Posted inଖେଳ

ରୋନାଲ୍ଡୋ ସମାଲୋଚିତ

ରୋମ, ୨୦।୬ – ତାରକା ଖଚିତ ଜୁଭେଣ୍ଟସକୁ ହରାଇ ନାପୋଲି କୋପା ଇଟାଲିଆ ଫୁଟବଲ ଟାଇଟଲ ଜିତିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଏହି ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ ୪-୨ ଗୋଲରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦଳକୁ ହରାଇ ଚାମ୍ପିୟନ ହୋଇଛି। ନିର୍ଦ୍ଧାରିତ ସମୟ ଖେଳ ଗୋଲଶୂନ୍ୟ ରହିଥିଲା। ମାତ୍ର ଶୁଟ୍‌ଆଉଟରେ ବାଜି ମାରିଥିଲା ନାପୋଲି। ଅଲିମ୍ପିକୋ ଷ୍ଟାଡିୟମରେ ବିନା ଦର୍ଶକରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଗତ ୬ ସିଜନରେ ନାପୋଲିର ଏହା ସର୍ବଶ୍ରେଷ୍ଠ ସଫଳତା। ଦଳର ମ୍ୟାନେଜରଭାବେ ଗେନାରୋ ଗଟୁସୋପାଇଁ ମଧ୍ୟ ଏହା ବଡ଼ ସଫଳତା। ଜୁଭେଣ୍ଟସ ଏହି ମ୍ୟାଚ ହାରିବାପରେ ରୋନାଲ୍ଡୋଙ୍କୁ ପ୍ରଶଂସକମାନେ କଡ଼ା ସମାଲୋଚନା କରିଛନ୍ତି। କାରଣ ସେ ପେନାଲ୍ଟି ଶୁଟ୍‌ଆଉଟରେ ଭାଗ ନେଇ ନ ଥିଲେ। ଜୁଭେଣ୍ଟସର ପାଉଲୋ ଡିବାଲା ଓ ଡାନିଲୋ ପ୍ରତିପକ୍ଷ ଗୋଲକିପରଙ୍କୁ ଚକ୍‌ମା ଦେବାରେ ବିଫଳ ହୋଇଥିଲେ। ରୋନାଲ୍ଡୋ କାହିଁକି ପେନାଲ୍ଟି ଶଟ୍‌ ମାରିଲେ ନାହିଁ ବୋଲି ଏବେ ବିଭିନ୍ନ ମହଲରୁ ପ୍ରଶ୍ନ ହେଉଛି। ଆଲୋଚନା ହେଉଛି ଯେ, ରୋନାଲ୍ଡୋ ଦଳ ପକ୍ଷରୁ ୫ମ ଶଟ୍‌ ମାରିବାର ଥିଲା, ମାତ୍ର ସେ ପର୍ଯ୍ୟନ୍ତ ଶୁଟ୍‌ଆଉଟ ତିଷ୍ଠି ନ ଥିଲା। ଶୁଟ୍‌ଆଉଟରୁ ଦୂରେଇ ରହିବା ରୋନାଲ୍ଡୋଙ୍କ ପାଇଁ ଏହା ପ୍ରଥମ ନୁହେଁ। ୟୁରୋ ୨୦୧୨ରେ ପର୍ତ୍ତୁଗାଲ ପକ୍ଷରୁ ଖେଳୁଥିବାବେଳେ ସେ ସ୍ପେନ୍‌ ବିପକ୍ଷରେ ତାହା କରିଥିଲେ। ସେହିପରି ୨୦୧୭ କନ୍‌ଫେଡେରେଶନ କପ୍‌ରେ ତୁର୍କୀ ବିପକ୍ଷରେ ମଧ୍ୟ ସେ ଦୂରେଇ ରହିଥିଲେ। ରୋନାଲ୍ଡୋଙ୍କ ଏପରି କାର୍ଯ୍ୟକୁ ସହଜରେ ପ୍ରଶଂସକ ଗ୍ରହଣ କରିପାରୁ ନାହାନ୍ତି। ଜଣେ ଲିଡର ଭାବରେ ସେ ପ୍ରଥମ ଶଟ୍‌କୁ ଗୋଲରେ ପରିଣତ କରି ଖେଳାଳିଙ୍କ ଆତ୍ମବିଶ୍ୱାସକୁ ଦୃଢ଼ କରିବା କଥା ବୋଲି ସେମାନେ ଭାବୁଛନ୍ତି। ରୋନାଲ୍ଡୋ ଖେଳିଥିବା ମ୍ୟାଚ ଗୁଡ଼ିକ ମଧ୍ୟରୁ ୧୧ଟି ପେନାଲ୍ଟି ଶୁଟ୍‌ଆଉଟକୁ ଯାଇଛି। ଏଥିରୁ ସେ ୬ଟି ମ୍ୟାଚରେ ଶଟ୍‌ ମାରିବାକୁ ଯାଇଛନ୍ତି। ସେଥିରୁ ୪ଟିରେ ଗୋଲ ଦେଇଥିବାବେଳେ ୨ଟି ମିସ୍‌ କରିଛନ୍ତି। ୩ଟି ମ୍ୟାଚରେ ସେ ଶୁଟ୍‌ଆଉଟକୁ ଏଡ଼ାଇ ଯାଇଛନ୍ତି। ଏହି ପର୍ଯ୍ୟାୟରେ ତାଙ୍କ ସଫଳତା ହାର ୫୪%। ତାଙ୍କ ତୁଳନାରେ ଅନ୍ୟତମ ତାରକା ଫୁଟବଲର ଲିଓନେଲ ମେସିଙ୍କ ସଫଳତା ହାର ଅଧିକ ରହିଛି। ମେସି ଖେଳିଥିବା ମ୍ୟାଚଗୁଡ଼ିକ ମଧ୍ୟରେ ୫ଟି ମ୍ୟାଚ ଶୁଟ୍‌ଆଉଟକୁ ଯାଇଛି। ସବୁଥିରେ ସେ ଶଟ୍‌ ମାରିବାକୁ ଯାଇଛନ୍ତି। ଏଥିରୁ ୪ଟିରେ ଗୋଲ ଦେଇଥିବାବେଳେ ଗୋଟିଏରେ ଫେଲ୍‌ ମାରିଛନ୍ତି। ତାଙ୍କ ସଫଳତା ହାର ହେଉଛି ୮୦%। ନାପୋଲି ଚାମ୍ପିୟନ ହେବାପରେ ହଜାର ହଜାର ପ୍ରଶଂସକ ରାସ୍ତାକୁ ଆସି ଖୁସି ମନାଇଛନ୍ତି। ତେବେ ଅନେକ ପ୍ରଶଂସକଙ୍କ ମୁହଁରେ ମାସ୍କ ନ ଥିବାବେଳେ ସେମାନେ ସାମାଜିକ ଦୂରତ୍ୱ ରଖିବାକୁ ଭୁଲି ଯାଇଥିଲେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। କରୋନା ଭାଇରସ ସଂକ୍ରମଣ ସମୟରେ ପ୍ରଶଂସକମାନେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟାରେ ଏକତ୍ରିତ ହୋଇ ବିପଦକୁ ଡାକି ଆଣିଛନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସହକାରୀ ନିର୍ଦ୍ଦେଶକ ରାନିଏରି ଗୁଇରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନଠାରୁ ଭାରତ ପରାସ୍ତ

