ରୋଜଗାର ଦେଇପାରୁନି କୌଳିକ ବୃତ୍ତି: ବେଉସାରେ ବାଧକ କରୋନା

ଛେଣ୍ଡିପଦା, ୨୪।୫(ସ୍ବ.ପ୍ର.)- କୌଳିକ ବୃତ୍ତି ଉପରେ ନିର୍ଭର କରି ଆଉ ଚଳିହେଉନି। ଅନ୍ୟ ସମୟ କଥା ଥିଲା ଅଲଗା। ହେଲେ ବର୍ତ୍ତମାନର କରୋନା କଟକଣା କମାର, ଖଲି ବିକାଳିଙ୍କ ରୋଜଗାର ଛଡାଇନେଇଛି। ଫଳରେ ବନ୍ଦ ହୋଇଯାଇଛି ଆୟର ଏକମାତ୍ର ପନ୍ଥା। ପ୍ରସ୍ତୁତ ସାମଗ୍ରୀ ନେବାକୁ ଗ୍ରାହକ ନ ଥିବାବେଳେ ସେସବୁ ସେମିତି ଘରେ ପଡ଼ିରହିଛି, ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳର କମାର ଓ ଖଲି ଚଉପାତି ବିକାଳି।
ଛେଣ୍ଡିପଦା ବ୍ଲକରେ ବାସ କରୁଥିବା ବହୁ କମାର ଓ ଖଲି ଚଉପାତି ବିକାଳି ସେମାନଙ୍କ କୌଳିକ ବୃତ୍ତିରୁ ପେଟ ପୋଷିଥାନ୍ତି। ବ୍ଲକର ରାଇଝରଣ, ବାଗଡିଆ, ଶିମିଳିପାଳ ଆଦି ପଞ୍ଚାୟତରେ ରହୁଥିବା କମାର କାରିଗର ବିଭିନ୍ନ ପ୍ରକାର ଲୁହା ତିଆରି ଉପକରଣ ଟାଙ୍ଗିଆ, କୋଦାଳ, ଶାବଳ, କାଙ୍କ, ପନିକି, ହାତୁଡି, କୁରାଢି, ଦା’ ଆଦି ପ୍ରସ୍ତୁତ କରି ଏହାକୁ ବିକ୍ରି କରିଥାନ୍ତି। ହେଲେ କରୋନା ଯୋଗୁ ଏବେ ସେମାନେ ହାତ ବାନ୍ଧି ବସିଛନ୍ତି। ପୂର୍ବ ତିଆରି ସାମଗ୍ରୀ ବିକ୍ରି ହୋଇପାରି ନ ଥିବାରୁ ସମ୍ପୃକ୍ତ କାରିଗର କ୍ଷତି ସହିବା ସହ ରୋଜଗାର ମଧ୍ୟ ହରାଇ ବସିଛନ୍ତି। ସେହିପରି ବହୁ ଆଦିବାସୀ ସମ୍ପ୍ରଦାୟର ଲୋକ ଖଲି ଚଉପତି ବିକ୍ରି ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏବେ କରୋନା କଟକଣା ଯୋଗୁ ରାସ୍ତା ପାର୍ଶ୍ୱ ଜଳଖିଆ ଦୋକାନ ବନ୍ଦ ରହିବା ସହ ବାହାଘର, ମେଳା ଆଦି ଉତ୍ସବ ପାଳନ ପାଇଁ ମଧ୍ୟ ମନା ହୋଇଛି। ଫଳରେ ସେମାନଙ୍କ ତିଆରି ସାମଗ୍ରୀ ବିକ୍ରି ହୋଇ ନ ପାରି ପଡିରହିଛି। ଏପରି ଅବସ୍ଥାରେ ବିନା ରୋଜଗାରରେ ଘର ଚଳାଇବା ସେମାନଙ୍କ ପାଇଁ କାଠିକର ପାଠ ହୋଇପଡିଛି। ଏ ସମ୍ପର୍କରେ ଚଉପତି ବିକାଳି ପାର୍ବତୀ ନାଏକ କୁହନ୍ତି, ହାତ ତିଆରି ଖଲି ଚଉପତି ବିକ୍ରି ହୋଇପାରୁନି। ସରକାରଙ୍କଠାରୁ ମିଳିଥିବା ରାଶନ ସାମଗ୍ରୀ ପରିବାରକୁ ନିଅଣ୍ଟ ପଡ଼ୁଛି। କେମିତି ଚୁଲି ଜଳିବ, ପେଟ ପାଇଁ ଦାନା ଯୋଗାଡ ହେବ ସେ ଚିନ୍ତା ଘାରୁଛି। ସରକାର ଏହାର ବିଚାର କଲେ ଉପକୃତ ହୋଇପାରନ୍ତୁ। କମାର ଉଦୟ ମାଝି କୁହନ୍ତି, ବିଲବାଡି କିଛି ନାହିଁ। ଲୁହା ପିଟିପିଟି ବିଭିନ୍ନ ଉପକରଣ ତିଆରି କରି ବିକ୍ରି କରିଥାଉ। ସେଥିରେ ପରିବାର ଚଳେ। ଏବେ କରୋନା ସଂକ୍ରମଣ ଭୟ ଯୋଗୁ ସେ ସବୁ ବିକ୍ରି ନ ହୋଇ ଘରେ ଗଦା ହୋଇଛି। କେବେ ଲକ୍‌ଡାଉନ ସରିବ ସେହି ଅପେକ୍ଷାରେ ବସିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସମୟ ଗଡ଼ୁଛି, ଅନିଶ୍ଚିତତା ବଢ଼ୁଛି

