟଣ ଏକ ୨ ମହଲା ଘରେ ବେଆଇନ ଭାବେ ଗୁଟ୍‌ଖା ପ୍ରସ୍ତୁତ କରୁଥିବା ପୋଲିସ ଖବର ପାଇଥିଲା। ଥାନାଧିକାରୀ ଏବଂ ତାଙ୍କ ଟିମ୍‌ ଶନିବାର ଉକ୍ତ କାରଖାନାରେ ଚଢାଉ କରିଥିଲେ। ରବିବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଭୂପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ତୃତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକ ଜଣକ...

ହାତୀ ଆକ୍ରମଣରେ ଜୀବନ ଗଲା

ବାରିପଦା ଅଫିସ,୧୬ା୧- ମୟୂରଭଞ୍ଜ ଜିଲା ଦେଉଳି ରେଞ୍ଜ ଅଞ୍ଚଳରେ ସୋମବାର ସାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟ ହୋଇଛି। ମୃତକ ହେଲେ ସାଲସାହିର ରାମ ଭକ୍ତା(୫୦)।...

ହୀରାକୁଦ ଡ୍ୟାମ୍‌ରେ ବୁଡିଯାଇ ୨ ଅଧିକାରୀ ନିଖୋଜ, ଜଣେ ଉଦ୍ଧାର

ସମ୍ବଲପୁର,୭ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ...

ଦବିଲା ପୋଲ

ନୟାଗଡ଼ ଅଫିସ,୨୮।୧୨: ନୟାଗଡ଼ ଜିଲା ଶରଣକୁଳରୁ ପୁରୀକୁ ପଡିଥିବା ନୂଆ ଜଗନ୍ନାଥ ସଡକର ଡିମିସର ଦୁଆଣ୍ଟ ପୋଲ ବୁଧବାର ଦବି ଯାଇଛି। ୪୦ ବର୍ଷର ଏହି...

ଝିଅଙ୍କୁ କପି ଦେବାକୁ ଯାଇ ସ୍କୁଲ ପାଚେରିରୁ ଖସିପଡ଼ିଲେ ବାପା, ନାକ ଫାଟିଲା

ପରଜଙ୍ଗ,୨୨।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ଗଡ଼ପଳାଶୁଣି ହାଇସ୍କୁଲରେ ଶନିବାର ମାଟ୍ରିକ୍‌ ପରୀକ୍ଷା ଚାଲିଥିଲା। ଏହି ସମୟରେ କପି ଦେବାକୁ ଯାଇଥିବା...

ସ୍ବାମୀଙ୍କ ଏସିଡ୍‌ ମାଡ଼ରେ ଗୁରୁତର ସ୍ତ୍ରୀଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ, ୨୭ା୨:ସ୍ବାମୀଙ୍କ ଏସିଡ୍‌ ମାଡ଼ରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ସ୍ତ୍ରୀଙ୍କ ରବିବାର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ...

ଭାଙ୍ଗିଲା ବିଦ୍ୟାଳୟ ଛାତ: ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ଦେବଗଡ଼,୨୪।୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅଧୀନ କଲଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସ୍କୁଲ ଛାତ ଭାଙ୍ଗି ଯାଇଛି। ସକାଳୁ ପାଠପଢ଼ା ଚାଲିଥିବା ସମୟରେ...

ବିଜୁ ମଇଦାନରୁ ମୁହଁ ଫେରାଉଛନ୍ତି ବୟସ୍କ

ଅନୁଗୋଳ ଅଫିସ, ୧୪।୧: ଅନୁଗୋଳ ସହର ଭିଆଇପି ରୋଡ୍‌ରେ ଥିବା ବିଜୁ ମଇଦାନରେ ଏବେ ସୁସ୍ଥ ବାତାବରଣ ନାହିଁ। ବିଶେଷକରି ସନ୍ଧ୍ୟାରେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି।...

Advertisement
Archives

Model This Week