ସିଲ୍‌ହେଟ୍‌,୮ା୧୦(ପି.ଟି.): ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟରେ ଭାରତ ଶୁକ୍ରବାର ପାକିସ୍ତାନଠାରୁ ୧୩ ରନରେ ହାରିଯାଇଛି। ୬ବର୍ଷ ମଧ୍ୟରେ ଭାରତ ବିପକ୍ଷରେ ଏହା ହେଉଛି...

ରାଜ୍ୟ ସଭାକୁ ଯାଇପାରନ୍ତି ହରଭଜନ

ଚଣ୍ଡିଗଡ,୧୭।୩: ପଞ୍ଜାବରେ ଆମ ଆଦମୀ ପାର୍ଟି କ୍ଷମତାକୁ ଆସିଛି। ଭାଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି। ଏଏପି ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ...

ଓ୍ବେଷ୍ଟଇଣ୍ଡିଜ ୧୫୦/୪

ଭୁବନେଶ୍ୱର,୨୨।୧୨- କଟକସ୍ଥ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଏପର୍ଯ୍ୟନ୍ତ ୩୩ ଓଭର ଖେଳି ୪ ଉଇକେଟ ହରାଇ ୧୫୦...

ଟସ୍‌ ଜିତି ଭାରତର ବ୍ୟାଟିଂ

କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଗୁରୁବାର ଅନ୍ତିମ ମ୍ୟାଚରେ ଭାରତୀୟ ଅଧିନାୟକ ଶିଖର ଧାଓ୍ବନ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।...

ଏହି ଉପଲବ୍ଧି ହାସଲ କରିବାରେ ଧୋନୀଙ୍କ ସମକକ୍ଷ ହେଲେ କୋହଲି, ପ୍ରତିକ୍ରିୟାରେ କହିଲେ…

ଅହମ୍ମଦାବାଦ,୪।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ନୂଆ ଉପଲବ୍ଧି ହାସଲ କରିଛନ୍ତି। ସବୁଠାରୁ ଅଧିକ ଥର ଟେଷ୍ଟ ମ୍ୟାଚ୍‌ରେ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ: ଏହି ୪ ଦଳ ମଧ୍ୟରେ ଖେଳାଯିବ ସେମିଫାଇନାଲ୍‌

ନୂଆଦିଲ୍ଲୀ,୨୨।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ର ସୁପର -୧୨ ମ୍ୟାଚ ଅକ୍ଟୋବର ୨୩ରୁ ଆରମ୍ଭ ହେବ, କିନ୍ତୁ ଏହା ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର...

ବିରାଟ କୋହଲି ପିନ୍ଧିଥିବା ଘଣ୍ଟାର ମୂଲ୍ୟ କେତେ ଜାଣନ୍ତି

କରୋନା ଯୋଗୁ ଏବେ ସବୁ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଅଧିକାଂଶ କ୍ରିକେଟର ସୋସିଆଲ ମିଡିଆରେ...

କିଛି ଦିନ ତଳେ ୩୦ କୋଟିର ଫ୍ଲାଟ; ଏବେ ୫ କୋଟି ମୂଲ୍ୟର ଘଣ୍ଟା କିଣି ଚର୍ଚ୍ଚାରେ ଏହି ଭାରତୀୟ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୭।୮: ଭାରତୀୟ କ୍ରିକେଟ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍‌ଶୀଘ୍ର ମଇଦାନକୁ ଫେରିବେ। ସେ ଏବଂ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ଆଇପିଏଲ୍‌ ୨୦୨୧ର...

Advertisement
Archives

Model This Week