ତାଳଚେର,୨୯ ।୪(ମନୋଜ ନନ୍ଦ) ପ୍ରଦୂଷଣ ଜର୍ଜରିତ ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଦୀର୍ଘ ୧୪ ବର୍ଷ ତଳେ ଏମ୍‌ସିଏଲ୍‌ର ଏପରି ଏକ ଯୋଜନା ପଦାକୁ...

ଫାଇନ୍‌ରେ ନ ଅଟକୁ ଆଇନ

ଅନୁଗୋଳ ଅଫିସ, ୯ା୧୨ – ରାଜ୍ୟରେ କ୍ରମାଗତ ଭାବେ ବଢ଼ୁଛି ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁ ହାର। ୨୦୧୯ ବର୍ଷରେ ମୋଟ୍‌ ୧୧,୦୬୪ଟି ଦୁର୍ଘଟଣା...

ବିଦ୍ୟାଳୟରେ ୧୨ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ରକ୍ତହୀନତାର ଶିକାର ୪୫

ବନ୍ତଳା, ୩୧ା୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରିଶିଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ୧୨ ଜଣ ଛାତ୍ରୀଛାତ୍ର ଅସୁସ୍ଥ...

ବଅଁରପାଳ ପୋଲିସ ଜାଲରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ: କାର୍‌, ଲୁଟ୍‌ ସାମଗ୍ରୀ ଜବତ

ଅନୁଗୋଳ ଅଫିସ, ୧୩।୧:  ଅନୁଗୋଳ ଜିଲା ବଅଁରପାଳ ପୋଲିସ ହାତରେ ଧରାପଡ଼ିଛନ୍ତି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟ। ସେମାନେ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲାର ଟାଟା...

ଏମ୍‌ସିସି ସେଣ୍ଟର ଦେଖିଲେ ଯୁଗ୍ମ ସଚିବ: ଆହାର କେନ୍ଦ୍ର ପରିମଳ ଅବ୍ୟବସ୍ଥା ଦେଖି ଖପ୍ପା

ଅନୁଗୋଳ ଅଫିସ, ୧୪।୯ – ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଯୁଗ୍ମ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଶୁକ୍ରବାର ଅନୁଗୋଳ ଗସ୍ତରେ...

ଛେଣ୍ଡିପଦାରେ ଫସିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଲା ପ୍ରଶାସନ

ଛେଣ୍ଡିପଦା,୫।୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଝାଡଖଣ୍ଡ ଅଞ୍ଚଳର ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ପ୍ରକମ୍ପିତ ହେବନି ପୂଜାମଣ୍ଡପ

ବଅଁରପାଳ,୩୦ା୯(ଡି.ଏନ.ଏ.)  ବିଶ୍ୱକର୍ମା ପୂଜାର ମାତ୍ର କେଇ ଦିନ ପରେ ପୁଣି ଚଳଚଞ୍ଚଳ ହୋଇଉଠେ ନାଲ୍‌କୋ କଲୋନୀ। ସାର୍ବଜନୀନ ପୂଜା କମିଟି ପକ୍ଷରୁ ଏଠାରେ ଧୁମ୍‌ଧାମରେ କରାଯାଏ ମା’...

କାଲି ଅନୁଗୋଳରେ ପହଞ୍ଚତ୍ବ ଶ୍ରମିକ ଏକ୍ସପ୍ରେସ୍‌

ଅନୁଗୋଳ ଅଫିସ, ୨୪।୫- ଗୁଜରାଟରୁ ୧୬୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ୨୩ ତାରିଖରେ ବାହାରିଥିବା ସ୍ବତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍‌ ସୋମବାର ଭୋର୍‌ ୫ଟାରେ ଅନୁଗୋଳ...

Advertisement
Archives

Model This Week